ଭାରତ-ଇଂଲଣ୍ଡ ନିର୍ଣ୍ଣାୟକ ଟେଷ୍ଟ; ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି

ଯଶପ୍ରୀତ୍ ବୁମ୍‌ରାଙ୍କ ଖେଳିବା ନ ଖେଳିବା ଏବେ ମୁଖ୍ୟ ପ୍ରସଙ୍ଗ ରହିଛି । ବୁମ୍‌ରା ନଖେଳିଲେ ଆକାଶ ଦୀପଙ୍କୁ ସୁଯୋଗ ମିଳିପାରେ । ସେହିଭଳି ଆହତ କାରଣରୁ ବାଦ୍‌ ପଡ଼ିସାରିଥିବା ଋଷଭ ପନ୍ତଙ୍କ ବଦଳରେ ଧ୍ରୁବ ଜୁରେଲ ଖେଳିବା ନିଶ୍ଚିତ ।

india-vs-england-5th-test

Photograph: (Kanak News)

କନକ ବ୍ୟୁରୋ : ଇଂଲଣ୍ଡର ଓଭାଲରେ ଆଜିଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ । ସିରିଜ୍‌ରେ ଭାରତ ୧-୨ରେ ପଛୁଆ ରହିଛି । ଶେଷ ଟେଷ୍ଟ ଜିତି ସିରିଜ୍ ବରାବର କରିବାକୁ ଚେଷ୍ଟା କରିବ ଭାରତ । ତେଣୁ ସିରିଜ୍‌ ବଞ୍ଚାଇବାକୁ ଚେଷ୍ଟା କରିବ ଗିଲ୍ ବାହିନୀ । ହେଡିଂଲେରେ ଇଂଲଣ୍ଡ ଜିତିବା ପରେ ଏଜ୍‌ବାଷ୍ଟନ୍‌ରେ ଭାରତ ବାଜି ମାରିଥିଲା । ଲର୍ଡସରେ ଭାରତ ହାରିଯିବା ପରେ ଓଲ୍ଡ ଟ୍ରା‌ଫୋର୍ଡରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଭାରତ ମ୍ୟାଚ୍‌କୁ ଡ୍ର କରିଥିଲା ।

ଯଶପ୍ରୀତ୍ ବୁମ୍‌ରାଙ୍କ ଖେଳିବା ନ ଖେଳିବା ଏବେ ମୁଖ୍ୟ ପ୍ରସଙ୍ଗ ରହିଛି । ବୁମ୍‌ରା ନଖେଳିଲେ ଆକାଶ ଦୀପଙ୍କୁ ସୁଯୋଗ ମିଳିପାରେ । ସେହିଭଳି ଆହତ କାରଣରୁ ବାଦ୍‌ ପଡ଼ିସାରିଥିବା ଋଷଭ ପନ୍ତଙ୍କ ବଦଳରେ ଧ୍ରୁବ ଜୁରେଲ ଖେଳିବା ନିଶ୍ଚିତ । ମହମ୍ମଦ ସିରାଜଙ୍କ ସହ ଅଂଶୁଲ କମ୍ବୋଜଙ୍କ ବଦଳରେ ଅର୍ଶଦୀପଙ୍କୁ ସୁଯୋଗ ମିଳିପାରେ । ଘରୋଇ ଇଂଲଣ୍ଡ ଦଳ ୪ଟି ପରିବର୍ତ୍ତନ କରିଛି । ଦଳକୁ ସବୁଠାରୁ ବଡ଼ ଝଟ୍‌କା ଲାଗିଛି ଅଧିନାୟକ ବେନ୍‌ ଷ୍ଟୋକ୍ସଙ୍କୁ ନେଇ । ବାଇସେପ୍‌ ସମସ୍ୟା କାରଣରୁ ଷ୍ଟୋକ୍ସ ଏହି ଟେଷ୍ଟ୍ ଖେଳିବେ ନାହିଁ ବୋଲି ସ୍ପଷ୍ଟ କରିଦିଆଯାଇଛି । ଷ୍ଟୋକ୍ସଙ୍କ ବଦଳରେ ଓଲି‌ ପୋପ୍ ଅଧିନାୟକ ଦାୟିତ୍ୱ ତୁଲାଇବେ । ସେହିଭଳି ଦୁଇ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ବ୍ରାଏଡନ୍ କାର୍ସଙ୍କୁ ବିଶ୍ରାମ ଦିଆଯାଇଛି । ସ୍ପିନର୍‌ ଲିଆମ୍ ଡ’ସନ୍‌ଙ୍କୁ ବାଦ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe