ବର୍ଷା ନୁହେଁ କୁହୁଡି ସାଜିଲା ବାଧକ: ପ୍ରଥମ ଥର ପାଇଁ ପ୍ରଦୂଷଣଜନିତ ଘନ କୁହୁଡି ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ବାତିଲ

Advertisment

ପ୍ରଥମ ଥର ପାଇଁ ବର୍ଷା ନୁହେଁ କୁହୁଡି ପାଇଁ ମ୍ୟାଚ ବାତିଲ । ପ୍ରଦୂଷଣଜନିତ ଘନ କୁହୁଡି ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ବାତିଲ । ସାଢେ ୩ ଘଣ୍ଟା ଧରି ପଡିପାରିଲାନି ଟସ୍ ।

ପ୍ରଥମ ଥର ପାଇଁ ବର୍ଷା ନୁହେଁ କୁହୁଡି ପାଇଁ ମ୍ୟାଚ ବାତିଲ । ପ୍ରଦୂଷଣଜନିତ ଘନ କୁହୁଡି ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ବାତିଲ । ସାଢେ ୩ ଘଣ୍ଟା ଧରି ପଡିପାରିଲାନି ଟସ୍ ।

3

Cricket Photograph: (Kanak News)

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ବର୍ଷା ନୁହେଁ କୁହୁଡି ପାଇଁ ମ୍ୟାଚ ବାତିଲ । ପ୍ରଦୂଷଣଜନିତ ଘନ କୁହୁଡି ଯୋଗୁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ବାତିଲ । ସାଢେ ୩ ଘଣ୍ଟା ଧରି ପଡିପାରିଲାନି ଟସ୍ । ବାରମ୍ବାର ନିରୀକ୍ଷଣ ପରେ ମ୍ୟାଚ ବାତିଲ । ଘନ କୁହୁଡି ଜନିତ ପ୍ରଦୂଷଣ ଯୋଗୁ ଫ୍ଲଡଲାଇଟ ଧପଧପ ହୋଇଥିଲା । ଅସ୍ପଷ୍ଟ ଆଲୋକ ଯୋଗୁ ଶେଷରେ ମ୍ୟାଚ ବାତିଲ କରାଯାଇଥିଲା । 

 

ଆଜିଠୁ ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ: ସରକାରଙ୍କ କଡା ପଦକ୍ଷେପ

ତେବେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବାର ଥିଲା । ଏହା ପୂର୍ବରୁ ୬.୩୦ରେ ଟସ୍ ପଡିବାର ଥିଲା । କିନ୍ତୁ କୁହୁଡି ଜନିତ ପ୍ରଦୂଷଣ ଯୋଗୁ ମୁହଁକୁ ମୁହଁ ଦେଖିବା କଷ୍ଟକର ହୋଇପଡିଥିଲା । ୪ ଥର ଟସ ପକାଇବା ବିଳମ୍ବ କରାଯାଇଥିଲା । ଶେଷରେ ସାଢେ ୯ଟାରେ ମ୍ୟାଚକୁ ବାତିଲ କରାଯାଇଥିଲା । ଯାହାକୁ ନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ମ୍ୟାଚ୍ ଖେଳସୂଚୀଙ୍କୁ ନେଇ ବିସିସିଆଇ ଉପରେ ବର୍ଷିଛନ୍ତି ଦର୍ଶକ । ତେବେ ଆସନ୍ତାକାଲି ଅହମ୍ମଦାବାଦରେ ଅନ୍ତିମ ମ୍ୟାଚ୍ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ଅଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe