କନକ ବ୍ୟୁରୋ: କ୍ରିକେଟ୍କୁ ଅଧିକ ଆକର୍ଷଣୀୟ ଓ ପେସାଦାର କରିବା ଲକ୍ଷ୍ୟରେ ଆଇସିସି ସମସ୍ତ ଫର୍ମାଟ୍ ପାଇଁ ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ବାଉଣ୍ଡରି ନିକଟରେ ବନି ହପ୍ କ୍ୟାଚ୍ ଉପରେ ବି କଟକଣା ଲାଗୁ କରାଯାଇଛି । ଏହା ସହିତ ପୁରୁଷ ଅନ୍ତର୍ଜାତୀୟ ଦିକିକିଆ କ୍ରିକେଟ୍ ମ୍ୟାଚ୍ ପାଇଁ ପ୍ରତି ପାଳି ଲାଗି ଗୋଟିଏ ନୂଆ ବଲ୍ ପରିବର୍ତ୍ତେ ୩୫ ଓଭର ପରଠାରୁ ଗୋଟିଏ ବଲ୍ରେ ଖେଳାଯିବ ବୋଲି କୁହାଯାଇଛି ।
ଧଳାବଲ୍ ପାଇଁ ଘୋଷିତ ନୂଆ ନିୟମ ଜୁଲାଇ ୨ରୁ ଆରମ୍ଭ ହେବ । ଧଳାବଲ୍ରେ ଷ୍ଟପ୍ କ୍ଲକ୍ ନିୟମ ଲାଗୁ କରିବାର ବର୍ଷକ ପରେ ଏହାକୁ ଟେଷ୍ଟ୍ କ୍ରିକେଟ୍ରେ ବି ଲାଗୁ କରାଯାଇଛି । ଟେଷ୍ଟ୍ କ୍ରିକେଟ୍ ପାଇଁ ମଧ୍ୟ ସ୍ଲୋ ଓଭର୍ ରେଟ୍ ନିୟମ ଲାଗୁ କରାଯିବ । ପୂର୍ବ ଓଭର ଶେଷ ହେବାର ଗୋଟିଏ ମିନିଟ୍ ଭିତରେ ପରବର୍ତୀ ଓଭର ଆରମ୍ଭ ହେବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ବିଫଳ ହେଲେ ଦୁଇଟି ଚେତାବନୀ ପଏଣ୍ଟ୍ ମିଳିବା ବୋଲିଂ ଦଳ ଉପରେ ତତ୍କ୍ଷଣାତ ୫ ରନ୍ ପେନାଲ୍ଟି ବି ଲାଗୁ ହେବ ।
ପ୍ରତି ୮୦ ଓଭର ଅନ୍ତରାଳରେ ବୋଲିଂ ଦଳର ଚେତାବନୀ ପଏଣ୍ଟ 'ଶୂନ' ହୋଇଯିବ । ଉଦ୍ଦେଶ୍ୟମୂଳକ ଭାବେ ସର୍ଟ ରନ୍ ନିଆଯାଉଥିଲେ ବୋଲିଂ କରୁଥିବା ଦଳ ନିଷ୍ପତ୍ତି ନେବେ କେଉଁ ବ୍ୟାଟର୍ ଷ୍ଟ୍ରାଇକ୍ ପଟେ ରହିବେ । ଆଉ ଏକ ମଜାଦାର ନିୟମ ହେଉଛି ଯଦି କୌଣସି ଫିଲ୍ଡର ଉଦ୍ଦେଶ୍ୟମୂଳକ ଭାବେ ନକଲି କ୍ୟାଚ୍ ଦାବି କରେ ତେବେ ଟିଭି ଅମ୍ପାୟାର ଏହାକୁ ନୋ ବଲ୍ ଘୋଷଣା କରିପାରିବେ । ସ୍ବଚ୍ଛ କ୍ୟାଚ୍ ହୋଇ ନଥିଲେ ନୋ ବଲ୍ ପାଇଁ ବ୍ୟାଟିଂ ଦଳକୁ ଅତିରିକ୍ତ ରନ୍ ମିଳିବା କ୍ୟାଚ୍ ସ୍ବଚ୍ଛ ଥିଲେ ବ୍ୟାଟିଂ ଦଳ ସଂଗ୍ରହ କରିଥିବା ରନ୍ ଗଣାଯିବ । ବଲରେ ଲାଳ ରହିଥିଲେ ଏବେ ବଲ୍ ପରିବର୍ତ୍ତନ କରିବା ବାଧ୍ୟତାମୂଳକ ବି ହେବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/06/27/43ee-2025-06-27-17-21-06.jpg)