କନକ ବ୍ୟୁରୋ : ବାଂଲାଦେଶ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷିତ ହୋଇଛି । ଘୋଷଣା ହୋଇଥିବା ଦଳରେ ଅନେକ ଯୁବ ଚେହେରାଙ୍କୁ ସୁଯୋଗ ମିଳିଛି । ସୂର୍ଯ୍ୟକୁମାର ୟାଦବଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ଏହି ଦଳରେ ଦ୍ରୁତ ବୋଲର ମୟଙ୍କ ୟାଦବଙ୍କୁ ପ୍ରଥମ ଥର ଜାତୀୟ ଦଳରେ ସୁଯୋଗ ମିଳିଛି । ଏଥିସହିତ ରହସ୍ୟମୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏବଂ ୱିକେଟ୍ ରକ୍ଷକ ଜିତେଶ ଶର୍ମା ମଧ୍ୟ ଜାତୀୟ ଦଳରେ ସ୍ଥାନ ପାଇପାରିଛନ୍ତି ।
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ଗ୍ୱାଲିୟର୍ରେ ଖେଳାଯିବ । ଦ୍ୱିତୀୟ ମ୍ୟାଚ୍ ୯ ତାରିଖରେ ଦିଲ୍ଲୀ ଓ ୧୨ ତାରିଖରେ ତୃତୀୟ ମ୍ୟାଚ୍ ହାଇଦ୍ରାବାଦ୍ରେ ଅନୁଷ୍ଠିତ ହେବ । ଯୁବ ଖେଳାଳିଙ୍କ ଉପରେ ଭରସା କରିଛି ଦଳ । ତାସହିତ ଆଇପିଏଲ ଓ ଘରୋଇ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ଡାକରା ମିଳିଛି । ବିଶେଷ କରି ଟି-୨୦ ସିରିଜରେ ଦୁଇ ଯୁବ ଖେଳାଳି ହର୍ସିତ ଓ ମୟଙ୍କ ପ୍ରଦର୍ଶନ ଉପରେ ନଜର ରହିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/wc48OIx2cxg27fLcfB6u.jpg)