Mitchell Replaces Kohli Photograph: (Kanak News)
କନକ ବ୍ୟୁରୋ : ନ୍ୟୁଜିଲାଣ୍ଡର ଭାରତ ବିପକ୍ଷ ଐତିହାସିକ ଦିନିକିଆ ଶୃଙ୍ଖଳା ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିବା ଏହି ଦେଶର ମଧ୍ୟକ୍ରମ ବ୍ୟାଟର୍ ଡାରିଲ ମିଚେଲ ଆଉ ଏକ ମାଇଲ୍ଖୁଣ୍ଟ ଛୁଇଁଛନ୍ତି । ଭାରତର କିଂବଦନ୍ତି ବ୍ୟାଟର୍ ବିରାଟ କୋହଲିଙ୍କୁ ହଟାଇ ବିଶ୍ୱର ଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ଦିନିକିଆ ବ୍ୟାଟର୍ ପାଲଟି ଯାଇଛନ୍ତି ସେ । ନିକଟରେ ଶେଷ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ୩୪ବର୍ଷୀୟ ମିଚେଲ ଦୁଇଟି ଶତକ ସହ ୩୫୨ ରନ୍ କରିଥିଲେ । ଇନ୍ଦୋରରେ ଖେଳାଯାଇଥିବା ନିର୍ଣ୍ଣାୟକ ତୃତୀୟ ଦିନିକିଆରେ ସେ ୧୩୭ ରନ୍ର ପାଳି ଖେଳିଥିଲେ । ଏଥିଲାଗି କୋହଲିଙ୍କ ୧୨୪ ରନ୍ର ସାହସିକ ଶତକ ବେକାର ଯାଇଥିଲା ।
ଅଧିକ ପଢ଼ନ୍ତୁ : A+ରୁ ବି’ ଗ୍ରେଡକୁ ଖସିବେ ରୋହିତ, ବିରାଟ !
ଏହି ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିବା ମିଚେଲ ଦିନିକିଆ କ୍ରିକେଟ୍ରେ ଆଉ ଏକ ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ଦିନିକିଆରେ ୯ଶତକ ହାସଲ କରିବାରେ ବିଶ୍ବର ଚତୁର୍ଥ ଦ୍ରୁତତମ ବ୍ୟାଟର୍ ହୋଇଛନ୍ତି ସେ । ୫୪ ପାଳିରୁ ୯ଟି ଶତକ ହାସଲ କରି ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନନ୍ଡି’ କକ୍ (୫୩), ହାସିମ ଆମଲା (୫୨) ଏବଂ ପାକିସ୍ତାନର ଇମାମ ଉଲ୍ ହକ୍ (୪୮)ଙ୍କ ପଛକୁ ରହିଛନ୍ତି । ଆଇସିସିର ସଦ୍ୟ ପ୍ରକାଶିତ ଦିନିକିଆ ବ୍ୟାଟର୍ ମାନ୍ୟତାରେ ବିଚେଲ ୮୪୫ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ଥିଲା ବେଳେ କୋହଲି ୭୯୫ ପଏଣ୍ଟ୍ ସହ ଦ୍ୱିତୀୟ ସ୍ଥାନକୁ ଖସି ଯାଇଛନ୍ତି । ଏହି ତାଲିକାର ଶ୍ରେଷ୍ଠ ୧୦ ରହିଥିବା ଅନ୍ୟ ଦୁଇ ଭାରତୀୟ ରୋହିତ ଶର୍ମା (୩) ଓ ଶୁବମନ ଗିଲ୍ ପଞ୍ଚମ ସ୍ଥାନରେ ରହିଛନ୍ତି । ଦିନିକିଆ ବୋଲର୍ ମାନ୍ୟତାରେ ଆଫଗାନିସ୍ତାନର ରସିଦ ଖାନ୍ ଏକ ନମ୍ବର ସ୍ଥାନରେ ଥିଲା ବେଳେ ଏକମାତ୍ର ଭାରତୀୟ ଭାବେ କଚଟି ସ୍ପିନର କୁଲଦୀପ ଯାଦବ ତୃତୀୟ ସ୍ଥାନରେ ଅଛନ୍ତି ।
Follow Us