ଏସିଆ କପ୍‌ ୨୦୨୫ ପାଇଁ ଘୋଷଣା ହୋଇଛି ଟିମ୍‌ ଇଣ୍ତିଆ । ସୂର୍ଯ୍ୟକୁମାର ଯାଦବ ଅଧିନାୟକ ଥିବା ବେଳେ ଶୁବମନ ଗିଲଙ୍କୁ ନୂତନ ଭାବେ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ସାମ୍ବାଦିକ ସମ୍ମିଳନୀ ଜରିଆରେ ଦଳ ଘୋଷଣା କରିଛନ୍ତି ଚୟନକର୍ତ୍ତା ଅଜିତ ଅଗରକର । କିନ୍ତୁ ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସହ ମ୍ୟାଚ୍‌କୁ ନେଇ ଅଗରକର କିଛି କହିବା ପୂର୍ବରୁ ହିଁ ବିସିସିଆଇର ଜଣେ ପ୍ରତିନିଧୀ ସାମ୍ବାଦିକଙ୍କୁ ଚୁପ୍‌ କରିଦେଇଥିଲେ ।

Advertisment

ଟିମ୍‌ ଇଣ୍ତିଆ ୧୪ ସେପ୍ଟେମ୍ବରକୁ ଦୁବାଇରେ ପାକିସ୍ତାନକୁ ଭେଟିବ । ପହଲଗାମ ଆତଙ୍କୀ ହମଲା ପରେ ପ୍ରଥମଥର ପାଇଁ ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ । ଉଭୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ୩ଥର ସାମ୍ନାସାମ୍ନି ହୋଇପାରନ୍ତି । ପୂର୍ବରୁ ଭାରତ ପାକିସ୍ତାନ ସହ ଖେଳିବ ନାହିଁ ବୋଲି ଚର୍ଚ୍ଚା ହେଉଥିବା ବେଳେ ବିସିସିଆଇ ନିଜ ନିଷ୍ପତ୍ତି ବଦଳାଇଥିଲା । ଟୁର୍ଣ୍ଣାମେଣ୍ଟକୁ ନ୍ୟୁଟ୍ରାଲ ଭେନ୍ୟୁରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ୟୁଏଇରେ ଖେଳାଯିବ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌ ।

ପାକିସ୍ତାନ ସହ ଖେଳିବାକୁ ନେଇ ବହୁ ପୁର୍ବତନ କ୍ରିକେଟର ବିରୋଧ କରିଛନ୍ତି । କେଦାର ଯାଦବ ଓ ହରଭଜନ ସିଂ ଭଳି ଖେଳାଳି ନ ଖେଳିବାକୁ ଦାବି କରିଥିଲେ । ଏମିତିକି ୱାର୍ଲ୍ଡ ଚାମ୍ପିୟନସିପ୍‌ ଅଫ୍‌ ଲେଜେଣ୍ତସ୍‌ରେ ପାକିସ୍ତାନ ସହ ମ୍ୟାଚ୍‌ ଖେଳିନଥିଲା ଭାରତ । ଆଜି ସାମ୍ବାଦିକ ସମ୍ମିଳନୀରେ ବିସିସିଆଇର ଚୁପ୍‌ ରହିବା ଅନେକ ପ୍ରଶ୍ନ ଠିଆ କରିଛି । ତେବେ ଆଗାମୀ ଦିନରେ ବିସିସିଆଇ କଣ ନିଷ୍ପତ୍ତି ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।