କ୍ୱାର୍ଟରରେ ନିରାଶ କଲା ଭାରତ : ୨-୩ ରେ ସିଙ୍ଗାପୁରଠାରୁ ପରାଜୟ

୨-୩ ରେ ସିଙ୍ଗାପୁରଠାରୁ ହାରିଲା ଭାରତ । ପ୍ରଥମ ମ୍ୟାଚରେ ତାରକା ଖେଳାଳି ମାନିକା ବାତ୍ରା ଓ ସିଙ୍ଗାପୁରର ତାନଜୁହାଙ୍କ ମଧ୍ୟରେ ହୋଇଥିଲା ମୁକାବିଲା । ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ସିଙ୍ଗାପୁର ଖେଳାଳି ।

16

କନକ ବ୍ୟୁରୋ : ଏସିଆନ ଟେବୁଲ ଟେନିସ ମହିଳା କ୍ୱାର୍ଟର ଫାଇନାଲରେ ନିରାଶ କଲା ଭାରତ । ୨-୩ ରେ ସିଙ୍ଗାପୁରଠାରୁ ହାରିଲା ଭାରତ । ପ୍ରଥମ ମ୍ୟାଚରେ ତାରକା ଖେଳାଳି ମାନିକା ବାତ୍ରା ଓ ସିଙ୍ଗାପୁରର ତାନଜୁହାଙ୍କ ମଧ୍ୟରେ ହୋଇଥିଲା ମୁକାବିଲା । ମ୍ୟାଚ ଆରମ୍ଭରୁ ହିଁ ପ୍ରଭାବୀ ପ୍ରଦର୍ଶନ କରିଥିଲେ ସିଙ୍ଗାପୁର ଖେଳାଳି । ତୃତୀୟ ରାଉଣ୍ଡରେ ମାନିକା ଫର୍ମକୁ ଫେରିଥିଲେ ବି ୧-୦ରେ ବାଜି ମାରି ନେଇଥିଲା ସିଙ୍ଗାପୁର ।

ଦ୍ଵିତୀୟ ମ୍ୟାଚରେ କିନ୍ତୁ ସିଙ୍ଗାପୁର ଉପରେ ଭାରି ପଡ଼ିଥିଲେ ଭାରତର ଦିୟା ଚିତଲେ । ଚତୁର୍ଥ ରାଉଣ୍ଡ ସୁଦ୍ଧା ୨-୨ ରହିଥିଲା ସ୍କୋର । ଶେଷ ରାଉଣ୍ଡରେ ପୁଣି ଥରେ ପରାଜୟ ସ୍ୱୀକାର କରିଥିଲା ଭାରତ । ତୃତୀୟ ମ୍ୟାଚରେ କିନ୍ତୁ ଏକତରଫା ବିଜୟ ହାସଲ କରିଥିଲେ ଭାରତର ଯଶସ୍ବିନୀ ଗୋରପଡେ । ୧୧-୭, ୧୧-୮, ୧୧-୮ ସ୍କୋର କରି ପୂରା ମ୍ୟାଚକୁ ୩-୦ରେ ହାତେଇଥିଲେ ୟଶସ୍ବିନୀ । ଚତୁର୍ଥ ମ୍ୟାଚରେ ପୁଣି ଥରେ ଭାରତ ବିଜୟ ହାସଲ କରିଥିଲା । ଶେଷ ମ୍ୟାଚରେ ଏକତରଫା ବିଜୟ ସହ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛି ସିଙ୍ଗାପୁର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe