କନକ ବ୍ୟୁରୋ: ଆଜି ମହିଳା ଟି-୨୦ ବିଶ୍ୱକପରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଚଳିତ ବିଶ୍ୱକପରେ ପାକିସ୍ତାନ ତାର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ସହ ବିଜୟୀ ହୋଇଥିବା ବେଳେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି । ତେବେ ଭାରତ ତାର ପ୍ରଥମ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିବ ନା ପାକିସ୍ତାନ ତାର ବିଜୟ ଅଭିଯାନ ଜାରି ରଖିବ ତାହା ଦେଖିବା ବାକି ରହିଲା ।
ମହିଳା ଟି-୨୦ ବିଶ୍ୱକପ: ଆଜି ଭାରତ-ପାକିସ୍ତାନ କଡା ଟକ୍କର, ଟସ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି
ଜି ମହିଳା ଟି-୨୦ ବିଶ୍ୱକପରେ କଡା ଟକ୍କର ଦେଖିବାକୁ ମିଳିବ । କାରଣ ଆଜିର ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଏହି ମ୍ୟାଚରେ ଟସ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)