କନକ ବ୍ୟୁରୋ : ଦୁବାଇରେ ଦମ ଦେଖାଇଲା ଟିମ୍‌ ଇଣ୍ତିଆ । ମାଟି କାମୁଡ଼ିଲା ପାକିସ୍ତାନ । ପରାଜୟର ସ୍ୱାଦ ବାରମ୍ବାର ଚାଖିବା ପରେ ଚିହିଁକି ଉଠିଲେ ଫ୍ୟାନ୍ସ । ଛୁଆଠୁ ବଡ଼ ସଭିଏଁ  କହିଲେ, ଆଉ ଦେଖିବାକୁ ଆସିବୁନି ମ୍ୟାଚ୍‌ । ବେକାର ପାକିସ୍ତାନ ଖେଳାଳି, ବେକାର ତାଙ୍କ ପ୍ରଦର୍ଶନ । ଜଣାନାହିଁ ବ୍ୟାଟିଂ କି ବୋଲିଂ ।

Advertisment

ଉଭୟ ଅନଫିଲ୍ଡ ଓ ଅଫଫିଲ୍ଡରେ ବଦନାମ ପାକିସ୍ତାନ କ୍ରିକେଟ ଟିମ୍‌ । ନା ଜିତିପାରିଲେ ମ୍ୟାଚ୍‌ ନା ଜିତିପାରିଲେ ଫ୍ୟାନ୍ସଙ୍କ ମନ । ଫିଲ୍ଡରେ ପରାଜୟ ଆଉ ଷ୍ଟାଣ୍ତରୁ ଫ୍ୟାନ୍ସଙ୍କ ଗାଳି । ପାକିସ୍ତାନୀ ଫ୍ୟାନ୍ସଙ୍କ ମୁହଁରୁ ଟିମ୍‌ ଇଣ୍ତିଆର ପ୍ରଶଂସା । କହିଲେ ଭାରତ ସହ ମୁକାବିଲା କରିପାରିବନି ପାକିସ୍ତାନ ।

ସେପଟେ ମ୍ୟାଚ୍‌ ସରିବା ପରେ ହାତ ମିଳାଇଲେ ନାହିଁ ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ, ଏସିଆନ୍ କ୍ରିକେଟ୍ ପରିଷଦ ନିକଟରେ ଅଭିଯୋଗ କଲା, ପାକିସ୍ତାନ କ୍ରିକେଟ୍ ବୋର୍ଡ । ଭାରତ ଆଗରେ ପୁଣିଥରେ ପଡ଼ିଆରେ ପରାଜିତ ଓ ଲଜ୍ଜିତ ହେବା ପରେ ଚିହିଁକି ଉଠିଲା ପିସିବି । ଉଭୟ ଟସ ଏବଂ ମ୍ୟାଚ ପରବର୍ତ୍ତୀ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ହାତ ମିଳାଇ ନଥିଲେ କି କଥା ବି ହୋଇନଥିଲେ ।