କନକ ବ୍ୟୁରୋ : ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଖବରର ଶିରୋନାମାରେ । ଏଥର ସେ ତାଙ୍କ କ୍ରିକେଟ୍‌କୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ନତାଶା ଷ୍ଟାନକୋଭିକଙ୍କ ସହ ଛାଡପତ୍ର ଏବଂ ଗାୟିକା ଜାସ୍ମିନ୍ ୱାଲିଆଙ୍କ ସହ କଥିତ ବ୍ରେକଅପ୍ ପରେ, ସେ ତୃତୀୟ ଥର ପାଇଁ ପ୍ରେମରେ ପଡ଼ିଛନ୍ତି ଏବଂ ଏଥର ମଧ୍ୟ ସେ ଜଣେ ମଡେଲଙ୍କ ପ୍ରେମରେ ପଡ଼ିଛନ୍ତି । ହାର୍ଦ୍ଦିକଙ୍କ ମଡେଲ ମାହିକା ଶର୍ମାଙ୍କ ସହ ଡେଟିଂର ଗୁଜବ ସୋସିଆଲ ମିଡିଆରେ ଜୋର ଧରିଛି ।

Advertisment

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ମାହିକାଙ୍କ ଏକ ସେଲ୍‌ଫିର ବ୍ୟାକ୍‌ଗ୍ରାଉଣ୍ଡରେ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ମାହିକାଙ୍କ ଏକ ପୋଷ୍ଟରେ ଜର୍ସି ନମ୍ବର 33 ଉଲ୍ଲେଖ କରାଯାଇଥିଲା, ଯାହା ହାର୍ଦ୍ଦିକଙ୍କ ସହିତ ଜଡିତ । ଦୁଇଜଣ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିବା ଏବଂ ମାହିକା ହାର୍ଦ୍ଦିକଙ୍କ ପୋଷ୍ଟକୁ ଲାଇକ୍ କରିବା ଏହି ଗୁଜବକୁ ଆହୁରି ଖୋରାକ ଯୋଗାଇଥିଲା । ତଥାପି, ଏପର୍ଯ୍ୟନ୍ତ ହାର୍ଦ୍ଦିକ କିମ୍ବା ମାହିକା ସେମାନଙ୍କ ସମ୍ପର୍କ ଉପରେ କୌଣସି ବୟାନ ଦେଇନାହାଁନ୍ତି ।

ମାହିକା ଶର୍ମା କିଏ?
ମାହିକା ଶର୍ମା ଜଣେ ଉଦୀୟମାନ ମଡେଲ ଏବଂ ଅଭିନେତ୍ରୀ । ସେ ଅର୍ଥନୀତିରେ ଡିଗ୍ରୀ ହାସଲ କରିବା ପରେ ମଡେଲିଂ ଏବଂ ଅଭିନୟକୁ ତାଙ୍କର କ୍ୟାରିଅର ଭାବରେ ବାଛିଥିଲେ । ସେ ତନିଷ୍କ, ଭିଭୋ ଏବଂ ୟୁନିକ୍ଲୋ ଭଳି ବଡ଼ ବ୍ରାଣ୍ଡ ପାଇଁ ଅନେକ ସଂଗୀତ ଭିଡିଓ, ଇଣ୍ଡିପେଣ୍ଡେଣ୍ଟ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିଛନ୍ତି । ମାହିକା ମନୀଷ ମାଲହୋତ୍ରା, ଅନିତା ଡୋଙ୍ଗରେ ଏବଂ ତରୁଣ ତାହିଲିଆନିଙ୍କ ପରି ଶ୍ରେଷ୍ଠ ଭାରତୀୟ ଡିଜାଇନରଙ୍କ ପାଇଁ ରାମ୍ପରେ ଚାଲିଛନ୍ତି । ୨୦୨୪ରେ, ତାଙ୍କୁ ଇଣ୍ଡିଆନ୍ ଫ୍ୟାଶନ୍ ପୁରସ୍କାରରେ 'ମଡେଲ୍ ଅଫ୍ ଦି ଇୟର' ପୁରସ୍କାର ପ୍ରଦାନ କରାଯାଇଥିଲା, ଯାହା ତାଙ୍କର ବୃତ୍ତିଗତ ସଫଳତାକୁ ଆହୁରି ଉଜ୍ଜ୍ୱଳ କରିଥିଲା ।

ନତାଶା ପରେ ଜାସ୍ମିନ୍‌ଙ୍କ ପ୍ରେମରେ ପଡ଼ିଥିଲେ ହାର୍ଦ୍ଦିକ 
ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବରୁ ନତାଶାଙ୍କୁ ବିବାହ କରିଥିଲେ । ଦୁହେଁ ୨୦୨୦ ମେ’  ମାସରେ ବିବାହ କରିଥିଲେ ଏବଂ ୨୦୨୩ ଫେବୃଆରୀରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁସାରେ ବିବାହ କରିଥିଲେ । କିନ୍ତୁ, ୨୦୨୪ ଜୁଲାଇରେ ଦୁହେଁ ପରସ୍ପର ସହମତିରେ ଅଲଗା ହୋଇଯାଇଥିଲେ । ଏହି ବିବାହ ମାତ୍ର ଚାରି ବର୍ଷ ମଧ୍ୟରେ ଭାଙ୍ଗି ଯାଇଥିଲା । ନତାଶାଙ୍କ ଠାରୁ ଛାଡପତ୍ର ପରେ, ମଡେଲ ଜାସ୍ମିନ୍ ୱାଲିଆଙ୍କ ସହ ତାଙ୍କର ସମ୍ପର୍କର କାହାଣୀ ଶୁଣିବାକୁ ମିଳିଥିଲା । ମ୍ୟାଚ୍ ସମୟରେ ଜାସ୍ମିନ୍ ମଧ୍ୟ ଅନେକ ଥର ଦେଖାଯାଇଥିଲା, କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥିବା ଖବର ଆସିଥିଲା ।

ଏବେ ସୋସିଆଲ ମିଡିଆରେ ହାର୍ଦ୍ଦିକ ଏବଂ ମାହିକାଙ୍କ ଗୁଜବ ଜୋର ଧରିଛି । ଜଣେ ରେଡିଟ୍ ୟୁଜର ଲେଖିଛନ୍ତି, 'ମୁଁ ମାହିକାଙ୍କୁ ଫଲୋ କରେ ଏବଂ ସେ ହାର୍ଦ୍ଦିକଙ୍କ ସହ ଜଡିତ ଅନେକ ରିଲ୍ ଲାଇକ୍ କରିଛନ୍ତି । ହୁଏତ ସେମାନେ କେବଳ ବନ୍ଧୁ ଥାଇପାରନ୍ତି  ।' ସେହିପରି କିଛି ୟୁଜର ହାର୍ଦ୍ଦିକଙ୍କୁ ଟ୍ରୋଲ କରିଛନ୍ତି, 'ନୂଆ ଟୁର୍ଣ୍ଣାମେଣ୍ଟ, ନୂଆ ପ୍ରେମିକା' ଭଳି ମନ୍ତବ୍ୟ ଦେଇ ହାର୍ଦ୍ଦିକଙ୍କୁ ଟ୍ରୋଲ୍ କରୁଛନ୍ତି ।