Rohit Virat Photograph: (Kanak News)
କନକ ବ୍ୟୁରୋ : ପୁଣି ଫିଲ୍ଡରେ ଚମକିଲା ରୋକୋ ଯୋଡ଼ି । ଭାରତ-ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ରୋକୋ ଯୋଡ଼ିଙ୍କ ଜବରଦସ୍ତ କମ୍ବ୍ୟାକ୍ । ଫର୍ମକୁ ଫେରିଛନ୍ତି କିଙ୍ଗ୍ କୋହଲି । ସେପଟେ ଶତକ ହାସଲ କରିଛନ୍ତି ହିଟମ୍ୟାନ୍ ରୋହିତ ଶର୍ମା । ଉଭୟଙ୍କ କମ୍ବ୍ୟାକ୍ ଫ୍ୟାନ୍ସଙ୍କ ମୁହଁରେ ହସ ଫୁଟାଇଛି । ସିଡ୍ନି ଦିନିକିଆରେ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି । ୧୦୫ ବଲ୍ରେ ଶତକ ଅର୍ଜନ କରିଛନ୍ତି ରୋହିତ । ୧୧ଟି ଚୌକା ଓ ୨ଟି ଛକା ବଳରେ ଶତକ ହାସଲ କରିଛନ୍ତି ରୋହିତ ।
ସେପଟେ ଫର୍ମକୁ ଫେରିଛନ୍ତି କିଙ୍ଗ୍ କୋହଲି । ସମାଲୋଚକଙ୍କ ମୁହଁରେ ଚୁପ୍ କରି ଅର୍ଦ୍ଧଶତକ ହାସଲ କରିଛନ୍ତି କୋହଲି । ଦୁଇଟି ମ୍ୟାଚ୍ରେ ଖାତା ଖୋଲିପାରିନଥିବା ବେଳେ ତୃତୀୟ ଦିନିକିଆରେ ଭଲ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଛନ୍ତି ।
Follow Us