କନକ ବ୍ୟୁରୋ: ବିସିସିଆଇ ସମ୍ପାଦକ ଜୟ ଶାହାଙ୍କୁ ନେଇ ଆସିଲା ବଡ ଖବର । ଆଇସିସିର ନୂଆ ଚେୟାରମ୍ୟାନ୍ ଭାବେ ନିର୍ବାଚିତ ହେଲେ ଜୟ ଶାହା । ତେବେ ଆଇସିସି ଚେୟାରମ୍ୟାନ୍ ପାଇଁ ସେ ଏକମାତ୍ର ଦାବିଦାର ଥିଲେ । ତେଣୁ ଏହି ପଦ ପାଇଁ ଆଉ ନିର୍ବାଚନର ଆବଶ୍ୟକତା ପଡିନଥିଲା । ଜୟ ଶାହା ନିର୍ବିରୋଧ ଭାବେ ଆଇସିସିର ଚେୟାରମ୍ୟାନ୍ ନିର୍ବାଚିତ ହେଇଛନ୍ତି । ଆଇସିସିର ବର୍ତ୍ତମାନ ଚେୟାରମ୍ୟାନ୍ ଥିଲା ଗ୍ରେଗ୍ ବାର୍କଲେଙ୍କ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୩୦ ତାରିଖରେ ଶେଷ ହେବାକୁ ଯାଉଛି । ସେ ଲଗାତାର ଦୁଇ ଥର ଏହି ପଦରେ ରହିଥିଲେ । ହେଲେ ସେ ନିଜକୁ ହିଁ ୩ୟ ଥର ପାଇଁ ଏହି ରେସରୁ ବାହାର କରିଦେଇଥିଲେ । ଯାହା ପରେ ଜୟ ଶାହା ଏହି ପଦ ପାଇଁ ପ୍ରବଳ ଦାବିଦାର ହେଇଥିଲେ ।