କନକ ବ୍ୟୁରୋ : ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ୨୦୨୫ର ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ପ୍ରଥମ ଟେଷ୍ଟରେ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଦକ୍ଷିଣ ଆଫ୍ରିକା ପ୍ରଥମ ଦଳ ଭାବେ ଡବ୍ଲ୍ୟୁଟିସି ୨୦୨୫ର ଫାଇନାଲରେ ପ୍ରବେଶ କରିଛି । ଏବେ ଦ୍ୱିତୀୟ ଦଳ ଭାବେ କିଏ କ୍ୱାଲିଫାଏ କରିବ । ଦାବିଦାର ଭିତରେ ଭାରତର ଆଶା କ୍ଷୀଣ ହୋଇସାରିଛି ଭାରତ । ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କାର ଗୋଟିଏ ଦଳ ଦକ୍ଷିଣ ଆଫ୍ରିକାକୁ ଫାଇନାଲରେ ଭେଟିବ ।

Advertisment

 ଦକ୍ଷିଣ ଆଫ୍ରିକା କେବଳ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ପରାସ୍ତ କରିନଥିଲା ବରଂ ଡବ୍ଲୁଟିସି ଫାଇନାଲକୁ ମଧ୍ୟ ଟିକେଟ ହାସଲ କରିଥିଲା । ଲଣ୍ଡନର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଜୁନ୍ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ୨୦୨୫ର ଫାଇନାଲ୍ ଖେଳାଯିବ । ଆଇସିସି ଏହି ମ୍ୟାଚ୍ ପାଇଁ ଜୁନ୍ ୧୬କୁ ରିଜର୍ଭ ଡେ ଭାବେ ରଖିଛି ।

ଦକ୍ଷିଣ ଆଫ୍ରିକା ୨୦୨୪ରେ ଟି-୨୦ ବିଶ୍ୱକପର ଫାଇନାଲରେ ଭାରତଠାରୁ ପରାସ୍ତ ହୋଇଥିଲା । ତେବେ କିଛି ମାସ ପରେ ସେମାନେ ଆଉ ଏକ ଆଇସିସି ଫାଇନାଲରେ ପହଞ୍ଚିଛନ୍ତି । ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିଛି । ରେସରେ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଡବ୍ଲ୍ୟୁଟିସି ଫାଇନାଲ୍ ଦୌଡ଼ରେ ରହିଥିବାବେଳେ ଭାରତ ରେସରେ ତୃତୀୟ ଅଛି ।

ସେପଟେ ମେଲବର୍ଣ୍ଣ ଟେଷ୍ଟରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଛି । ଚତୁର୍ଥ ଟେଷ୍ଟର ଶେଷ ଦିନରେ ଅଷ୍ଟ୍ରେଲିଆ ୧୮୪ ରନରେ ବିଜୟୀ ହୋଇଛି । ଦ୍ୱିତୀୟ ଇନିସରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ହାରିବାକୁ ପଡିଛି । ଯଶଶ୍ୱୀ ଜୟସ୍ୱାଲ ଏକାକୀ ୮୪ ରନ କରିଥିଲେ ମଧ୍ୟ ଅନ୍ୟ କୌଣସି ବ୍ୟାଟର ଭଲ ପଦର୍ଶନ କରିପାରିନଥିଲେ । ଭାରତର ପରାଜୟ ଦ୍ୱିତୀୟ ଇନିସରେ ଭାରତର ୯ ଜଣ ବ୍ୟାଟର ଦୁଇ ଅଙ୍କ ଛୁଇଁପାରିନଥିଲେ । ପୁଣି ଫେଲ ମାରିଥିଲେ ରୋହିତ ଶର୍ମା, ବିରାଟ କୋହଲି, ଲୋକେଶ ରାହୁଲ । ୫ ମ୍ୟାଚ ବିଶିଷ୍ଟ ଏହି ସରିଜରେ ଅଷ୍ଡ୍ରେଲିଆ ୨-୧ରେ ଆଗୁଆ ରହିଛି । ଫଳରେ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପରେ ପ୍ରବେଶ ନେଇ ପ୍ରଶ୍ନ ଉଠିଛି ।