ଭାରତ-ପାକିସ୍ତାନ ମ୍ୟାଚ୍‌ର ନୂଆ କୀର୍ତ୍ତିମାନ; ପ୍ରସାରଣକାରୀମାନେ ମାଲାମାଲ୍‌

Advertisment

ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଅଫିସିଆଲ୍‌ ଡିଜିଟାଲ୍‌ ପ୍ରସାରଣକାରୀ ଜିଓଷ୍ଟାର୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେବଳ ଡିଜିଟାଲ ମାଧ୍ୟମରେ ପ୍ରାୟ ୧୬ କୋଟି ୩୦ ଲକ୍ଷ ଲୋକ ସେହି ମ୍ୟାଚ୍‌କୁ ଉପଭୋଗ କରିଥିଲେ । ଯେକୌଣସି ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ଏହା ସର୍ବାଧିକ ଦର୍ଶକ ସଂଖ୍ୟା ।

ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଅଫିସିଆଲ୍‌ ଡିଜିଟାଲ୍‌ ପ୍ରସାରଣକାରୀ ଜିଓଷ୍ଟାର୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେବଳ ଡିଜିଟାଲ ମାଧ୍ୟମରେ ପ୍ରାୟ ୧୬ କୋଟି ୩୦ ଲକ୍ଷ ଲୋକ ସେହି ମ୍ୟାଚ୍‌କୁ ଉପଭୋଗ କରିଥିଲେ । ଯେକୌଣସି ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ଏହା ସର୍ବାଧିକ ଦର୍ଶକ ସଂଖ୍ୟା ।

India–Pakistan Match

India–Pakistan Match Photograph: (Kanak News)

କନକ ବ୍ୟୁରୋ : କ୍ରିକେଟ୍‌ ପଡ଼ିଆରେ ଭାରତ ଓ ପାକିସ୍ତାନୀ ଖେଳାଳି ହାତ ମିଳାଉନଥିବାବେଳେ ଉଭୟଙ୍କ ମଧ୍ୟରେ ହେଉଥିବା ମ୍ୟାଚ୍‌ ଯେ ସୁପରହିଟ୍‌ ତାହା ପୁଣି ଥରେ ପ୍ରମାଣିତ ହୋଇଯାଇଛି । ଗତ ୧୫ ତାରିଖରେ ହୋଇଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ଏହାର ପ୍ରସାରଣକାରୀମାନଙ୍କୁ ମାଲାମାଲ୍‌ କରିଦେଇଛି । ଉଭୟ ଟେଲିଭିଜନ ଓ ଡିଜିଟାଲ୍‌ ପ୍ରସାରଣ କ୍ଷେତ୍ରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିଛି ଏହି ମ୍ୟାଚ୍‌ ।

ଆଇସିସି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ଅଫିସିଆଲ୍‌ ଡିଜିଟାଲ୍‌ ପ୍ରସାରଣକାରୀ ଜିଓଷ୍ଟାର୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେବଳ ଡିଜିଟାଲ ମାଧ୍ୟମରେ ପ୍ରାୟ ୧୬ କୋଟି ୩୦ ଲକ୍ଷ ଲୋକ ସେହି ମ୍ୟାଚ୍‌କୁ ଉପଭୋଗ କରିଥିଲେ । ଯେକୌଣସି ଆଇସିସି ବିଶ୍ୱକପ୍‌ ମ୍ୟାଚ୍‌ ପାଇଁ ଏହା ସର୍ବାଧିକ ଦର୍ଶକ ସଂଖ୍ୟା । ଏପରିକି ୨୦୨୪ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ହୋଇଥିବା ଭାରତ-ପାକ୍‌ ମ୍ୟାଚର ଦର୍ଶକ ସଂଖ୍ୟା ତୁଳନାରେ ଏହା ପ୍ରାୟ ୫୬ ପ୍ରତିଶତ ଅଧିକ । ଏହି ମ୍ୟାଚ୍‌କୁ ଡିଜିଟାଲ ମାଧ୍ୟମରେ ପ୍ରାୟ ୨ ହଜାର କୋଟି ମିନିଟ୍‌ ଦେଖାଯାଇଥିଲା ।

ଅଧିକ ପଢ଼ନ୍ତୁ : ସୁପର-୮ ପୂର୍ବରୁ ସତର୍କ ଘଣ୍ଟି, ପଦାରେ ପଡ଼ିଲା ଦୋଷ ଦୁର୍ବଳତା

କେବଳ ଡିଜିଟାଲ ନୁହେଁ ଟେଲିଭିଜନ ପ୍ରସାରଣ ବି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି । ଏହି ମ୍ୟାଚ୍‌ ପ୍ରାୟ ୭୧ ପ୍ରତିଶତ ଟେଲିଭିଜନ ରେଟିଂ ହାସଲ କରିଛି, ଯାହାକି ୨୦୨୧ ଟ୍ୱେଣ୍ଟି-୨୦ ବିଶ୍ୱକପରେ ହୋଇଥିବା ଭାରତ-ପାକିସ୍ତାନ ମୁକାବିଲା ପରଠାରୁ ସର୍ବାଧିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe