କନକ ବ୍ୟୁରୋ : ଅପେକ୍ଷାର ଅନ୍ତ ଘଟିଲା । ଦିଲ୍ଲୀକୁ ମିଳିଗଲା ନୂଆ କ୍ୟାପ୍ଟେନ । ଆଇପିଏଲ ୨୦୨୫ ପାଇଁ ସବୁ ଟିମ୍ ନିଜର ଅଧିନାୟକ ଚୟନ କରିସାରିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଶେଷରେ ନିଜ ଅଧିନାୟକ ନାଁ ଘୋଷଣା କରିଛି । ଟିମ୍ ଇଣ୍ତିଆର ଷ୍ଟାର ଅଲରାଉଣ୍ତର ଅକ୍ଷର ପଟେଲଙ୍କୁ ଦଳର ମୁଖିଆ ଦାୟିତ୍ୱ ଦିଆଯାଇଛି । କେ ଏଲ୍ ରାହୁଲ ଅଧିନାୟକ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅକ୍ଷରଙ୍କୁ ଫ୍ରାଞ୍ଚାଇଜ୍ ଅଧିନାୟକ ଘୋଷଣା କରିଛି ।
୨୦୧୯ରୁ ଦିଲ୍ଲୀ କ୍ୟାପିଟାଲ୍ସରୁ ଖେଳି ଆସୁଛନ୍ତି ଅକ୍ଷର ପଟେଲ । ଅକ୍ଷରଙ୍କ ପାଖରେ ଅଧିନାୟକତ୍ୱ କରିବାର ଅଭିଜ୍ଞତା ନାହିଁ । ତଥାପି ଦଳ ତାଙ୍କୁ ଅଧିନାୟକ ଭାବେ ଘୋଷଣା କରିଛି । ଏହିବର୍ଷ ଇଂଲଣ୍ତ ବିପକ୍ଷ ସିରିଜରେ ଟିମ୍ ଇଣ୍ତିଆର ଉପଅଧିନାୟକ ଦାୟିତ୍ୱ ଅକ୍ଷରଙ୍କୁ ଦିଆଯାଇଥିଲା । ୨୦୨୪-୨୫ ମୁସ୍ତାକ୍ ଅଲ୍ଲୀ ଏବଂ ବିଜୟ ହଜାରେ ଟ୍ରଫିରେ ସେ ଗୁଜରାଟ ପକ୍ଷରୁ ଅଧିନାୟକ ଭାର ସମ୍ଭାଳି ଥିଲେ । ପୂର୍ବବର୍ଷ ଆଇପିଏଲରେ ଋଷଭ ଗୋଟିଏ ମ୍ୟାଚରେ ବ୍ୟାନ ଥିବା ବେଳେ ସେ କ୍ୟାପ୍ଟେନସିପ୍ କରିଥିଲେ ।
Tiger of all tigers 🐅🔥 pic.twitter.com/21ABR0pppu
— Delhi Capitals (@DelhiCapitals) March 14, 2025
ଅକ୍ସନ ବେଳେ ଫ୍ରାଞ୍ଚାଇଜ ଯେତେବେଳେ କେ ଏଲ୍ ରାହୁଲଙ୍କୁ ଦଳରେ ସାମିଲ କରିଥିଲା । ତାଙ୍କୁ କ୍ୟାପ୍ଟେନ ଭାର ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କେ ଏଲ୍ ରାହୁଲ ଅଧିନାୟକତ୍ୱ କରିବେ ନାହିଁ ବୋଲି ଶୁଣିବାକୁ ମିଳିଛି । ସେଥିପାଇଁ ଟିମର ସିନିୟର ଖେଳାଳି ଭାବେ ଅକ୍ଷରଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/03/14/fPI3qiSaxAEhCrYJSHtl.jpeg)