ହ୍ବିଲଚେୟାରରେ ଆସିଲେ : ଭଙ୍ଗା ଗୋଡ଼ରେ ନାଚିଲେ ,‘ଛୋରିୟାଁ ଛୋରୋଁ ସେ କମ୍ ହେ କେ’

୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଏକ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ।

Women Cricket

Women Cricket Photograph: (KanakNews)

କନକ ବ୍ୟୁରୋ : ମିଳିଲା ସଫଳତା..ବର୍ଷ ବର୍ଷର ପରିଶ୍ରମର ଫଳ । ହାତରେ ବିଶ୍ବକପ୍ ଉଠାଇଲେ ଭାରତର ସୁନା ଝିଅ । ଦୀର୍ଘବର୍ଷର ସ୍ବପ୍ନ ହେଲା ପୂରଣ । ଏଥର ରୋକୋ ଯୋଡ଼ି ନୁହେଁ ଦିପ୍ତି- ଶେଫାଲି ଯୋଡ଼ି ଭାରତ ପାଇଁ ଆଣିଲେ ଗୌରବ । ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍‌ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି । ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍‌ ଜିତି ଏକ ଲମ୍ବା ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି । ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍‌ ଭଳି ଭାରତୀୟ ମହିଳା ଦଳ ବିଶ୍ବକପ୍ ଜିତି ନୂଆ ଫର୍ଦ୍ଦ ସୃଷ୍ଟି କରିଛି । କହିବାକୁ ଗଲେ ମହିଳା କ୍ରିକେଟରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଯାଇଛି । ୨୦୦୫ ଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍‌ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍‌ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି । ଦକ୍ଷିଣ ଆଫ୍ରିକାକୁ ୫୨ ରନ୍‌ରେ ହରାଇ ଏହି ଐତିହାସିକ କ୍ଷଣକୁ ସାଉଁଟି ନେଇଛି ଇଣ୍ଡିଆନ୍ ୱିମେନ୍ କ୍ରିକେଟ୍ ଟିମ୍ ।   

ନଭେମ୍ବର ୨୯ ରେ ପରାଜୟର ଲୁହ, ନଭେମ୍ବର ୨ ରେ ଖୁସିର ଲୁହ: ବିଜୟ ପରେ ଇମୋସନାଲ୍ ହେଲେ ହିଟମ୍ୟାନ୍

ବିଶ୍ବକପକୁ ହାତରେ ଉଠାଇବା ପରେ ପଡ଼ିଆରେ ମହିଳା କ୍ରିକେଟରଙ୍କ ସେଲିବ୍ରେସନର ମୁହୂର୍ତ୍ତ ଦେଖିବା ଭଳି ଥିଲା । କିଏ କାନ୍ଦ ମାଧ୍ୟମରେ ଖୁସି ବ୍ୟକ୍ତ କରୁଥିଲେ ତ କିଏ ନାଚି ନାଚି ପଡ଼ିଆରେ ବୁଲୁଥିଲେ । ଏହି ବିଜୟର ଉତ୍ସବ ଆହୁରି ସ୍ପେଶାଲ୍ ହୋଇଥିଲା ସେତେବେଳେ ଯେତେବେଳେ ଆହତ ଓପନର ପ୍ରତୀକା ରାୱଲ ତ୍ରିରଙ୍ଗା ପତାକା ଘୋଡ଼ାଇ ହୋଇ ହ୍ୱିଲଚେୟାରରେ ପଡ଼ିଆକୁ ପ୍ରବେଶ କରିଥିଲେ । ସେ ଏହି ଅବିସ୍ମରଣୀୟ ମୁହୂର୍ତ୍ତକୁ ସମସ୍ତଙ୍କ ସହିତ କେବଳ ବାଣ୍ଟି ନଥିଲେ ବରଂ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ନାଚିଥିଲେ ମଧ୍ୟ । ଆଉ ଏହି ସମୟରେ ସାଥୀ ଖେଳାଳିମାନେ ଆସି ପ୍ରତୀକାଙ୍କୁ ଆଲିଙ୍ଗନ କରି ଅଭିନନ୍ଦନ ମଧ୍ୟ ଜଣାଇଥିଲେ । 

