କନକ ବ୍ୟୁରୋ: ଏସିଆ କପ୍ ପୂର୍ବରୁ ଏକ ବଡ଼ ଖବର ଆସିଛି । ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଏହି ମେଗା ଟୁର୍ଣ୍ଣାମେଣ୍ଟ ଏବଂ ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ମ୍ୟାଚ୍ ଗୁଡ଼ିକର ସମୟରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ଏସିଆ କପ୍ ର ୧୯ଟି ମ୍ୟାଚ୍ ମଧ୍ୟରୁ ୧୮ଟି ମ୍ୟାଚ୍ ଅଧ ଘଣ୍ଟା ବିଳମ୍ବରେ ଆରମ୍ଭ ହେବ । ପୂର୍ବରୁ ଏହି ମ୍ୟାଚ୍ ଗୁଡ଼ିକ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବାର ଥିଲା । କିନ୍ତୁ ଏବେ ଏହି ୧୮ଟି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ । 

Advertisment

ସେପ୍ଟେମ୍ବର ମାସର ପ୍ରବଳ ଗରମକୁ ଏଡାଇବା ପାଇଁ ଏହି ପରିବର୍ତ୍ତନ କରାଯାଇଛି । କାରଣ ଏହି ମାସରେ ଉପସାଗରୀୟ ଦେଶଗୁଡ଼ିକର ତାପମାତ୍ରା ୪୦ ଡିଗ୍ରୀ ଉପରେ ପହଞ୍ଚିଥାଏ । କ୍ରିକେଟ୍ ବୋର୍ଡ ଗୁଡ଼ିକର ଅନୁରୋଧ ପରେ, ପ୍ରସାରଣକାରୀମାନେ ମ୍ୟାଚ୍‌ର ସମୟ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । କେବଳ ୧୫ ସେପ୍ଟେମ୍ବରରେ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା ୟୁଏଇ ଏବଂ ଓମାନ ମଧ୍ୟରେ ମ୍ୟାଚ୍‌ର ସମୟ ପରିବର୍ତ୍ତନ କରାଯାଇ ନାହିଁ । ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୫.୩୦ରୁ ଖେଳାଯିବ ।

୨୦୨୫ ମ୍ୟାଚ୍ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ଦୁଇଟି ସହର ଆବୁଧାବି ଏବଂ ଦୁବାଇରେ ଖେଳାଯିବାକୁ ଅଛି । ଗ୍ରୁପ୍ A ରେ ଭାରତ, ପାକିସ୍ତାନ, UAE ଏବଂ ଓମାନ ଅଛନ୍ତି । ଗ୍ରୁପ୍ B ରେ ହଂକଂ, ଆଫଗାନିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଅଛନ୍ତି । ଏଥର ଏସିଆ କପ୍ ମ୍ୟାଚ୍ ଟି-୨୦ ଫର୍ମାଟରେ ଖେଳାଯିବ ।

ଏସିଆ କପ୍ ୨୦୨୫ ପାଇଁ କାର୍ଯ୍ୟସୂଚୀ

ସେପ୍ଟେମ୍ବର ୯- ଆଫଗାନିସ୍ତାନ ବନାମ ହଂକଂ, ଆବୁଧାବି, ୮ ଟା IST
ସେପ୍ଟେମ୍ବର ୧୦- ଭାରତ ବନାମ ୟୁଏଇ, ଦୁବାଇ, ୮ ଟା IST
ସେପ୍ଟେମ୍ବର ୧୧- ବାଂଲାଦେଶ ବନାମ ହଂକଂ, ଆବୁଧାବି, ୮ ଟା IST 
ସେପ୍ଟେମ୍ବର ୧୨- ପାକିସ୍ତାନ ବନାମ ଓମାନ, ଦୁବାଇ, ୮ ଟା IST
ସେପ୍ଟେମ୍ବର ୧୩- ବାଂଲାଦେଶ ବନାମ ଶ୍ରୀଲଙ୍କା, ୮
ସେପ୍ଟେମ୍ବର ୟୁଏଇ ବନାମ ଓମାନ, ଆବୁଧାବି, ୫.୩୦ ଅପରାହ୍ନ IST
ସେପ୍ଟେମ୍ବର ୧୫- ଶ୍ରୀଲଙ୍କା ବନାମ ହଂକଂ, ଦୁବାଇ, ୮ଟା IST
ସେପ୍ଟେମ୍ବର ୧୬- ବାଂଲାଦେଶ ବନାମ ଆଫଗାନିସ୍ତାନ, ଆବୁଧାବି, ୮ଟା IST
ସେପ୍ଟେମ୍ବର ୧୭- ପାକିସ୍ତାନ ବନାମ ୟୁଏଇ, ଦୁବାଇ, ୮ ଟା IST 
ସେପ୍ଟେମ୍ବର ୧୮- ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ, ଆବୁଧାବି, ୮ଟା
୨୦ ସେପ୍ଟେମ୍ବର - B1 vs B2, ଦୁବାଇ, ରାତି ୮ଟାରୁ
୨୧ ସେପ୍ଟେମ୍ବର - A1 vs A2, ଦୁବାଇ, ରାତି ୮ଟାରୁ
୨୩ ସେପ୍ଟେମ୍ବର A2 vs B1, ଆବୁଧାବି, ରାତି ୮ଟାରୁ
୨୪ ସେପ୍ଟେମ୍ବର - A1 vs B2, ଦୁବାଇ, ରାତି ୮ଟାରୁ
୨୫ ସେପ୍ଟେମ୍ବର - A2 vs B2, ଦୁବାଇ, ରାତି ୮ଟାରୁ
୨୬ ସେପ୍ଟେମ୍ବର - A1 vs B1, ଦୁବାଇ, ରାତି ୮ଟାରୁ
୨୮ ସେପ୍ଟେମ୍ବର - ଫାଇନାଲ, ଦୁବାଇ, ରାତି ୮ଟାରୁ

ମ୍ୟାଚ୍ ସମୟ ଭାରତୀୟ ସମୟ ଅନୁଯାୟୀ...