କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କଲେ ବ୍ରାଭୋ; ଗମ୍ଭୀରଙ୍କ ପରେ ବ୍ରାଭୋଙ୍କୁ ମିଳିଲା KKR ର ଗୁରୁ ଦାୟିତ୍ୱ

ଧୋନିଙ୍କ ନିକଟତମ ବନ୍ଧୁ ତଥା ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଡ୍ୱେନ୍ ବ୍ରାଭୋଙ୍କୁ କେକେଆର ଦେଇଛି ବଡ଼ ଦାୟିତ୍ୱ । କେକେଆରର ମେଣ୍ଟର ଭାବେ ସେ ନିଯୁକ୍ତି ପାଇଛନ୍ତି ।

Dwane Bravo

କନକ ବ୍ୟୁରୋ : ଆଇପିଏଲ ୨୦୨୫ ରେ କେକେଆରରେ ବଡ଼ ପରିବର୍ତ୍ତନ । ଗମ୍ଭୀରଙ୍କ ସ୍ଥାନରେ ଯୋଡ଼ି ହେଲେ ୱେଷ୍ଟଇଣ୍ତିଜର ଏହି ସୁପରଷ୍ଟାର ଖେଳାଳି । ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ ଦାୟିତ୍ୱ ତୁଲାଉଥିବା ବେଳେ ବର୍ତ୍ତମାନ କେକେଆରର ମେଣ୍ଟର ଭାବେ ନିଯୁକ୍ତ କରାଯାଇଛି ।

ଧୋନିଙ୍କ ନିକଟତମ ବନ୍ଧୁ ତଥା ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଡ୍ୱେନ୍ ବ୍ରାଭୋଙ୍କୁ କେକେଆର ଦେଇଛି ବଡ଼ ଦାୟିତ୍ୱ । କେକେଆରର ମେଣ୍ଟର ଭାବେ ସେ ନିଯୁକ୍ତି ପାଇଛନ୍ତି । ଏନେଇ ସେ ଖୋଦ ଭିଡିଓ ଜରିଆରେ ସୂଚନା ଦେଇଛନ୍ତି । ବ୍ରାଭୋ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା ନେଇ ଯାଇଥିବା ବେଳେ ଏବେ ସିପିଏଲରେ ମଧ୍ୟ ନିଜର ଅବସର ଘୋଷଣା କରିଛନ୍ତି । ଏହି ସମୟରେ ସେ ଭାବବିହ୍ୱଳ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।

୪୦ ବର୍ଷୀୟ ବ୍ରାଭୋ ଜଣେ ଚର୍ଚ୍ଚିତ କ୍ରିକେଟ ଭାବେ  ବେଶ ପରିଚିତ । ସେ ୨୦୧୨ ଓ ୨୦୧୬ରେ ୱେଷ୍ଟଇଣ୍ଡିଜ ଜିତିଥିବା ଟି-୨୦ ବିଶ୍ୱକପ ଟିମର ସଦସ୍ୟ ରହିଥିଲେ । ଟି-୨୦ କ୍ରିକେଟର ଜଣେ ପ୍ରଖ୍ୟାତ ଖେଳାଳି ଭାବେ ଜଣାଶୁଣା । ବ୍ରାଭୋ ନିଜ କ୍ରିକେଟ କ୍ୟାରିୟରରେ ୬୩୧ଟି ୱିକେଟ ନେଇଛନ୍ତି । ସେ ୫୮୨ଟି ମ୍ୟାଚ୍‌ ଖେଳିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe