Italian Duo Photograph: (Kanak News)
କନକ ବ୍ୟୁରୋ : ପ୍ରଥମ ଥର ପାଇଁ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳୁଥିବା ଇଟାଲି ନିଜର ପ୍ରଥମ ବିଜୟ ହାସଲ କରିଛି । ଗୁରୁବାର ଗ୍ରୁପ୍-ସି’ର ଏକ ମ୍ୟାଚ୍ରେ ଏହି ଦଳ ନେପାଳକୁ ୧୦ ୱିକେଟ୍ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି । ନେପାଳ ଦ୍ୱାରା ରଖାଯାଇଥିବା ୧୨୪ ରନର ଲକ୍ଷ୍ୟକୁ ମାତ୍ର ୧୨.୪ ଓଭରରେ କୌଣସି ୱିକେଟ୍ ନ ହରାଇ ହାସଲ କରିନେଇଥିଲା ଏହି ୟୁରୋପୀୟ ଦଳ ।
ଇଟାଲି ଟସ୍ ଜିତି ବ୍ୟାଟିଂ କରିବାକୁ ନେପାଳକୁ ଆମନ୍ତ୍ରଣ କରିଥିଲା । ୮ ରନରେ ନିଜର ପ୍ରଥମ ୱିକେଟ୍ ହରାଇଥିବା ନେପାଳ ପାଇଁ ଆସିଫ ଶେଖ୍ (୨୦) ଓ ରୋହିତ ପୌଡେଲ୍ (୨୩) ସ୍ଥିତିକୁ ସଜାଡ଼ିବାକୁ ଉଦ୍ୟମ କରିଥିଲେ । ଉଭୟ ୪୧ ରନର ଏକ ଭାଗୀଦାର କରିଥିଲେ । ପରେ ଦୀପେନ୍ଦ୍ର ସିଂହ ଆଇରି ଓ ଆରିଫ୍ ଶେଖ୍ଙ୍କ ମଧ୍ୟରେ ୪୪ ରନର ଏକ ଭାଗୀଦାର ହୋଇଥିଲା ।
ଅଧିକ ପଢ଼ନ୍ତୁ : ଓମାନକୁ ହରାଇ ଶୀର୍ଷରେ ଶ୍ରୀଲଙ୍କା
କିନ୍ତୁ ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଚାଲିଥିଲା ଓ ୧୯.୩ ଓଭରରେ ୧୨୩ ରନ କରି ଅଲଆଉଟ୍ ହୋଇଯାଇଥିଲା । ଇଟାଲି ପକ୍ଷରୁ କ୍ରିସାନ କାଲୁଗାମାଗେ ୩ଟି ୱିକେଟ୍ ନେଇଥିଲେ । ୧୨୪ ରନ ଲକ୍ଷ୍ୟକୁ ଇଟାଲିର ଦୁଇ ପ୍ରାରମ୍ଭିକ ବ୍ୟାଟର୍ ତଥା ଦୁଇଭାଇ ଜଷ୍ଟିନ ମୋସ୍କା (୬୦) ଓ ଆନ୍ଥୋନି ମୋସ୍କା (୬୨) ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୨.୪ ଓଭରରେ ହାସଲ କରିନେଇଥିଲେ ।
Follow Us