କନକ ବ୍ୟୁରୋ :  ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଞ୍ଚନ୍ତି । ଏବେ ସେ "ଲାହୋର ୧୯୪୭" ଚଳଚ୍ଚିତ୍ରରେ ନଜର ଆସିବେ । ପ୍ରୀତିଙ୍କ ଦଳ ପଞ୍ଜାବ କିଙ୍ଗ୍ସ ମଧ୍ୟ IPL ୨୦୨୫ର ଫାଇନାଲରେ ପହଞ୍ଚିଛି । ପ୍ରୀତି ଜିଣ୍ଟା IPL ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ବହୁତ ରୋଜଗାର କରନ୍ତି । କିନ୍ତୁ ଆପଣ ଜାଣନ୍ତି କି, ପ୍ରୀତି ଜିଣ୍ଟା ଆଇପିଏଲରୁ କେତେ ରୋଜଗାର କରନ୍ତି ? 

Advertisment

ପ୍ରୀତି ଜିଣ୍ଟାଙ୍କ ମୋଟ ସମ୍ପତ୍ତି କେତେ?
ରିପୋର୍ଟ ଅନୁଯାୟୀ, ପ୍ରୀତି ଜିଣ୍ଟାଙ୍କ ସମ୍ପତ୍ତି ୧୮୩ କୋଟି  । ସେ ଅଭିନୟ, ବ୍ୟବସାୟିକ ଡିଲ୍ ଏବଂ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ମାଧ୍ୟମରେ ରୋଜଗାର କରନ୍ତି । ପ୍ରୀତି ଏକ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ୧.୫ କୋଟି ଟଙ୍କା ନିଅନ୍ତି ।

IPLରେ ନିବେଶ
ପ୍ରୀତି ଜିଣ୍ଟା ୨୦୦୮ ମସିହାରେ ଆଇପିଏଲ ଦଳ ପଞ୍ଜାବ କିଙ୍ଗ୍ସର ସହ-ମାଲିକ ହୋଇଥିଲେ । ମନି କଣ୍ଟ୍ରୋଲ ଅନୁଯାୟୀ, ପ୍ରୀତି ସେତେବେଳେ ୩୫ କୋଟି ଟଙ୍କା ନିବେଶ କରିଥିଲେ, ଯାହା ଏବେ ୩୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ୨୦୦୮ ମସିହାରେ ଯେତେବେଳେ ପଞ୍ଜାବ କିଙ୍ଗ୍ସ ଆରମ୍ଭ ହୋଇଥିଲା, ଏହାକୁ ୭୬ ମିଲିୟନ୍ ଡଲାରରେ କିଣାଯାଇଥିଲା । ଏହାର ମୂଲ୍ୟ ୨୦୨୨ ସୁଦ୍ଧା ୯୨୫ ମିଲିୟନ୍ ଡଲାରକୁ ବୃଦ୍ଧି ପାଇଲା ।

ଆଇପିଏଲ ଦଳର ମାଲିକମାନେ ଏମିତି ରୋଜଗାର କରନ୍ତି ଟଙ୍କା 
ଆଇପିଏଲରେ ଟିକେଟ୍ ବିକ୍ରୟରୁ ହେଉଥିବା ଆୟରେ ଆଇପିଏଲ ଦଳର ମାଲିକମାନଙ୍କର ମଧ୍ୟ ଅଂଶ ରହିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟିକେଟ୍ ବିକ୍ରୟର 80 ପ୍ରତିଶତ ଦଳ ମାଲିକଙ୍କ ଆକାଉଣ୍ଟକୁ ଯାଏ । ଦଳଗୁଡ଼ିକ ପ୍ରାୟୋଜକତା ମାଧ୍ୟମରେ ମଧ୍ୟ ଟଙ୍କା ରୋଜଗାର କରନ୍ତି । 

ପ୍ରୀତି ଜିଣ୍ଟା ଅନେକ ସମ୍ପତ୍ତିର ମାଲିକ । ପ୍ରୀତି ଜିଣ୍ଟାଙ୍କର ମୁମ୍ବାଇର ପାଲି ହିଲ୍ସ ଅଞ୍ଚଳରେ ୧୭.୦୧ କୋଟି ଟଙ୍କାର ଏକ ଆପାର୍ଟମେଣ୍ଟ ଅଛି । ତାଙ୍କର ନିଜ ଗାଁ ସିମଲାରେ ଏକ ଘର ମଧ୍ୟ ଅଛି, ଯାହାର ମୂଲ୍ୟ ପ୍ରାୟ ୭ କୋଟି ଟଙ୍କା । ବିବାହ ପରେ ପ୍ରୀତି ଲସ୍ ଆଞ୍ଜେଲସ୍ ଚାଲିଗଲେ । ସେ ତାଙ୍କ ସ୍ୱାମୀଙ୍କ ସହ ସେଠାରେ ରୁହନ୍ତି । ବେଭର୍ଲି ହିଲ୍ସରେ ତାଙ୍କର ଏକ ବଡ଼ ଘର ଅଛି ।

ପ୍ରୀତି ଜିଣ୍ଟାଙ୍କ କାର କଲେକସନ୍ 
ପ୍ରୀତି ଜିଣ୍ଟା ମଧ୍ୟ ଲଗଜୋରୀ କାର ପସନ୍ଦ କରନ୍ତି । ତାଙ୍କ ପାଖରେ Lexus LX 400 କ୍ରସଓଭର ଅଛି । ଏହା ବ୍ୟତୀତ ତାଙ୍କ ପାଖରେ ପୋର୍ସେ, ମର୍ସିଡିଜ୍ ବେଞ୍ଜ ଇ କ୍ଲାସ୍ ଏବଂ ବିଏମଡବ୍ଲୁ ମଧ୍ୟ ରହିଛି ।