କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ରୋହିତ ଶର୍ମାଙ୍କ ପୋଷ୍ଟ । ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜରେ ‘ପ୍ଲେୟାର ଅଫ୍ ଦି ମ୍ୟାଚ୍’ ଏବଂ ‘ପ୍ଲେୟାର ଅଫ୍ ଦି ସିରିଜ୍’ ପାଇବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କ କ୍ରେଜ୍ ଯଥେଷ୍ଟ ଅଧିକ ବଢ଼ିଯାଇଛି । ଏବେ ପୁଣି ଥରେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି ରୋହିତ ଶର୍ମା ।
ଅଧିକ ପଢ଼ନ୍ତୁ--- ଆଇସିୟୁରେ ଭର୍ତ୍ତି ହେଲେ ଶ୍ରେୟସ
ରୋହିତଙ୍କ ଫିଟନେସ୍ ନେଇ ସମାଲୋଚନା କରୁଥିବା ସମାଲୋଚକଙ୍କ ଧାରଣା ପ୍ରାୟ ବଦଳି ଯାଇଛି । ରବିବାର, ସିରିଜ୍ ଶେଷ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୋସିଆଲ ମିଡିଆରେ ଏକ ବାର୍ତ୍ତା ପୋଷ୍ଟ କରି ପୁଣି ଥରେ ଏକ ଫ୍ୟାନ୍ସଙ୍କୁ କନଫ୍ୟୁଜ୍ କରିଦେଇଛନ୍ତି । ରୋହିତ ସିଡନୀ ବିମାନବନ୍ଦରରେ ତାଙ୍କ ପ୍ରସ୍ଥାନ କରୁଥିବାର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, "ଶେଷ ଥର ପାଇଁ, ସିଡନୀକୁ ବିଦାୟ ।" ଆଉ ରୋହିତ ଏହି ପୋଷ୍ଟ କରିବା ପରେ ପ୍ରଶଂସକମାନେ ଭିନ୍ନ ଭିନ୍ନ ଚର୍ଚ୍ଚା କରିବା ଆରମ୍ଭ କରିଦେଇଛନ୍ତି । ଏ ପୋଷ୍ଟ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ମ୍ୟାଚ୍ ନା ତାଙ୍କର ଅବସର? ନା ତାଙ୍କ କ୍ୟାରିୟର ଆଗାମୀ ଭବିଷ୍ୟତ ନେଇ ବୋଲି ପ୍ରଶଂସକଙ୍କ ଭିତରେ ଦ୍ବନ୍ଦ୍ବ ଉପୁଜିଛି ।
ସିଡ୍ନିରେ ହିଟ୍ ମ୍ୟାନ୍ଙ୍କ ଟ୍ରାକ୍ ରେକର୍ଡ ଜବରଦସ୍ତ ରହିଛି । ଦିନିକିଆ ମ୍ୟାଚରେ ଦୁଇଟି ଶତକ, ଦୁଇଟି ଅର୍ଦ୍ଧ ଶତକ ସହ ମୋଟ୍ ୫ଟି ମ୍ୟାଚରେ ୪୫୩ ରନ୍ କରିଛନ୍ତି । ଅଧିନାୟକ ପଦରୁ ରୋହିତଙ୍କୁ ହଟାଇବା ନେଇ ଫ୍ୟାନ୍ସ ମାନେ ସହଜରେ ଗ୍ରହଣ କରିପାରୁନଥିଲେ ହେଲେ ରୋହିତଙ୍କ ଶତକ ଚୟନକର୍ତ୍ତାଙ୍କୁ ଦେଖାଇ ଦେଇଛି ଯେ ସେ କେତେ ଫିଟ୍ ଅଛନ୍ତି । ୨୦୨୭ ବିଶ୍ବକପ୍ ଖେଳିବାକୁ ତାଙ୍କ ପାଖରେ ଆହୁରି ସମୟ ବାକି ଅଛି ।
ବଡ଼ କଥା ହେଉଛି, ସମସ୍ତେ ଏବେ ଜାଣନ୍ତି ଯେ କ୍ରିକେଟ ଜଗତରେ ଏହି କିବଂଦନ୍ତୀ ଖେଳାଳିଙ୍କ କ୍ରେଜ୍ କେତେ । ରେକର୍ଡ ବ୍ରେକର, ହିଟମ୍ୟାନ୍, ଫିଟମ୍ୟାନ୍ ଭାବେ ପ୍ରତିଷ୍ଠା ଲାଭ କରିଛନ୍ତି ରୋହିତ । ଆଉ ଏହି ସମୟରେ ସେ ଯଦି ବି କିଛି କହୁଛନ୍ତି ତାହା ଖବରର ହେଡ୍ଲାଇନ୍ ହୋଇଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/27/rohit-sharma-2025-10-27-18-53-19.jpg)