କନକ ବ୍ୟୁରୋ : ୟୁକ୍ରେନ୍‌ ଏଲିନା ସ୍ୱିତୋଲିନା ଏଠାରେ ଖେଳାଯାଇଥିବା ଅକ୍‌ଲାଣ୍ଡ କ୍ଲାସିକ୍‌ ଟେନିସ୍‌ ପ୍ରତିଯୋଗିତାରେ ବି‌ଜେତା ହୋଇଛନ୍ତି । ରବିବାର ମହିଳା ଏକକ ଫାଇନାଲ୍‌ରେ ଶୀର୍ଷ ମାନ୍ୟତାପ୍ରାପ୍ତ ଏହି ଖେଳାଳି ୬-୩, ୭-୬ ‌ସେଟ୍‌ରେ ଚୀନ୍‌ର ୱାଙ୍ଗ୍‌ ଜିନ୍‌ୟୁଙ୍କୁ ପରାସ୍ତ କରିଥିଲେ । ୨୦୨୫ରେ ଶେଷ ୪ ମାସ ମାନସିକ ଶାନ୍ତି ଲାଗି ବିଶ୍ୱର ଏହି ୧୩ ନମ୍ବର ଖେଳାଳି ଟେନିସଠୁ ଦୂରେଇ ରହିଥିଲେ । ଫେରିବା ପରେ ଏହା ତାଙ୍କର ପ୍ରଥମ ପ୍ରତିଯୋଗିତା ଥିଲା ।

Advertisment