କନକ ବ୍ୟୁରୋ : ପ୍ରେମିକା ତଥା ମଡେଲ ମାହିକା ଶର୍ମାଙ୍କ ପ୍ରତି ପୁଣି ଥରେ ଅଜସ୍ର ଭଲପାଇବା ଅଜାଡ଼ି ଦେଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ରସିକିଆ ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା । ଗୁରୁବାର ମାହିକାଙ୍କ ୨୪ତମ ଜନ୍ମ ଦିବସ ଥିଲା ବେଳେ ତାଙ୍କ ପାଇଁ ହାର୍ଦ୍ଦିକ ଏକ ରୋମାଣ୍ଟିକ୍‌ ଲେଖା ଲେଖିଛନ୍ତି । ଉଭୟ ଶ୍ରୀଲଙ୍କାରେ ଛୁଟି କଟାଉଥିବା ବେଳର ଏକ ଅନ୍ତରଙ୍ଗ ଫଟୋ ଇନଷ୍ଟାଗ୍ରାମ୍‌ରେ ପ୍ରକାଶ କରି ହାର୍ଦିକ ଲେଖିଛନ୍ତି, ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ମୋ ରାଜଜେମା ।

Advertisment

ଅଧିକ ପଢ଼ନ୍ତୁ : ବଢ଼ିଲା ସାମିଙ୍କ ଅଡୁଆ: ନୋଟିସ୍‌ ଜାରି କଲେ ସୁପ୍ରିମକୋର୍ଟ ‌

ମାହିକା ମଧ୍ୟ ତାଙ୍କୁ ହାର୍ଟ ଇମୋଜି ଛାଡ଼ିଛନ୍ତି । ନତାଶା ଷ୍ଟଙ୍କୋଭିକଙ୍କଠାରୁ ଛାଡ଼ପତ୍ର ନେବା ପରେ ଗତବର୍ଷ ହାର୍ଦିକ-ମାହିକା ସଂପର୍କ ବିଷୟ ପଦାକୁ ଆସିଥିଲା । ସେବେଠାରୁ ଉଭୟ ପରସ୍ପରର ଢେର ସମୟ କଟାଉଛନ୍ତି । ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ବିସିସିଆଇ ଖେଳାଳମାନେ ସେମାନଙ୍କ ସହ ପରିବାରବର୍ଗଙ୍କୁ ନେଇ ପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏକ ମ୍ୟାଚ୍‌ ଅବସରରେ ମାହିକାଙ୍କୁ ଭାରତୀୟ ଦଳ ସହ ଦେଖିବାକୁ ମିଳିଥିଲା । ଏଥିନେଇ ଛୋଟ କାଟିଆ ବିବାଦ ମଧ୍ୟ ଉପୁଜିଥିଲା । ଫଳରେ ମାହିକା ଏବେ ଦର୍ଶକ ଗ୍ୟାଲେରିରେ ବସି ହାର୍ଦ୍ଦିକଙ୍କୁ ନିୟମିତ ଭାବେ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି ।

ବୁଧବାରର ନେଦରଲାଣ୍ଡ୍‌ସ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ଭାରତ ବିଜୟ ପରେ ମାହିକା ଗ୍ୟାଲେରିରେ ରହି ଖୁସିରେ ତାଳି ମାରୁଥିଲେ । ଏହା ପୂର୍ବରୁ ତାଙ୍କ କ୍ରିକେଟ୍‌ ଯାତ୍ରାରେ ପୁନର୍ବାର ଉତ୍ସାହ ଓ ଉନ୍ମାଦ ଭରିବାରେ ମାହିକା ପ୍ରମୁଖ ଭୂମିକା ତୁଲାଇଥିଲେ ବୋଲି ହାର୍ଦିକ କହି ସାରିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି, ମାହିକା ଯେତେବେଳେ ମୋ ଜୀବନକୁ ଆସିଲେ କ୍ରିକେଟ୍‌ ବିଷୟରେ ଆମେ ଢେର ଚର୍ଚ୍ଚା କରୁଥିଲୁ । ମୋ ପୁଅ ଅଗସ୍ତ୍ୟାକୁ ପାଖକୁ ଆଣିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲୁ । ଅଗସ୍ତ୍ୟା ଓ ମାହିକାଙ୍କ ପାଇଁ ମୁଁ ଏବେ ପୁଣି କ୍ରିକେଟ୍‌କୁ ମନମରି ଉପ‌ଭୋଗ କରୁଛି । ଦକ୍ଷତାମୂଳକ ପ୍ରଦର୍ଶନ ଦେବାକୁ ଚେଷ୍ଟା କରୁଛି । ଏଥିଲାଗି ଉଭୟଙ୍କୁ ଧନ୍ୟବାଦ ।