Pratika-Rawal-
Pratika-Rawal- Photograph: (google)

ମହିଳା ବିଶ୍ୱକପ୍ ସମୟରେ ପ୍ରତୀକା ରାୱଲଙ୍କୁ ଜଣେ ପ୍ରମୁଖ ଓପନର ଭାବରେ ଭାରତୀୟ ଦଳରେ ସାମିଲ କରାଯାଇଥିଲା । ସ୍ମୃତି ମନ୍ଧାନାଙ୍କ ସହିତ ସେ ସେମିଫାଇନାଲ ପୂର୍ବରୁ ଦଳକୁ ଏକ ଷ୍ଟ୍ରଙ୍ଗ୍ ଓପନିଙ୍ଗ୍ ଦେଇଥିଲେ ଏବଂ ଅନେକ ସ୍ମରଣୀୟ ଇନିଂସ ଖେଳିଥିଲେ । ପ୍ରତୀକାଙ୍କ ସଠିକ କୌଶଳ ଏବଂ କୁଲ୍ ବ୍ୟାଟିଂ ଲିଗ୍ ପର୍ଯ୍ୟାୟରେ ସ୍ଥିର ପ୍ରଦର୍ଶନ କରିଥିଲା । ୨୦୨୫ ବିଶ୍ୱକପରେ ସେ ୫୧.୩୩ ଷ୍ଟାଇକ୍‌ ରେଟ୍‌ରେ ଏକ ଶତକ ସମେତ ଛଅଟି ଇନିଂସରେ ୩୦୮ ରନ୍ କରିଥିଲେ । କିନ୍ତୁ ଦୁର୍ଭାଗ୍ୟବଶତଃ ବାଂଲାଦେଶ ବିପକ୍ଷରେ ଶେଷ ଲିଗ୍ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା, ଯାହା ତାଙ୍କୁ ଟୁର୍ଣ୍ଣାମେଣ୍ଟରୁ ଓହରି ଯିବାକୁ ବାଧ୍ୟ କରିଥିଲା ।

ତାଙ୍କ ସ୍ଥାନରେ ଇନିଂସ ଓପନ କରିବା ପାଇଁ ଶେଫାଲି ବର୍ମାଙ୍କୁ ଡକାଯାଇଥିଲା ଏବଂ ସେ ଟିମ୍ ପାଇଁ ଟ୍ରମ୍ପ କାର୍ଡ ପ୍ରମାଣିତ ହୋଇଥିଲେ । ସେ ଫାଇନାଲରେ ୮୭ ରନ୍ ସ୍କୋର କରିଥିଲେ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ । ଭାରତ ସର୍ବମୋଟ ୨୯୮ ରନ୍ କରିଥିଲା ଏବଂ ତା'ପରେ ପ୍ରତିପକ୍ଷ ଦଳକୁ ୨୪୬ ରନରେ ସୀମିତ କରି ବିଶ୍ୱକପ୍ ଜିତିଥିଲା । ଦଳ ଯେତେବେଳେ ସେଲିବ୍ରେସନ୍ ପାଳନ କରିବା ଆରମ୍ଭ କଲା ଆହତ ଖେଳାଳି ପ୍ରତୀକା ଏହି ଅବିସ୍ମରଣୀୟ ମୁହୂର୍ତ୍ତକୁ ହାତଛଡ଼ା ନକରି ହ୍ୱିଲଚେୟାରରେ ବସି ପଡ଼ିଆକୁ ଆସିଥିଲେ । ସାଥୀ ଖେଳାଳି ତାଙ୍କ ସହ ହ୍ୟାଣ୍ଡସେକ୍ ଏବଂ ଆଲିଙ୍ଗନ କରିଥିଲେ । ଆଉ ତା’ପରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ନାଚିଥିଲେ ପ୍ରତୀକା । ମହିଳା କ୍ରିକେଟ୍ ଟିମର ଏଭଳି ଜୋଶ୍ ଦେଖି କ୍ରିକେଟପ୍ରେମୀ କହିଥିଲେ ‘ହମାରି ଛୋରିୟାଁ ଛୋରୋଁ ସେ କମ୍ ହେ କେ…’ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe