କନକ ବ୍ୟୁରୋ : ବିହାର ଘୋଷଣା କରିଛି ରଣଜୀ ଟ୍ରଫି ଦଳ । ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ନିଯୁକ୍ତ କରିଛି ବିହାର କ୍ରିକେଟ୍ । ନିକଟରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଭାରତର ୧୯ ବର୍ଷରୁ କମ୍ ଦଳକୁ ବିଜୟୀ କରାଇବାରେ ବୈଭବଙ୍କ ରୋଲ୍ ଅଧିକ ଥିଲା । ପରେ, ବୈଭବ ସୂର୍ଯ୍ୟବଂଶୀଙ୍କ ଚମତ୍କାରିତା ଏବେ ତାଙ୍କ ରାଜ୍ୟ ବିହାର ପାଇଁ ଦେଖାଯିବ ।
କ୍ରିକେଟରେ ଅସାଧାରଣ ପ୍ରଦର୍ଶନ ପାଇଁ ପରିଚିତ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ଆଉ ଏକ ଜଲୱା ଦେଖାଛନ୍ତି । ମାତ୍ର ୧୪ ବର୍ଷରେ ବିହାର କ୍ରିକେଟ ରଣଜୀ ଦଳରେ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି ଆଇପିଏଲ୍ର ଷ୍ଟାର ବ୍ୟାଟର । ରଣଜୀ ଟ୍ରଫିର ପ୍ରଥମ ଦୁଇ ରାଉଣ୍ଡ ପାଇଁ ବୈଭବ ଉପଅଧିନାୟକ ରହିବେ କାରଣ ୨୦୨୬ରେ ଅଣ୍ଡର-୧୯ ବିଶ୍ୱକପ୍ ହେବ । ବୈଭବ କ୍ରିକେଟରେ ତାଙ୍କର ଅସାଧାରଣ ପ୍ରଦର୍ଶନୀ ପାଇଁ ପରିଚିତ । ଇଣ୍ଡିଆନ୍ ପ୍ରିମିୟର୍ ଲିଗରେ ରାଜସ୍ଥାନ ରୟାଲ୍ସ ଦ୍ୱାରା ନିଲାମରେ କିଣାଯାଇଥିଲେ ବୈଭବ । ଆଉ ଯେବେ ସୁଯୋଗ ମିଳିଲା ବଡ଼ ବଡ଼ କ୍ରିକେଟରୁ ଚମକାଇ ଦେଇଥିଲେ ବୈଭବ । ବୈଭବ ଆଇପିଏଲ୍ ଚୁକ୍ତି ପାଇଥିବା ସବୁଠାରୁ କମ୍ ବୟସ ଖେଳାଳି ପାଲଟିଥିଲେ । ବିହାର କ୍ରିକେଟ୍ ସଂଘ ବା ବିସିଏର ଏହି ଘୋଷଣା ରାଜ୍ୟରେ ଉତ୍ସାହର ସୃଷ୍ଟି କରିଛି । ସୂର୍ଯ୍ୟବଂଶୀଙ୍କ ନେତୃତ୍ୱାଧୀନ ଦଳ ପ୍ରଥମ ରାଉଣ୍ଡରେ ମଧ୍ୟପ୍ରଦେଶକୁ ଭେଟିବ । ତାଙ୍କର ବ୍ୟାଟିଂ କୌଶଳ ଏବଂ ନେତୃତ୍ୱ ଗୁଣ ଦ୍ୱାରା ବିହାର ଦଳକୁ ନୂତନ ଦିଗ ବୋଲି ଆଶା କରାଯାଉଛି ।
ଆଇପିଏଲରେ ଗୁଜରାଟ ବିପକ୍ଷରେ ୩୫ବଲରେ ଶତକ ମାରିଥିବା ବୈଭବ ଖାଲି ଭାରତ ନୁହେଁ ବିଶ୍ୱ କ୍ରିକେଟରେ ବଡ଼ ବଡ଼ କ୍ରିକେଟରଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ଏତେ କମ୍ ବୟସରୁ ଜାନ୍ସେନ୍, ସିରାଜ,ଫ୍ୟାଟ କମିନ୍ସଙ୍କ ଭଳି ବୋଲରଙ୍କୁ ଏତେ ସହଜରେ କେମିତି ମୁକାବିଲା କଲେ ? ଇଂଲଣ୍ଡର ଷ୍ଟାର ବ୍ୟାଟର ଜସ୍ ବଟଲର କହିଥିଲେ । ଏତେ କମ୍ ବୟସରେ ବଡ଼ବଡ଼ ବୋଲରଙ୍କୁ ବୈଭବ ଯେଉଁଭଳି ପ୍ରହାର କରୁଥିଲେ ସେମାନଙ୍କୁ ଭାରି ଖରାପ ଲାଗୁଥିଲା । ବୈଭବଙ୍କ ପରିଚୟ ନେଟ୍ ପ୍ରାକ୍ଟିସ୍ରେ ଜୋଫ୍ରା ଆର୍ଚର ପାଇଯାଇଥିଲେ, ଦ୍ରୁତ ବାଉନ୍ସର ବଲ୍କୁ ଛକା ମାରି ଆର୍ଚରଙ୍କୁ ଚମକାଇ ଦେଇଥିଲେ ବୈଭବ । ବଟଲର ସାକ୍ଷାତକାରରେ କହିଛନ୍ତି, ଆଉ ଜଣେ ବୋଲର କହିଥିଲେ ମତେ ବୈଭବ ବଡ଼ ସଟ୍ ନମାରୁ ଏବଂ ମୋର ଇଜ୍ଜତ ରହିଯାଉ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/13/vaibhav-suryavanshi-2025-10-13-23-17-17.jpg)