କନକ ବ୍ୟୁରୋ : ଏଜବାଷ୍ଟନ ଟେଷ୍ଟରେ ଚମକିଲେ ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ । ଭାରତ-ଇଂଲଣ୍ତ ଟେଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟରେ ଭାରତର ଐତିହାସିକ ବିଜୟ ପଛରେ ଭାରତୀୟ ଦ୍ରୁତ ବୋଲର୍ ଆକାଶ ଦୀପଙ୍କ ବଡ଼ ଭୂମିକା ରହିଛି । ଏଜବାଷ୍ଟନ ଟେଷ୍ଟର ପ୍ରଥମ ଇନିଂସରେ ୪ଟି ୱିକେଟ ଓ ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି ଆକାଶ ଦୀପ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ଭାରତ ବିଜୟ ହାସଲ କରି ସିରିଜ ବରାବର କରିଛି ।
ଏଜବାଷ୍ଟନ ଟେଷ୍ଟ ବିଜୟ ପରେ ଭାବବିହ୍ୱଳ ହୋଇପଡ଼ିଥିଲେ ଆକାଶ ଦୀପ । ସେ ଏହି ବିଜୟର ଶ୍ରେୟ ନିଜ ଭଉଣୀକୁ ଦେଇଛନ୍ତି । ତାଙ୍କ ବଡ଼ ଭଉଣୀ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି । ସେ ତାଙ୍କ ମ୍ୟାଚ୍ ବିଜୟୀ ପ୍ରଦର୍ଶନକୁ ତାଙ୍କ ଭଉଣୀଙ୍କୁ ଉତ୍ସର୍ଗ କରିଛନ୍ତି । ଆକାଶ ଦୀପ ମ୍ୟାଚ୍ ପରେ କହିଛନ୍ତି ଯେ, ତାଙ୍କ ବଡ଼ ଭଉଣୀ ୨ ମାସ ହେଲା କ୍ୟାନସର ସହ ଲଢ଼େଇ କରୁଛନ୍ତି । ତାଙ୍କ ଭଲ ପ୍ରଦର୍ଶନ ଭଉଣୀ ମୁହଁରେ ହସ ଫୁଟାଇବ । ମୁଁ ଯେତେବେଳେ ବି ବଲ ହାତରେ ଧରୁଥିଲି ସେତେବେଳେ ତାଙ୍କ ମୁହଁ ମୋ ସାମ୍ନାକୁ ଆସୁଥିଲା ।
ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଦଳ ୩୩୬ ରନରେ ବିଜୟୀ ହୋଇଛି । ଏହି ମ୍ୟାଚ୍ରେ ଇଂଲଣ୍ଡ ସମ୍ମୁଖରେ ଜିତିବା ପାଇଁ ୬୦୮ରନର ଟାର୍ଗେଟ ମିଳିଥିଲା । ଏହାକୁ ପିଛା କରି ଆୟୋଜକ ଦଳ ଖେଳର ପଞ୍ଚମ ଦିନର ଦ୍ୱିତୀୟ ଇନିଂସରେ ୨୭୧ ରନରେ ଅଲଆଉଟ୍ ହୋଇଯାଇଥିଲା ।
ଭାରତ ପକ୍ଷରୁ ଆକାଶ ଦୀପ ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ସର୍ବାଧିକ ୬ଟି ୱିକେଟ୍ ନେଇଛନ୍ତି । ଭାରତ ପ୍ରଥମ ଥର ପାଇଁ ବର୍ମିଂହାମର ଏଜବାଷ୍ଟନ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ୍ ଜିତିଛି । ପୂର୍ବ ଭାରତୀୟ ଦଳ ଜୁଲାଇ ୧୯୬୭ ମସିହାରେ ଏହି ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳିଥିଲା । ଯେଉଁଥିରେ ଏହାକୁ ୧୩୨ ରନରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ୫୮ ବର୍ଷ ପରେ ବର୍ମିଂହାମରେ ବଡ଼ ବିଜୟ ହାସଲ କରିଛି ଭାରତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/07/akash-deep-sister-2025-07-07-18-12-34.jpg)