କନକ ବ୍ୟୁରୋ : ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ ୨-୨ ରେ ଡ୍ର ହେବା ପରେ ଏବେ ଟିମ୍ ଇଣ୍ତିଆର ଆଗାମୀ ବଡ଼ ମିଶନ ହେଉଛି ଏସିଆ କପ୍ ୨୦୨୫ । ସେପ୍ଟେମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ୍ । ଗ୍ରୁପ୍ Aରେ ଭାରତ, ପାକିସ୍ତାନ, ୟୁଏଇ ଓ ଓମାନ ରହିଛନ୍ତି । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ କେଉଁମାନେ ଭାରତୀୟ ଦଳରେ ସାମିଲ ହେବେ । ସେନେଇ ଏବେଠୁ ଅଙ୍କକଷା ହେଲାଣି । ଏଥର ଏସିଆ କପ୍ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ।
କୁହାଯାଉଛି କି ଟିମ୍ ଇଣ୍ତିଆର ଟି-ଟ୍ୱେଣ୍ଟି କ୍ୟାପ୍ଟେନ୍ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍ରୁ ବାଦ ପଡ଼ିପାରନ୍ତି । ସୂର୍ଯ୍ୟକୁମାର ଯାଦବ ହାର୍ନିଆ ଅପରେସନ୍ ପରେ ପୁଣି ଥରେ ଅଭ୍ୟାସକୁ ଫେରିଛନ୍ତି । କିନ୍ତୁ ତାଙ୍କ ଫିଟ୍ନେସକୁ ନେଇ ଏବେ ବି ପ୍ରଶ୍ନ ଉଠୁଛି । ସେପଟେ ଯଶପ୍ରୀତ ବୁମରାଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି । ତାଙ୍କୁ ବିଶ୍ରାମ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ସୂର୍ଯ୍ୟକୁମାର ଯାଦବ ନ ଖେଳନ୍ତି, ତେବେ କିଏ ହେବ ଅଧିନାୟକ । ଏନେଇ ପ୍ରଶ୍ନ ଉଠିଲାଣି ।
ରିପୋର୍ଟ ମୁତାବକ, ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ ଓ ସାଇ ସୁଦର୍ଶନ ଏସିଆ କପ୍ ସ୍କ୍ୱାଡ୍ରେ ସାମିଲ ହୋଇପାରନ୍ତି । ଲଗାତାର ଭଲ ପ୍ରଦର୍ଶନ କରିଆସୁଥିବା ଶ୍ରେୟସ ଆୟରଙ୍କୁ ବି ଟିମ୍ରେ ସାମିଲ କରାଯାଇପାରେ । ଗୌତମ ଗମ୍ଭୀର ହେଡ୍ କୋଚ୍ ଦାୟିତ୍ୱ ନେବା ପରେ ଟିମ୍ରେ ସଞ୍ଜୁ ସାମସନ, ତିଲକ ବର୍ମା, ଧ୍ରୁବ ଜୁରେଲ ଓ ରିଙ୍କୁ ସିଂଙ୍କୁ ଟିମ୍ରେ ସ୍ଥାନ ମିଳିଛି ।
ଏସିଆ କପ୍ ପାଇଁ ସମ୍ଭାବିତ ଭାରତୀୟ ଦଳ : ଯଶସ୍ୱୀ ଜୟସ୍ୱାଲ, ଶୁବମନ ଗିଲ୍, ସଞ୍ଜୁ ସାମସନ, ସାଇ ସୁଦର୍ଶନ, ଶ୍ରେୟସ ଆୟର, ତିଲକ ବର୍ମା, ରିଙ୍କୁ ସିଂ, ଧ୍ରୁବ ଜୁରେଲ, ହାର୍ଦ୍ଦିକ ପାଣ୍ତ୍ୟା, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ପ୍ରସିଦ୍ଧ କ୍ରିଷ୍ଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସିରାଜ