ୟୁଏଇରେ ହେବ ଏସିଆ କପ୍; ଗୋଟିଏ ଗ୍ରୁପରେ ରହିବେ ଭାରତ-ପାକିସ୍ତାନ

ବିସିସିଆଇ ଏମିରେଟ୍ସ କ୍ରିକେଟ ବୋର୍ଡ ସହ ତିନୋଟି ଭେନ୍ୟୁ ପାଇଁ ଚୁକ୍ତି କରିଛି, କିନ୍ତୁ ଏସିଆ କପ୍ ପାଇଁ ଦୁଇଟି ଷ୍ଟାଡିୟମ ବ୍ୟବହୃତ ହେବ । ସେପ୍ଟେମ୍ବର ୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ସମ୍ଭାବନା ରହିଛି ।

Asia Cup 2025

Photograph: (Kanak News)

କନକ ବ୍ୟୁରୋ : ବିସିସିଆଇ ୨୦୨୫ ଏସିଆ କପ୍ ଟି-୨୦ ଟୁର୍ନାମେଣ୍ଟକୁ ନିରପେକ୍ଷ ଭେନ୍ୟୁରେ ଆୟୋଜନ କରିବାକୁ ରାଜି ହୋଇଛି । ଢାକାରେ ଅନୁଷ୍ଠିତ ଏସୀୟ କ୍ରିକେଟ ପରିଷଦ ଏସିସିର ବୈଠକରେ ଏହି ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ଆଲୋଚନା ହୋଇଛି । ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ଓ ପାକିସ୍ତାନ ଗୋଟେ ଗ୍ରୁପ୍‌ରେ ରହିବେ । ଦୁବାଇ ଓ ଆବୁଧାବୀକୁ ସମ୍ଭାବ୍ୟ ଭେନ୍ୟୁ ଭାବେ ଚିହ୍ନଟ କରାଯାଇଛି । ବିସିସିଆଇ ଏମିରେଟ୍ସ କ୍ରିକେଟ ବୋର୍ଡ ସହ ତିନୋଟି ଭେନ୍ୟୁ ପାଇଁ ଚୁକ୍ତି କରିଛି, କିନ୍ତୁ ଏସିଆ କପ୍ ପାଇଁ ଦୁଇଟି ଷ୍ଟାଡିୟମ ବ୍ୟବହୃତ ହେବ । ସେପ୍ଟେମ୍ବର ୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ସମ୍ଭାବନା ରହିଛି । ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଓ ଏସିସି ଅଧ୍ୟକ୍ଷ ମୋହସିନ ନକଭି ଶୀଘ୍ର ଭେନ୍ୟୁ ଓ କାର୍ଯ୍ୟସୂଚୀ ଚୂଡ଼ାନ୍ତ କରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe