କନକ ବ୍ୟୁରୋ : ଆଇପିଏଲ ଖେଳୁଥିବା ଭାରତୀୟ ଖେଳାଳୀଙ୍କୁ ଖୁସି ଖବର ଦେଇଛି ବିସିସିଆଇ । ୨୦୨୫ ଆଇପିଏଲ୍ରେ ପ୍ରତ୍ୟେକ ଖେଳାଳିଙ୍କ ମ୍ୟାଚ୍ ଫି’ ୭.୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହ ଏନେଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍ କରିଛନ୍ତି । ଧାର୍ୟ୍ୟ ମ୍ୟାଚ୍ ଫି’ ୨୦୨୫ ଆଇପିଏଲ୍ ଠାରୁ ଲାଗୁ ହେବ ।
ଯଦି ଜଣେ ଖେଳାଳି ସମସ୍ତ ଲିଗ୍ ମ୍ୟାଚ୍ ଖେଳେ ତାହେଲେ ତାଙ୍କୁ ଚୁକ୍ତି ମୁତାବକ ପ୍ରାପ୍ୟ ସହିତ ୧.୦୫ କୋଟି ଟଙ୍କା ଅଧିକ ମିଳିବ । ଏଥିପାଇଁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍ଙ୍କୁ ମ୍ୟାଚ୍ ଫି’ ପାଇଁ ୧୨.୬୦ କୋଟି ଟଙ୍କା ଯୋଗାଇବ ବିସିସିଆଇ । ମ୍ୟାଚ୍ ଫି’ରେ ଏତେ ପରିମାଣର ବୃଦ୍ଧି କରାଯିବା ଫଳରେ ଭାରତରେ ଖେଳାଯାଉଥିବା ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ ତୁଳନାରେ ଆଇପିଏଲ୍ ଖେଳାଳି ପାଖାପାଖି ୨୦ ଗୁଣା ଅଧିକ ଲାଭ ପାଇବେ ।
ବର୍ତ୍ତମାନ ବିସିସିଆଇ ଭାରତୀୟ ଖେଳାଳୀଙ୍କୁ ଟେଷ୍ଟ ମ୍ୟାଚ ପିଛା ୧୫ଲକ୍ଷ, ଦିନିକିଆ ପାଇଁ ୬ଲକ୍ଷ ଓ ଟି-ଟ୍ୱେଣ୍ଟି ପାଇଁ ୩ଲକ୍ଷ ଟଙ୍କା ଦେଉଛି । କିନ୍ତୁ ୨୦୨୫ ଆଇପିଏଲରୁ ପ୍ରତି ମ୍ୟାଚରେ ଭାରତୀୟ ଖେଳାଳୀ ଦିନିକିଆ ଠାରୁ ମଧ୍ୟ ଅଧିକ ଟଙ୍କା ପାଇବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/L8Ldj9zuL4G3Pg66kM2I.jpg)