କନକ ବ୍ୟୁରୋ : ଭାରତୀୟ ଦଳ ପ୍ରଥମ ଏସିଆ କପ୍‌ ବଧିର କ୍ରିକେଟ୍‌ ପ୍ରତିଯୋଗିତାରେ ବିଜେତା ହେବାର ଗୌରବ ଅର୍ଜନ କରିଛି । ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ସଂଘର୍ଷପୂର୍ଣ୍ଣ ଫାଇନାଲ୍‌ରେ ଭାରତ ୬ ୱିକେଟ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଛି । ବୁଧବାର ଭାରତ ଟସ୍‌ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୪ ରନ କରିଥିଲା ।

Advertisment

ଦଳ ପକ୍ଷରୁ ଜିମାଡୁ ମାଲକମ୍‌ ୬୨, ଆଲାନରୋଜ କଲାପ୍‌ ୨୨ ଓ ଗୋୟମ ଶଣକା ୧୮ ରନ୍‌ କରିଥିଲେ । ଭାରତ ପକ୍ଷରୁ ଯଶୋୱନ୍ତ ନାଇଡୁ ୩, ସାଇ ଆକାଶ ୨ ଓ ବୀରେନ୍ଦ୍ର ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ । ସନ୍ତୋଷ କେ.ଏମ୍‌ଙ୍କ ୪୩, ସାଇ ଆକାଶଙ୍କ ୨୭ ରନ୍‌ ସହାୟତାରେ ଭାରତ ଗୋଟିଏ ବଲ୍‌ ପୂର୍ବରୁ ୪ ୱିକେଟ ହରାଇ ମ୍ୟାଚ୍‌ ଜିତିଥିଲା । ଭାରତ ପକ୍ଷରୁ ସାଇ ଆକାଶଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲା ବେଳେ ଶ୍ରୀଲଙ୍କାର ଜିମାଡୁ ମାଲକମ୍‌ଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ସହ ଶ୍ରେଷ୍ଠ ବ୍ୟାଟର୍‌, ଜିହାନ ଲାସିଡୁ ଡି’ସିଲଭାଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : 

ଉଦ୍‌ଯାପନୀ ଉତ୍ସବରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ପୂର୍ବତନ ଆନ୍ତର୍ଜାତିକ କ୍ରି‌କେଟର୍‌ ସଞ୍ଜୟ ରାଉଳ, ଏଡିସିଏ ଅଧ୍ୟକ୍ଷ ସୁମିତ ଜୈନ, ଓଡ଼ିଶା ବଧିର କ୍ରିକେଟ୍‌ ସଂଘ ମୁଖ୍ୟ କାର୍ଯ୍ୟନିର୍ବାହୀ ଶର୍ମିଳା ସୁବ୍ରମଣ୍ୟମ୍, ସଂପାଦକ ସାଗରକାନ୍ତ ସେନାପତି, ଏନ୍‌ସିସି ଉପମହାନିର୍ଦ୍ଦେଶକ କମୋଦର ବିକ୍ରମ ସିଂହ, ଭାରତ ମସଲା ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା, ଆଇନଜୀବୀ ସ୍ୱରୂପ ରଞ୍ଜନ ସିଂହସାମନ୍ତ, ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଶିବ ନରେସ ସ୍ପୋର୍ଟସ କର୍ମକର୍ତ୍ତା ମୁକେଶ କୁମାର, ବିିକ୍ରମ ମହାନ୍ତି, ବ୍ରିଟିଶ ଡେପୁଟି ହାଇକମିସନର ସ୍ୱର୍ଣ୍ଣମୟୀ ଶତପଥୀ ପ୍ରମୁଖ ଅତିଥି ଭା‌ବେ ‌ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ ।