କନକ ବ୍ୟୁରୋ: ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ମଧ୍ୟରେ ଲାଗି ରହିଥିବା ବିବାଦରେ ଅଯଥା ହସ୍ତକ୍ଷେପ କରିଚାଲିଛି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) । ଗୋଳିଆ ପାଣିରୁ ଫାଇଦା ଉଠାଇବା ଲକ୍ଷ୍ୟ ନେଇ ପରୋକ୍ଷରେ ବିଶ୍ବକପ୍‌କୁ ବର୍ଜନ କରିବ ବୋଲି ଧମକ ଦେଉଛି । ପିସିବିର ଏହି ପ୍ରହଶନକୁ କଟାକ୍ଷ କରିଛି ଆଇସ୍‌ଲାଣ୍ଡ୍‌ କ୍ରିକେଟ୍ ବୋର୍ଡ । ଅନ୍‌ଲାଇନ୍‌ରେ ଗମାତଭରା ଲେଖାଲେଖି ପିସିବିକୁ ତାଚ୍ଛଲ୍ୟ କରିଛି । ଯଦି ତୁମେ ଓହରିଯାଏ ବିକଳ୍ପ ପ୍ରସ୍ତୁତ ରହିଛି ବୋଲି ଥଟ୍ଟା କରିଛି ।

Advertisment

ଅଧିକ ପଢ଼ନ୍ତୁ : ପ୍ରଥମ ସ୍ଥାନରେ ଅଭିଷେକ

ଏହି ପ୍ରସଙ୍ଗରେ ନିଜ ମତ ରଖିବାକୁ ଯାଇ ଆଇସିସିର ସଯୋଗୀ ସଦସ୍ୟ ଥିବା ‘ଆଇସ୍‌ଲାଣ୍ଡ୍‌ କ୍ରିକେଟ୍’ ଲେଖିଛି ଯେ ପାକିସ୍ତାନ ତା’ର ବିଶ୍ବକପ୍‌ ଅଂଶଗ୍ରହଣ ନିଷ୍ପତ୍ତିକୁ ତୁରନ୍ତ ନେଉ ବୋଲି ଆମେ ଚାହୁଛୁ । ସେମାନେ ଫେବ୍ରୁଆରି ୨ରେ ବିଶ୍ବକପ୍‌ରୁ ଓହରିଯିବା ପରେ ପରେ ହିଁ ଆମେ କଲମ୍ବୋ ଅଭିମୁଖେ ତୁରନ୍ତ ଯାତ୍ରା କରି ଆରମ୍ଭ କରିବୁ । ହେଲେ ଫେବ୍ରୁଆରି ୭ ସୁଦ୍ଧା ସେଠାରେ ପହଞ୍ଚି ମ୍ୟାଚ୍ ଖେଳିବା ଆମ ଟିକିଏ କଷ୍ଟକର ହେବ । କଲମ୍ବୋକୁ ପ୍ରଥମ ଯାତ୍ରା ଆମ ପାଇଁ ବେଶ୍‌ ଆହ୍ବାନପୂର୍ଣ୍ଣ ରହିବ । ଏଭଳି ଉତ୍ସାହକୁ ନେଇ କିନ୍ତୁ ଆମ ଓପନର୍‌ ଆଉ ରାତିରେ ‌ଶୋଇ ପାରୁ ନାହାନ୍ତି । ଆଇସ୍‌ଲାଣ୍ଡ୍‌ କ୍ରିକେଟ୍‌ର ଏହି ଟ୍ବିଟ୍‌କୁ କ୍ରିକେଟ୍‌ପ୍ରେମୀ ବହୁତ ପସନ୍ଦ କରୁଛନ୍ତି । ପିସିବି ଏଭଳି ଟ୍ରୋଲ୍‌ ହେବାରୁ ଅ‌ନେକ ମଜା ଉଠାଉଛନ୍ତି ।