ଅସ୍ମିତା ଭାରୋତ୍ତୋଳନ ଲିଗ୍‌: ମୌସୁମୀଙ୍କୁ ୨ ସ୍ୱର୍ଣ୍ଣ; ଓଡ଼ିଶା କନିଷ୍ଠ, ବରିଷ୍ଠ ଦଳ ଉପବିଜେତା

Advertisment

୭୭ କେଜି ଯୁବ ଓ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିବା ମୌସୁମୀ ୭୦ କେଜି ସ୍ନାଚ୍‌ ଏବଂ ୯୪ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୬୪ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରି ୨ଟି ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲେ ।

୭୭ କେଜି ଯୁବ ଓ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିବା ମୌସୁମୀ ୭୦ କେଜି ସ୍ନାଚ୍‌ ଏବଂ ୯୪ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୬୪ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରି ୨ଟି ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲେ ।

Asmita Weightlifting League

Asmita Weightlifting League Photograph: (Kanak News)

କନକ ବ୍ୟୁରୋ : ଉତ୍ତରପ୍ରଦେଶର ମୋଦୀନଗରଠାରେ ଆୟୋଜିତ ଅସ୍ମିତା ମହିଳା ଭାରୋତ୍ତୋଳନ ଲିଗ୍‌ର ‌ଶେଷ ଦିନରେ ଓଡ଼ିଶାକୁ ୨ଟି ସ୍ୱର୍ଣ୍ଣ ପଦକ ମିଳିଛି । ଏହି ଦୁଇଟି ଯାକ ସ୍ୱର୍ଣ୍ଣ ମୌସୁମୀ ଦାସ ପାଇଛନ୍ତି । ୭୭ କେଜି ଯୁବ ଓ ବରିଷ୍ଠ ବର୍ଗରେ ଅଂଶଗ୍ରହଣ କରିଥିବା ମୌସୁମୀ ୭୦ କେଜି ସ୍ନାଚ୍‌ ଏବଂ ୯୪ କେଜି କ୍ଲିନ୍‌ ଆଣ୍ଡ୍‌ ଜର୍କ ସହ ମୋଟ ୧୬୪ କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ଅଧିକାର କରି ୨ଟି ସ୍ୱର୍ଣ୍ଣ ପଦକ କରାୟତ୍ତ କରିଥିଲେ ।

ଅଧିକ ପଢ଼ନ୍ତୁ : ପ୍ରଫେସ୍‌ନାଲ୍‌ ପ୍ରିମୟର ଲିଗ୍: ଫାଇନାନ୍ସ ଗ୍ଲାଡିଏଟର୍‌ ବିଜେତା

ଏହି ପ୍ରତିଯୋଗିତାରେ ଓଡ଼ିଶା ଦଳଗତ କନିଷ୍ଠ ଓ ବରିଷ୍ଠ ବର୍ଗରେ ଉପବିଜେତା ହୋଇଛି । ଦଳର ସଫଳତା ନିମନ୍ତେ ଖେଳାଳିମାନଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘର ସଭାପତି ଇଂ ଚିତ୍ତରଂଜନ ସ୍ୱାଇଁଙ୍କ ସମେତ ସମସ୍ତ କର୍ମକର୍ତ୍ତା, ପ୍ରଶିକ୍ଷକ ଯଜ୍ଞନାରାୟଣ ନନ୍ଦ, ଗୋପାଳକୃଷ୍ଣ ଦାସ, ପଦ୍ମନୀ ମହାନ୍ତି, ପ୍ରବନ୍ଧକ ଟାଙ୍ଗ ଦେବୀ ଅଭିନନ୍ଦନ ଜଣାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe