କନକ ବ୍ୟୁରୋ : ସୋମବାର ବିସିସିଆଇ ପକ୍ଷରୁ ବଡ଼ ଘୋଷଣା କରାଯାଇଛି । ଟିମ୍ ଇଣ୍ଡିଆର ୨ ଟି ଟେଷ୍ଟ୍ ମ୍ୟାଚର ଭେନ୍ୟୁକୁ ବଦଳାଇ ଦିଆଯାଇଛି । ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍ ଦଳର ଦିନିକିଆ ସିରିଜର ୩ ଟି ମ୍ୟାଚର ଭେନ୍ୟୁରେ ପରିବର୍ତ୍ତନ କରାଯାଇଛି । ନୂଆ କାର୍ଯ୍ୟସୂଚୀର ଘୋଷଣା କରି ବିସିସିଆଇ କହିଛି ଯେ ଅକ୍ଟୋବର ୨,୨୦୨୫ ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେଉଥିବା ଟେଷ୍ଟ୍ ସିରିଜର ଦ୍ବିତୀୟ ମ୍ୟାଚ୍ କୋଲକାତା ବଦଳରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମରେ ଖେଳାଯିବ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଥିବା ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଏବେ ଦିଲ୍ଲୀ ବଦଳରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ।
/kanak/media/media_files/2025/06/09/3m1xd9k0dBVXFHh626QY.jpg)
ବିସିସିଆଇ ଘୋଷଣା କରି କହିଛି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ଭିତରେ ହେବାକୁ ଥିବା ଦିନିକିଆ ସିରିଜର ୩ ଟି ମ୍ୟାଚ୍ ଏବେ ଚେନ୍ନାଇରେ ଖେଳାଯିବ ନାହିଁ । ଏହି ସିରିଜର ୨ ଟି ମ୍ୟାଚ୍ ଏବେ ନ୍ୟୁ ଚଣ୍ଡିଗଡ଼ର ନ୍ୟୁ ପିସିଏ ଷ୍ଟାଡିୟମରେ ଖେଳାଯିବ ଏବଂ ଅନ୍ତିମ ଦିନିକିଆ ମ୍ୟାଚ୍ ଦିଲ୍ଲୀ ଅରୁଣ ଜେଟ୍ଲି ଷ୍ଟାଡିୟମରେ ଖେଳାଯିବ । ଚେନ୍ନାଇର ଚେପକ ଷ୍ଟାଡିୟମରେ ଏବେ କାମ ଚାଲୁ ରହିଛି ତେଣୁ ସେଠାରେ କୌଣସି ମ୍ୟାଚ୍ ଖେଳାଯିବ ନାହିଁ ।
ଭାରତୀୟ କ୍ରିକେଟ୍ ଟିମର ଅପଡେଟ୍ କାର୍ଯ୍ୟସୂଚୀ :
ୱେଷ୍ଟଇଣ୍ଡିଜ ଏବଂ ଭାରତ ମଧ୍ୟରେ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଅକ୍ଟୋବର ୨ ତାରିଖରେ ଅହମ୍ମଦାବାଦରେ ହୋଇଥିଲା ।
ଦ୍ବିତୀୟ ଟେଷ୍ଟ୍ ମ୍ୟାଚ୍ ନୂଆଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ୍ ନଭେମ୍ବର ୧୪ ରେ କୋଲକାତାରେ ଖେଳାଯିବ ।
ଦ୍ବିତୀୟ ଟେଷ୍ଟ୍ ନଭେମ୍ବର ୨୨ ରେ ଗୌହାଟିରେ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଦିନିକିଆ ନଭେମ୍ବର ୩୦ ରେ ରାଞ୍ଚିରେ ଖେଳାଯିବ ।
ଦ୍ବିତୀୟ ଦିନିକିଆ ଡିସେମ୍ବର ୩ ତାରିଖରେ ରାୟପୁରରେ ଖେଳାଯିବ ।
ତୃତୀୟ ଦିନିକିଆ ଡିସେମ୍ବର ୬ରେ ବିଶାଖାପାଟଣାରେ ଖେଳାଯିବ ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଡିସେମ୍ବର ୯ରେ କଟକରେ ଖେଳାଯିବ ।
ଦ୍ବିତୀୟ ଟି-୨୦ ମ୍ୟାଚ୍ ନ୍ୟୁ ଚଣ୍ଡିଗଡ଼ରେ ଡିସେମ୍ବର ୧୧ ରେ ଖେଳାଯିବ ।
ତୃତୀୟ ଟି-୨୦ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଧର୍ମଶାଳାରେ ଖେଳାଯିବ ।
ଚତୁର୍ଥ ଟି-୨୦ ଲକ୍ଷ୍ନୌରେ ଡିସେମ୍ବର ୧୭ ରେ ଖେଳାଯିବ ।
ପଞ୍ଚମ ଟି-୨୦ ଡିସେମ୍ବର ୧୯ ରେ ଅହମ୍ମଦାବାଦରେ ଖେଳାଯିବ ।