ଡିସେମ୍ବର ୯ରେ ବାରବାଟୀ ଲଢ଼େଇ; ଡିସେମ୍ବର ୧ରୁ ମିଳିବ ଅନଲାଇନ୍ ଟିକେଟ୍

ସିଏ ସମ୍ପାଦକଙ୍କ ସୂଚନା ମୁତାବକ, ଡିସେମ୍ବର ୧ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଅନୁବନ୍ଧିତ ଅନୁଷ୍ଠାନ ଗୁଡ଼ିକୁ ଟିକେଟ ପ୍ରଦାନ କରାଯିବ । ସେହିପରି ୫ ତାରିଖରେ ଅଫଲାଇନରେ ୬ଟି କାଉଣ୍ଟର ଯୋଗେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି ।

Barabati Stadium

Barabati Stadium Photograph: (Kanak News)

କନକ ବ୍ୟୁରୋ: ଓଡ଼ିଆ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ପୁଣି ବାରବାଟୀରେ ହେବାକୁ ଯାଉଛି ଛକା-ଚୌକା ବର୍ଷା । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାରବାଟୀରେ ହେବାକୁଥିବା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ ଟିକେଟ୍ ତାରିଖ ଘୋଷଣା କରିଛି ଓସିଏ । ପ୍ରଥମେ ଅନଲାଇନରେ ଟିକେଟ୍ ବିକ୍ରି କରାଯିବା ପରେ ଅଫଲାଇନରେ ଟିକେଟ୍ ପାଇବେ କ୍ରିକେଟପ୍ରେମୀ ।

ଓସିଏ ସମ୍ପାଦକଙ୍କ ସୂଚନା ମୁତାବକ, ଡିସେମ୍ବର ୧ ତାରିଖରୁ ଅନଲାଇନରେ ଟିକେଟ୍ ବିକ୍ରି କରାଯିବ । ୩ ଓ ୪ ତାରିଖରେ ଅନୁବନ୍ଧିତ ଅନୁଷ୍ଠାନ ଗୁଡ଼ିକୁ ଟିକେଟ ପ୍ରଦାନ କରାଯିବ । ସେହିପରି ୫ ତାରିଖରେ ଅଫଲାଇନରେ ୬ଟି କାଉଣ୍ଟର ଯୋଗେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ହୋଇଛି । ବଡ଼କଥା ହେଉଛି ଯେ ଚଳିତ ଥର ଟିକେଟ ସଂଖ୍ୟା କମ୍ କରାଯିବ । କାରଣ ବାରବାଟୀର ପାଖାପାଖି ୬ଟି ଗ୍ୟାଲେରୀ ମରାମତି କାମ ଚାଲିଛି । ତେଣୁ ଟିକେଟ ସଂଖ୍ୟା କମ ରହିବ ବୋଲି ଓସିଏ ସମ୍ପାଦକ ସଞ୍ଜୟ ବେହେରା କହିଛନ୍ତି ।

ସୂଚନା ମୁତାବକ ୨୦୨୫ରେ ଦ୍ଵିତୀୟ ଥର ବାରବାଟୀରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ୍ । ଏହା ପୂର୍ବରୁ ଚଳିତ ବର୍ଷ ଫେବ୍ରୁଆରି ୯ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା । ଏବେ ପୁଣି ଥରେ କ୍ରିକେଟ୍ ପ୍ରେମୀ ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚର ମଜା ଉଠାଇବେ । ଏନେଇ ଜିଲ୍ଲା ପ୍ରଶାସନ ବି ସୁରକ୍ଷା ବ୍ୟବସ୍ଥା ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ବଡ଼କଥା ହେଉଛି ଏହି ଗ୍ରାଉଣ୍ଡରେ ଶେଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ୨୦୨୨ ଜୁନ ୧୨ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହିଁ ଖେଳା ଯାଇଥିଲା । ଆଉ ସବୁଠୁ ରୋଚକ କଥା ହେଲା ବାରବାଟୀ ଷ୍ଟାଡିୟମରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୫ ଅକ୍ଟୋବର ୫ରେ ସେହୀ ଦକ୍ଷିଣ ଆଫ୍ରିକା ଟିମ୍ ବିପକ୍ଷରେ ଖେଳିଥିଲା ଭାରତୀୟ ଟିମ୍  । ତେବେ ଡିସେମ୍ବର ୯ରେ ହେବାକୁ ଥିବା ଫଟାଫଟ୍ ମ୍ୟାଚ୍ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe