କନକ ବ୍ୟୁରୋ: ଅଲିମ୍ପିକ୍ ବିଜେତା ଜାଭଲିନ୍ ଖେଳାଳି ଅର୍ଶଦ ନଦୀମଙ୍କୁ ଠକିଦେଇଛି ପାକିସ୍ତାନ ସରକାର । ପ୍ୟାରିସ୍ ଅଲିମ୍ପିକ୍‌ରେ ସ୍ଵର୍ଣ୍ଣ ଜିତିବା ପରେ ପାକିସ୍ତାନ ସରକାର ତାଙ୍କୁ ଜମି ଦେବାକୁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଇଞ୍ଚେ ହେଲେ ବି ଜମି ହସ୍ତାନ୍ତର ହୋଇନି ବୋଲି କ୍ଷୋଭର ସହ କହିଛନ୍ତି ନଦୀମ ।

Advertisment

ଅଲିମ୍ପିକ୍ ରେକର୍ଡ ଥ୍ରୋ ୯୨.୯୭ ମିଟର ସହ ନଦୀମ ପ୍ୟାରିସ୍‌ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତାଙ୍କ ପଛକୁ ଟୋକିଓ ବିଜେତା ଭାରତର ନୀରଜ ଚୋପ୍ରା ଦ୍ଵିତୀୟ ସ୍ଥାନରେ ରହି ରୌପ୍ୟ ପାଇଥିଲେ । ଏକ ଟିଭି ସାକ୍ଷାତ୍‌କାରରେ ନଦୀମ କହିଛନ୍ତି ଯେ ‘ମୋ ପାଇଁ ଘୋଷିତ ସବୁ ପୁରସ୍କାର ମଧ୍ୟରୁ ସମସ୍ତ ପ୍ଲଟ୍ (ଜମି) ପ୍ରଦାନ ଘୋଷଣା ଏକ ଛଳନା ଥିଲା । ଏହାଛଡ଼ା ମୋ ପାଇଁ ଘୋଷଣା ହୋଇଥିବା ସମସ୍ତ ଆର୍ଥିକ ପୁରସ୍କାର ମୁଁ ଗ୍ରହଣ କରିସାରିଛି”। ଅଲିମ୍ପିକ୍ସ ଟ୍ରାକ୍ ଆଣ୍ଡ୍ ଫିଲ୍ଡରେ ପାକିସ୍ତାନ ପାଇଁ ନଦୀମ ପ୍ରଥମ ସ୍ବର୍ଣ୍ଣ ଜିତିଥିଲେ । ଏହି ଐତିହାସିକ ସଫଳତା ପରେ ସରକାରୀ କର୍ତ୍ତୃପକ୍ଷ, ପ୍ରାଦେଶିକ ସଂସ୍ଥା ଓ ଘରୋଇ ସଂଗଠନଗୁଡ଼ିକ ନଦୀମଙ୍କୁ ପ୍ଲଟ୍ ଦେବାକୁ ଘୋଷଣା କରିଥିଲେ । ହେଲେ ଏପର୍ଯ୍ୟନ୍ତ କେହି ପୁଟ୍ ଦେଇନାହାନ୍ତି । ଏହି ଦୁଃଖ ସତ୍ତ୍ବେ ନଦୀମ ନିଜ ଅଭ୍ୟାସ ଜାରି ରଖିଛନ୍ତି ।