ରଦ୍ଦ ନୁହେଁ ବିଳମ୍ବିତ ହେଉଛି ପାକ-ଜନ୍ମିତ ଆମେରିକୀୟ ଖେଳାଳିମାନଙ୍କ ଭାରତୀୟ ଭିସା

Advertisment

ଖୋଦ ପାକିସ୍ତାନ ଜନ୍ମିତ ଆମେରିକୀୟ ବୋଲର ଅଲି ଖାଁ ଏହି ଅଭିଯୋଗ କରିଥିଲେ । କେବଳ ଅଲି ନୁହନ୍ତି, ଆମେରିକା ପାଇଁ ଖେଳୁଥିବା ଅନ୍ୟ ପାକିସ୍ତାନ ଜନ୍ମିତ ଖେଳାଳି ଏହସାନ ଆଦିଲ, ସାୟାନ ଜାହାଙ୍ଗୀର ଓ ମହମ୍ମଦ ମହସିନଙ୍କୁ ବି ଭାରତୀୟ ଭିସା ମିଳୁନଥିବା ଅଭିଯୋଗ ଆସିଥିଲା ।

ଖୋଦ ପାକିସ୍ତାନ ଜନ୍ମିତ ଆମେରିକୀୟ ବୋଲର ଅଲି ଖାଁ ଏହି ଅଭିଯୋଗ କରିଥିଲେ । କେବଳ ଅଲି ନୁହନ୍ତି, ଆମେରିକା ପାଇଁ ଖେଳୁଥିବା ଅନ୍ୟ ପାକିସ୍ତାନ ଜନ୍ମିତ ଖେଳାଳି ଏହସାନ ଆଦିଲ, ସାୟାନ ଜାହାଙ୍ଗୀର ଓ ମହମ୍ମଦ ମହସିନଙ୍କୁ ବି ଭାରତୀୟ ଭିସା ମିଳୁନଥିବା ଅଭିଯୋଗ ଆସିଥିଲା ।

Visas

Visas Photograph: (Kanak News)

କନକ ବ୍ୟୁରୋ : ଆସନ୍ତା ଫେବ୍ରୁଆରି ୭ରୁ ଆରମ୍ଭ ହେଉଥିବା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ଭାରତ ଆସିବାକୁ ଥିବା ଆମେରିକା କ୍ରିକେଟ୍ ଦଳର କେତେକ ପାକିସ୍ତାନ ଜନ୍ମିତ ଖେଳାଳିଙ୍କୁ ଭାରତ ସରକାର ଭିସା ଦେଉନଥିବା ଅଭିଯୋଗ ହୋଇଛି । କିନ୍ତୁ ଏହି ଅଭିଯୋଗରେ ସତ୍ୟତା ନଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଓ ଭାରତର ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଖୋଦ ପାକିସ୍ତାନ ଜନ୍ମିତ ଆମେରିକୀୟ ବୋଲର ଅଲି ଖାଁ ଏହି ଅଭିଯୋଗ କରିଥିଲେ । କେବଳ ଅଲି ନୁହନ୍ତି, ଆମେରିକା ପାଇଁ ଖେଳୁଥିବା ଅନ୍ୟ ପାକିସ୍ତାନ ଜନ୍ମିତ ଖେଳାଳି ଏହସାନ ଆଦିଲ, ସାୟାନ ଜାହାଙ୍ଗୀର ଓ ମହମ୍ମଦ ମହସିନଙ୍କୁ ବି ଭାରତୀୟ ଭିସା ମିଳୁନଥିବା ଅଭିଯୋଗ ଆସିଥିଲା । କିନ୍ତୁ ଆଇସିସି ସୂତ୍ରରୁ ଜଣାଯାଇଛି ଯେ କଲମ୍ବୋରେ ଥିବା ଭାରତୀୟ ଦୂତାବାସରେ ଏହି ଚାରି ଖେଳାଳିଙ୍କ ଭିସା ଆବେଦନ ପାଇଁ ଆବଶ୍ୟକ କାଗଜପତ୍ର କାମ କରାଯାଇଛି ଓ ମଙ୍ଗଳବାର ଭାରତୀୟ ଦୂତାବାସ ସହ ଏହି ଖେଳାଳିମାନଙ୍କ ସାକ୍ଷାତକାର ଥିଲା ।

ଅଧିକ ପଢ଼ନ୍ତୁ : ଶ୍ରେୟସ୍‌ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ

ଏହି ବୈଠକରେ ଖେଳାଳିମାନଙ୍କ ଜଣାଇଦିଆଯାଇଥିଲା ଯେ ବର୍ତ୍ତମାନ ପାଇଁ ଭିସା ପ୍ରକ୍ରିୟା ଆଗକୁ ବଢିପାରିବ ନାହିଁ । କାରଣ ସଂପୃକ୍ତ ଖେଳାଳିମାନଙ୍କ ସଂପର୍କରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଅଧିକ ତଥ୍ୟ ମଗାଯାଇଛି । ଆବଶ୍ୟକ ତଥ୍ୟ ମିଳିବା ପରେ ଭିସା ଆବେଦନ ଆଗକୁ ବଢ଼ିବ । ଏହା ସହିତ ଭାରତୀୟ ଅଧିକାରୀମାନେ ସ୍ପଷ୍ଟ କରିଦେଇଛନ୍ତି ଯେ ଏହା ଭିସା ରଦ୍ଦ ନୁହେଁ, କେବଳ ସେମାନେ ପାକିସ୍ତାନୀ ଜନ୍ମିତ ହୋଇଥିବାରୁ ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ମଗାଯାଇଛି ଓ ଆବେଦନର ଯାଞ୍ଚ କରାଯାଉଛି । ପୂର୍ବରୁ ମଧ୍ୟ ବିଭିନ୍ନ ଦେଶ ତରଫରୁ ଖେଳୁଥିବା ପାକିସ୍ତାନୀ ବଂଶୋଦ୍ଭବ ଖେଳାଳି ଉସମାନ ଖ୍ୱାଜା, ମୋଇନ ଅଲି, ସୋଏବ ବସିରଙ୍କ ଭିସା ଆବେଦନ ସମାନ ପ୍ରକ୍ରିୟା ଦେଇ ଗତି କରିଥିଲା । ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପରେ ଆମେରିକା ଗ୍ରୁପ-ଏରେ ଭାରତ, ପାକିସ୍ତାନ, ନାମିବ୍ୟା ଓ ନେଦରଲାଣ୍ଡସ ସହ ରହିଛି । ଆମେରିକା ନିଜର ପ୍ରଥମ ମ୍ୟାଚ ଫେବ୍ରୁଆରି ୭ରେ ଭାରତ ବିରୋଧରେ ଖେଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe