କନକ ବ୍ୟୁରୋ: ହାର୍ଦ୍ଦିକ ଓ ଗିଲଙ୍କ ମଝିରେ ହୋଇଛି କି ଗଡ଼ବଡ଼ ? ଆଇପିଏଲର ଏଲିମିନେଟର ମ୍ୟାଚରେ ଦେଖିବାକୁ ମିଳିଲା ଉଭୟଙ୍କ ମଝିରେ ତିକ୍ତତା । ଟସ୍ ପରେ ପରେ ହାର୍ଦ୍ଦିକଙ୍କ ସହ ହାତ ନମିଳାଇ ଅଣଦେଖା କରି ଚାଲିଗଲେ ଶୁବମନ୍ ଗିଲ୍, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆଉ କ୍ରିକେଟ୍ ଫ୍ୟାନ୍ସ କହୁଛନ୍ତି ଗିଲ୍ ଓ ପାଣ୍ଡ୍ୟାଙ୍କ ମଝିରେ ସବୁକିଛି ଠିକ୍ ନାହିଁ ।

Advertisment

ଶୁକ୍ରବାର ମୁଲାନପୁର ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ଏଲିମିନେଟର୍ ମ୍ୟାଚ୍ । ଆଉ କର ବା ମର ମ୍ୟାଚରେ ଗୁଜରାଟକୁ ମାତ୍ ଦେଇ କ୍ବାଲିଫାୟାର-୨ ଟିକେଟ୍ ପାଇସାରିଛି ମୁମ୍ବାଇ । ହେଲେ ପଡ଼ିଆ ମଝିରେ ଖେଳ ପୂର୍ବରୁ ହିଁ ଦେଖିବାକୁ ମିଳିଥିଲା ଗିଲ୍ ଓ ପାଣ୍ଡ୍ୟାଙ୍କ ମୁହଁରେ ଆକ୍ରୋଶ । ଟସ୍ ପଡ଼ିବା ପରେ ସୌଜନ୍ୟତା ଦୃଷ୍ଟିରୁ ହାତ ମିଳାଇଥାନ୍ତି ଉଭୟ ଦଳର କ୍ୟାପଟେନ୍ । ହେଲେ ଯେତେବେଳେ ଟସ୍ ପଡ଼ିସାରିଲା ଏବଂ ହାତ ମିଳାଇବାକୁ ଗିଲଙ୍କୁ ହାତ ବଢ଼ାଇଥିଲେ ହାର୍ଦ୍ଦିକ , ସେତେବେଳେ ପଡ଼ିଆ ମଝିରେ ଯାହା ଘଟିଲା ତାକୁ ଦେଖି ତାଜୁବ ହୋଇଯାଇଛନ୍ତି କ୍ରିକେଟ୍ ପ୍ରେମୀ । ଗିଲ୍ ହାର୍ଦ୍ଦିକଙ୍କୁ ଅଣଦେଖା କରିବା ଭଳି ଦୂରେଇଗଲେ । ଆଉ ସେହି ମୁହୂର୍ତ୍ତର ଭିଡିଓ ଏବେ ଖୁବ୍ ଜୋରରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଅନ୍ୟପଟେ ଗୁଜରାଟ ଟାଇଟନ୍ସ ପକ୍ଷରୁ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ଶୁବମନ୍ ଗିଲ୍ ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଯାଇଥିଲେ । ବୋଲ୍ଟଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କ୍ୟାପଟେନ୍ ଗିଲ୍, ଆଉ ଗିଲ୍ ଆଉଟ୍ ହେବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସେଲିବ୍ରେସନ୍ କହିଲେ ନସରେ । ଶୁବମନଙ୍କ ପାଖକୁ ଧାଇଁ ଆସି ଆଗ୍ରେସିଭ୍ ମୋଡରେ ନଜର ଆସିଥିଲେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା । ଉଭୟଙ୍କ ମଧ୍ୟରେ ଏମିତି କ’ଣ ହୋଇଛି ଯେ ପଡ଼ିଆରେ ଅସନ୍ତୋଷର ଝଲକ ପ୍ରଶଂସକଙ୍କୁ ଦେଖିବାକୁ ମିଳିଛି ।

https://www.facebook.com/share/v/16fHEZpHne/

ସବୁଠାରୁ ବଡ଼କଥା ହେଲା, ଚଳିତ ମାସରେ ଟେଷ୍ଟ୍ ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତରେ ଯିବ ଟିମ୍ ଇଣ୍ଡିଆ । ଆଉ ଏହାର ନେତୃତ୍ବ ନେବେ ଶୁବମନ୍ ଗିଲ୍ । ହେଲେ ଏହି ୟଙ୍ଗ୍ ବ୍ରିଗେଡ୍ ତାଲିକାରେ ନାହିଁ ହାର୍ଦ୍ଦିକଙ୍କ ନାଁ । କିନ୍ତୁ ଉଭୟ ଭାରତୀୟ ଟିମର ଜଣାଶୁଣା ଷ୍ଟାର୍ ଖେଳାଳି । ଆଉ ଯଦି ଆଇପିଏଲରେ ଏମିତି ତିକ୍ତତା ଲାଗିରହେ ତେବେ ଏହା ଭାରତୀୟ ଟିମ୍ ପାଇଁ ଶୁଭଙ୍କର ନୁହେଁ ବୋଲି କ୍ରୀଡ଼ା ସମୀକ୍ଷକ କହୁଛନ୍ତି । ଅପରପକ୍ଷେ ଗଣମାଧ୍ୟମ ଓ ସୋସିଆଲ୍ ମିଡିଆରେ ଖବର ନିଆଁ ଭଳି ବ୍ୟାପିବା ପରେ ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି । ଶୁବମନଙ୍କ କହିବା ମୁତାବକ, କିଛି ହୋଇନି କେବଳ ଭଲପାଇବା । ଇଣ୍ଟରନେଟରେ ଦେଖୁଥିବା ସବୁ ଖବର ସତ ନୁହେଁ  ଏବଂ ଏହାକୁ ବିଶ୍ବାସ କରିବା ଅନୁଚିତ । ଶୁବମନଙ୍କ ପୋଷ୍ଟ୍ ଉପରେ କମେଣ୍ଟ କରି ହାର୍ଦ୍ଦିକ ମଧ୍ୟ ଲେଖିଛନ୍ତି ଯେ ଅଲୱେଜ୍ ଶୁବୁ ବେବି…