ବାଂଲା କ୍ରିକେଟରଙ୍କ ପାଇଁ, ବିବାଦରେ କିଙ୍ଗ୍‌ ଖାନ୍: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ମୁସ୍ତାଫିଜୁରଙ୍କୁ କିଣିବାକୁ ନେଇ ବିବାଦ

Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଦାବି ଉଠିଲାଣି । ଏସବୁ ଭିତରେ କିଙ୍ଗ୍‌ ଖାନ୍ ଶାହାରୁଖଙ୍କ ପାଇଁ ଅଡୁଆ ବଢିଛି । ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବୟାନକୁ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଦାବି ଉଠିଲାଣି । ଏସବୁ ଭିତରେ କିଙ୍ଗ୍‌ ଖାନ୍ ଶାହାରୁଖଙ୍କ ପାଇଁ ଅଡୁଆ ବଢିଛି । ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବୟାନକୁ

KKR_

King Khan Photograph: (hindustantimes.com)

କନକ ବ୍ୟୁରୋ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଓ ହତ୍ୟା ଘଟଣାକୁ ନେଇ ଭାରତରୁ ଉଠିଛି ଅସନ୍ତୋଷର ସ୍ବର । ବାଂଲାଦେଶ ସହ ସମ୍ପର୍କ ତୁଟାଇବାକୁ ଦାବି ଉଠିଲାଣି । ଏସବୁ ଭିତରେ କିଙ୍ଗ୍‌ ଖାନ୍ ଶାହାରୁଖଙ୍କ ପାଇଁ ଅଡୁଆ ବଢିଛି । ଶାହାରୁଖଙ୍କୁ ନେଇ ବିଜେପି ନେତା ଓ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ବିବାଦ ଆରମ୍ଭ ହୋଇଛି । ବିଜେପି ନେତା ସଙ୍ଗୀତ ସୋମ କହିଛନ୍ତି, ଆଇପିଏଲରେ ଶାହାରୁଖଙ୍କ କେକେଆର ଦଳ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରେହମାନଙ୍କୁ ସାଢେ ୯ କୋଟି ଟଙ୍କାରେ କିଣିଛି । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ଶାହାରୁଖଙ୍କ ଟିମ୍ ମୁସ୍ତଫିଜୁରଙ୍କୁ କିଣିବାକୁ ଦେଶ ବିରୋଧୀ ବୋଲି କହିଛନ୍ତି । ଏଭଳି ଲୋକଙ୍କର ଦେଶରେ ରହିବାର ଅଧିକାର ନାହିଁ । ବଲିଉଡ ଓ କ୍ରିକେଟ ଜରିଆରେ ଦେଶବିରୋଧୀ ତତ୍ତ୍ବଙ୍କୁ ବଳ ମିଳୁଛି । ସଙ୍ଗୀତ ସୋମଙ୍କ ବୟାନ ପରେ ଏବେ କିଛି ସଙ୍ଗଠନ ମଧ୍ୟ ଶାହାରୁଖଙ୍କ ବିରୋଧରେ ସ୍ବର ମିଳାଇଛନ୍ତି । 

ଥଣ୍ଡା ସାଙ୍ଗକୁ କଲବଲ କରୁଛି ଘନକୁହୁଡ଼ି: ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ରହୁଛି କୁହୁଡ଼ି

ବାଂଲା କ୍ରିକେଟରଙ୍କ ପାଇଁ
ବିବାଦରେ କିଙ୍ଗ୍‌ ଖାନ୍
ଚଳିତ ଆଇପିଏଲ ନିଲାମୀରେ ବାଂଲା କ୍ରିକେଟର ମୁସ୍ତାଫିଜୁରଙ୍କୁ କିଣିଛି କେକେଆର
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଭିତରେ ମୁସ୍ତାଫିଜୁରଙ୍କୁ କିଣିବାକୁ ନେଇ ବଢିଛି ବିବାଦ
ପ୍ରବଚକ ଦେବକୀନନ୍ଦନ ଠାକୁର କହିଛନ୍ତି, ମୁସ୍ତାଫିଜୁରଙ୍କୁ ଟିମରେ ରଖିଲେ କେକେଆରକୁ ବୟକଟ୍ କର
ଶାହାରୁଖଙ୍କ ଫିଲ୍ମକୁ ବୟକଟ୍ କରିବାକୁ ମଧ୍ୟ ଉଠିଲାଣି ଦାବି 
ବିଜେପି ବିଧାୟକ କର୍ଣ୍ଣେଲ ସିଂ କହିଛନ୍ତି, ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ବେଳେ ବଲିଉଡ ହିରୋ ଚୁପ୍ ରହୁଛନ୍ତି 
ଦେଶରେ ଯେଉଁମାନେ ରହୁଛନ୍ତି ସେମାନେ ଦେଶପ୍ରୀତି ଦେଖାଇବା ଆବଶ୍ୟକ
ଶାହାରୁଖ ନିଜ ଆଭିମୁଖ୍ୟରେ ସୁଧାର ଆଣିବା ଉଚିତ୍
ଯଦି ବାଂଲାଦେଶ ଖେଳାଳିଙ୍କ ପାଇଁ ଏତେ ଚିନ୍ତା ତେବେ ବାଂଲାଦେଶ ଚାଲିଯାଆନ୍ତୁ ଶାହାରୁଖ
ଭାରତରେ ରହୁଥିବା ପ୍ରତିଟି ବ୍ୟକ୍ତି ଜୟ ଶ୍ରୀରାମ କହିବା ଉଚିତ୍
ଜଗତ୍‌ଗୁରୁ ରାମଭଦ୍ରାଚାର୍ଯ୍ୟ କହିଛନ୍ତି, ଶାହାରୁଖ ହିରୋ ନୁହନ୍ତି
କାହିଁକି ଶାହାରୁଖ ମୁସ୍ତାଫିଜୁରଙ୍କୁ କିଣିଛନ୍ତି ? : ରାମଭଦ୍ରାଚାର୍ଯ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe