ଦୁଃଖ ପରେ ଦୁଃଖ, ଭାଙ୍ଗି ନାହାନ୍ତି ସୁମିତ । ଟୋକିଓ ପରେ ପ୍ୟାରିସରେ ରଚିଲେ ଇତିହାସ ।
ପାହାଡ ଭଳି ଛିଡା ହୋଇ ସବୁ ପରିସ୍ଥିତିର ମୁକାବିଲା କରିଛନ୍ତି ସୁମିତ ଅନ୍ତିଲ । ୧୯୯୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସୁମିତ । ତିନି ଭଉଣୀ ପରେ ସୁମିତ ଯେପରି ପରିବାରକୁ ପୂର୍ଣ୍ଣ କରି ଦେଇଥିଲେ ।
ପିଲାଟି ବେଳୁ ହୋଇଥିଲେ ବାପା ଛେଉଣ୍ଡ । ଆଉ ତା ପରେ ଯୁବାବସ୍ଥାରେ ହରାଇଥିଲେ ଗୋଡ । ଜୀବନରେ ସମୟ ତାଙ୍କୁ ଅନେକ ଶାସ୍ତି ଦେଇଛି । ହେଲେ ସେ ଶାସ୍ତିକୁ ସହି ନିଜକୁ ଶକ୍ତିଶାଳୀ କରିଛନ୍ତି । ଯିଏ ସଂଘର୍ଷ କରି ଜାଣିଛି ସେ ହାରିବ ବା କେମିତି । ପାହାଡ ଭଳି ଛିଡା ହୋଇ ସବୁ ପରିସ୍ଥିତିର ମୁକାବିଲା କରିଛନ୍ତି ସୁମିତ ଅନ୍ତିଲ । ୧୯୯୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ସୁମିତ ।
ତିନି ଭଉଣୀ ପରେ ସୁମିତ ଯେପରି ପରିବାରକୁ ପୂର୍ଣ୍ଣ କରି ଦେଇଥିଲେ । ଦୃଢମନା ସୁମିତଙ୍କ କାହାଣୀ ଶୁଣିଲେ ଆଖିରୁ ଲୁହ ଖସି ଆସିବ । ପ୍ୟାରିସ ପାରାଲିମ୍ପିକ୍ସର ଜାଭେଲିନ ଥ୍ରୋ ଇଭେଣ୍ଟର ଏଫ ୬୪ କାଟାଗୋରୀରେ ସ୍ୱର୍ଣ୍ ପଦକ ହାସଲ କରିଛନ୍ତି । ସେକେଣ୍ଡ ଆଟେମ୍ପଟରେ ହିଁ ସେ ଗୋଲ୍ଡ ମେଡାଲ ପକ୍କା କରିଥିଲେ । ଏହାପୂର୍ବରୁ ୨୦୨୦ ଟୋକିଓ ପାରାଲିମ୍ପିକ୍ସ ଗେମ୍ସରେ ଗୋଲ୍ଡ ମେଡାଲ ହାତେଇ ଥିଲେ ।
ଏବେ ପୁଣି ପଦକ ଆଣି ସେ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ଉପଲବ୍ଧି ହାସଲ କରିବାକୁ ସୁମିତଙ୍କୁ କମ କଷ୍ଟ ସହିବାକୁ ପଡିନି । ମାତ୍ର ୭ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଏହାପରେ ତିନି ଭଉଣୀଙ୍କ ସହ ସୁମିତଙ୍କୁ ମଣିଷ କରାଇଥିଲେ ତାଙ୍କ ମାଆ । ତିନି ଭଉଣୀଙ୍କ ପରେ ଜନ୍ମ ହୋଇଥିଲେ ସୁମିତ ।
ଏଣୁ ଅତି ଗେହ୍ଲାରେ ବଢିଥିଲେ । ବାପାଙ୍କ ଦେହାନ୍ତ ପରେ ପରିବାରକୁ ସମ୍ଭାଳି ରଖିଥିଲେ ମାଆ । ହେଲେ ୨୦୧୫ ମସିହାରେ ଏହି ପରିବାର ଉପରକୁ ଘୋଟି ଆସିଥିଲା ଦୁଖର କଳା ବାଦଳ । ଏକ ସଡକ ଦୁର୍ଘଟଣାରେ ଏକ ଗୋଡ ହରାଇ ବସିଥିଲେ ସୁମିତ । ଟ୍ୟୁସନ ସାରି ଘରକୁ ଫେରିବା ବାଟରେ ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇ ଅଧାବାଟ ଘୋଷାଡି ନେଇଥିଲା ।
ଏହି ଦୁର୍ଘଟଣା ତାଙ୍କ ଜୀବନକୁ ସମ୍ପର୍ଣ୍ଣ ରୂପେ ବଦଳାଇ ଦେଇଥିଲା । ଏହି ଘଟଣା ପରେ ପରିବାରରେ କାନ୍ଦବୋବାଳି ପଡିଥିବା ସୁମିତଙ୍କ ମୁହଁରେ କୌଣସି ନିରାଶା ନଥିଲା । ଚେନ୍ନାଏ ହସ ନେଇ ସତେ ଯେମିତି କିଛି ଗୋଟେ ସଂକଳ୍ପ କରିନେଇଥିଲେ । କେବେ ହାର ନମାନି ସବୁ ପରିସ୍ଥିତିର ମୁକାବିଲା କରିଥିଲେ ।
ନିଜେ ଦୁଖ କରିବା ବଦଳରେ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ମାଆଙ୍କୁ କହିଥିଲେ, ମାଆ ତୁମେ ମନଦୁଖ କରନି । ମୁଁ ତୁମକୁ ଜୀବନରେ ସବୁ ଖୁସି ଆଣିଦେବି । ଶେଷରେ ସୁମିତ ଯାହା କହିଥିଲେ ତାହା କରି ଦେଖାଇଛନ୍ତି । ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ ପଦକ ଜିତି ପରିବାର ଓ ଦେଶ ପାଇଁ ଖୁସି ଆଣିଥିଲେ ।
ସୁମିତଙ୍କ ମାଆ ନିର୍ମଳା ଦେବୀ କୁହନ୍ତି ଦୁର୍ଘଟଣା ପରେ ବି ସୁମିତଙ୍କୁ ସେ କେବେ ଦୁଖୀ ଦେଖିି ନାହାନ୍ତି । ସମ୍ପର୍କୀୟ ଓ ସାଙ୍ଗମାନଙ୍କ ପ୍ରେରଣାରେ ସେ କ୍ରୀଡା ପ୍ରତି ମନ ବଳାଇଥିଲେ । ଦିଲ୍ଲୀ ଆସି ଜାଭେଲିନ ଥ୍ରେ ଟ୍ରେନିଂ ନେଇଥିଲେ । ଏହି କ୍ରମରେ ସେ ପ୍ରଥମେ ୨୦୧୮ ଏସିଆନ ଗେମ୍ସରେ ଭାଗ ନେଇଥିଲେ । ୨୦୧୯ରେ ବଶ୍ୱ ଚାମ୍ପିୟନସିପରେ ସେ ରୌପ୍ୟ ପଦକ ହାସଲ କରିଥିଲେ । ପରେ ନ୍ୟାସନାଲ ଗେମ୍ସରେ ଗୋଲ୍ଡ ମେଡାଲ ଜିତି ନିଜକୁ ପ୍ରମାଣିତ କରିଥିଲେ । ଏହାପରେ ସେ କେବେ ପଛକୁ ଫେରି ଚାହିଁ ନାହାନ୍ତି ।