Barabati Stadium Photograph: (Kanak News)
କନକ ବ୍ୟୁରୋ : ରନ୍ ବର୍ଷା ହେଲେ ବହୁଗୁଣ ବଢ଼ିଯାଏ କ୍ରିକେଟ ରୋମାଞ୍ଚ । ଆଉ ଆସନ୍ତା ୯ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଟକ୍କରକୁ ନେଇ ଫୁଲ୍ ଯୋଶ୍ରେ ଫ୍ୟାନ୍ । ତେଣୁ ଏହି ମ୍ୟାଚ୍କୁ ହାଇସ୍କୋରିଂ କରିବା ପାଇଁ ବାରବାଟୀରେ ପ୍ରସ୍ତୁତି ହୋଇଛି ସ୍ୱତନ୍ତ୍ର ପିଚ୍ । ଚର୍ଚ୍ଚାରେ ରହିଛି, ବାରବାଟୀର ରେଡ୍ ସଏଲ୍ ବା ନାଲି ମାଟିରେ ତିଆରି ପିଚ୍ ।
ହାଇସ୍କୋରିଂ ମ୍ୟାଚ୍ ହୋଇପାରେ ଡିସେମ୍ୱର ୯ର ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ଟକ୍କର । କାରଣ ବାରବାଟୀରେ ପ୍ରଥମ ଥର ପାଇଁ ରେଡ୍ ସଏଲ୍ ବା ନାଲି ମାଟି ପିଚ୍ରେ ଖେଳାଯିବ ଏହି ଅନ୍ତର୍ଜାତୀୟ ମ୍ୟାଚ୍ । ଗତବର୍ଷ ମୁମ୍ୱାଇରୁ ନାଲି ମାଟି ଆଣି କଟକ ବାରବାଟୀ ଷ୍ଟାଡିୟମର ୪ ନମ୍ୱର ପିଚ୍ ତିଆରି କରାଯାଇଛି । ୯ ତାରିଖର ମ୍ୟାଚ୍ ପାଇଁ ଗତ ମାସେ ଧରି ଏହାକୁ ତୟାର୍ କରାଯାଉଥିଲା । ଆଉ ଆଜି ଉଭୟ ବିସିସିଆଇ ଏବଂ ଓସିଏର କ୍ୟୁରେଟର୍ ପିଚ୍ ଯାଞ୍ଚ କରିବା ପରେ, ସେଠାରେ ହିଁ ଖେଳ ହେବ ବୋଲି ନିଷ୍ପତ୍ତି ହୋଇଛି ।
ଅଧିକ ପଢ଼ନ୍ତୁ : କେଇ ମିନିଟ୍ରେ ସରିଗଲା ଅନ୍ଲାଇନ ଟିକେଟ୍; ଏବେ ଅଫ୍ଲାଇନ ଟିକେଟ୍ ଭରସାରେ ଦର୍ଶକ
ତେବେ କାହିଁକି ବଛାଗଲା ରେଡ୍ ସଏଲ୍ ପିଚ୍ ? କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ଦେଇଛନ୍ତି ଓସିଏ କ୍ୟୁରେଟର୍ ଅଞ୍ଜନ ଖୁଣ୍ଟିଆ । କହିଛନ୍ତି, ରାତିରେ ମ୍ୟାଚ୍ ହେବ । ଶୀତ ଦିନେ କାକର ପଡ଼ିବ । ତେବେ ଟାଣ ନାଲି ମାଟି ଉପରେ ପଡ଼ିବନି କାକରର ବିଶେଷ ପ୍ରଭାବ ।
ମ୍ୟାଚ୍ ଉପରେ କିଭଳି ପ୍ରଭାବ ପକାଇବ ରେଡ୍ ସଏଲ୍ ପିଚ୍ ? କ୍ରିକେଟ୍ ବିଶେଷଜ୍ଞଙ୍କ ମତରେ ରେଡ୍ ସଏଲ୍ ହାର୍ଡ ପିଚ୍ ହେଉଥିବାରୁ, ବଲ୍ ଅଧିକ ବାଉନ୍ସ ହୁଏ । ବଲ୍ର ପେସ୍ ଭଲ ରହେ । ସ୍କୋର୍ ଅଧିକ ହେବାର ସମ୍ଭାବନା ଥାଏ । ବଡ଼ ସ୍କୋର୍ କରିବା ପାଇଁ ଏହା ଉଭୟ ଟିମ୍କୁ ଫାଇଦା ଦେବ । ବାରବାଟୀ ମ୍ୟାଚ୍ରେ ୧୮୦-୨୦୦ ଭିତରେ ସ୍କୋର୍ ରହିପାରେ ବୋଲି ସେ ଆକଳନ କରିଛନ୍ତି । ବାରବାଟୀରେ ଆଗରୁ ଥିଲା ବ୍ଲାକ୍ ସଏଲ୍ ପିଚ୍ । ତେବେ ଏଥର ରେଡ୍ ସଏଲ୍ କେଉଁ କମାଲ୍ ଦେଖାଉଛି ତା ଉପରେ ନଜର ।
Follow Us