ପୁରୁଷ ହକି ଏସିଆ କପ: ରୋମାଞ୍ଚକର ମ୍ୟାଚ୍‌ରେ ଜାପାନକୁ ୩-୨ ଗୋଲ୍‌ରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ଶକ୍ତିଶାଳୀ ଜାପାନକୁ ୩-୨ ଗୋଲରେ ମାତ୍ ଦେଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ ।

22222

କନକ ବ୍ୟୁରୋ: ପୁରୁଷ ହକି ଏସିଆ କପ୍-୨୦୨୫ରେ ବିଜୟ ଧାରା ଜାରି ରଖିଛି ଭାରତ । ଲଗାତାର ଦ୍ବିତୀୟ ବିଜୟ ପରେ ଏବେ ଟପ୍-୪ ସ୍ଥାନ ପକ୍କା କରିଛି ଭାରତୀୟ ପୁରୁଷ ହକି ଟିମ୍ । ଶକ୍ତିଶାଳୀ ଜାପାନକୁ ୩-୨ ଗୋଲରେ ମାତ୍ ଦେଇ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ତେବେ ଗତକାଲି ଅଧିନାୟକ ହର୍ମନପ୍ରୀତ୍ ସିଂହଙ୍କ ହ୍ୟାଟ୍ରିକ୍ ସହ ଯୁଗରାଜ ସିଂହଙ୍କ ପେନାଲ୍ଟି କର୍ଣ୍ଣର ଗୋଲ୍ ବଳରେ ଭାରତ ପ୍ରଥମ ମୁକାବିଲାରେ ଚୀନକୁ ୪-୩ ଗୋଲ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଥିଲା ।

ଏହି ୮ ଦଳୀୟ ପ୍ରତିଯୋଗିତାରେ ସର୍ବୋଚ୍ଚ ମାନ୍ୟତାପାପ୍ତ ଦଳ ଭାବେ ଖେଳୁଥିବା ଆୟୋଜକ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା । ହେଲେ ଚୀନର ସଜାଗ ରକ୍ଷଣ ଭାଗ ପାଇଁ ଗୋଲ୍ କରିପାରି ନଥିଲା । ବରଂ ଚୀନ ପାଲଟା ଆକ୍ରମଣ କରି ଦ୍ବାଦଶ ମିନିଟ୍‌ରେ ସଫଳ ହୋଇଥିଲା । ପ୍ରଥମ କ୍ବାର୍ଟର୍ ଚୀନ ସପକ୍ଷରେ ଯିବା ପରେ ଦ୍ବିତୀୟ କ୍ବାର୍ଟରରେ ଦୁଇଟି ଗୋଲ୍ ଦେଇ ଭାରତ ଆଗୁଆ ହୋଇଥିଲା । ତୃତୀୟ କ୍ବାର୍ଟରରେ ପୁଣି ଭାରତ ଗୋଟିଏ ଏବଂ ଚୀନ ଦୁଇଟି ଗୋଲ୍ ଦେବାରୁ ସ୍ଥିତି ୩-୩ରେ ହୋଇଥିଲା । ନିର୍ଣ୍ଣାୟକ ଚତୁର୍ଥ କ୍ବାର୍ଟରରେ କିନ୍ତୁ ଘରୋଇ ଦଳ ବାଜି ମାରି ‌ନେଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe