କନକ ବ୍ୟୁରୋ : ଭାରତୀୟ କ୍ରିକେଟରେ ଆମେ ଅନେକ ବାର ଦେଖିଥିବା ଲିଜେଣ୍ଡସ୍‌ ଭର୍ସେସ ଲିଜେଣ୍ଡଙ୍କ ମ୍ୟାଚ୍‌ । ସଚିନ୍- ଦ୍ରାବିଡ-ଲକ୍ଷ୍ମଣ- ଗାଙ୍ଗୁଲି ଏ ସମସ୍ତେ ପରସ୍ପର ବିପ’ରେ ଖେଳିଛନ୍ତି ହେଲେ କର୍ଣ୍ଣାଟକର ଆଲୁରରେ ଦେଖାଯାଇଛି ହାଇ-ଭୋଲଟେଜ୍ ଲଢ଼େଇ ଦୁଇ ଲିଜେଣ୍ଡସ୍‌ଙ୍କ ପୁଅଙ୍କ ମଧ୍ୟରେ ।

Advertisment

ପଡ଼ିଆରେ ମୁହାମୁହିଁ ଦୁଇ ଲିଜେଣ୍ଡଙ୍କ ପୁଅ । ଆମେ କହୁଛୁ ସଚିନ୍‌ଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ଼ଙ୍କ ପୁଅ ସମିତଙ୍କ କଥା । କର୍ଣ୍ଣାଟକର ଆଲୁରରେ ଖେଳାଯାଉଛି ବହୁ ଚର୍ଚ୍ଚିତ କେ. ଥିମ୍ମାପ୍ପିଆ ମେମୋରିଆଲ ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ଦେଖିବାକୁ ମିଳିଛି ରୋମଞ୍ଚକର ଦୃଶ୍ୟ ମୁହାଁମୁହିଁ ହୋଇଛନ୍ତି ଅର୍ଜୁନ ଓ ସମିତ୍ ।

ଟୁର୍ଣ୍ଣାମେଣ୍ଟରେ ଅର୍ଜୁନ ତେନ୍ଦୁଲକର ନିଜ ବୋଲିଂ ଦକ୍ଷତା ପ୍ରଦର୍ଶନ କରି ସମିତ ଦ୍ରାବିଡଙ୍କ ଉଇକେଟ୍‌ ହାସଲ କରି ଚର୍ଚ୍ଚାରେ ରହିଛନ୍ତି । ଏହି ମ୍ୟାଚ୍‌ରେ ଅର୍ଜୁନଙ୍କ ଦ୍ରୁତ ବୋଲିଂରେ ସମିତ ଆଉଟ୍‌ ହୋଇଥିଲେ । ଏହି ଘଟଣା କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ୍‌ ଆଲୋଚନାର ବିଷୟ ହୋଇଛି । ମ୍ୟାଚ୍‌ରେ ଅର୍ଜୁନଙ୍କ ବୋଲିଂ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା, ଯେଉଁଥିରେ ସେ ନିୟମିତ ଭାବେ ଭଲ ଲାଇନ୍‌ ଓ ଲେନ୍ଥରେ ବୋଲିଂ କରିଥିଲେ ।

ଅନ୍ୟପକ୍ଷରେ, ସମିତ ଦ୍ରାବିଡ ମଧ୍ୟ ନିଜର ବ୍ୟାଟିଂ ପ୍ରତିଭା ଦେଖାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଅର୍ଜୁନଙ୍କ ବୋଲିଂ ଆଗରେ ସମିତ୍‌ ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ । ୨୬ ବଲରେ ୯ ରନ୍‌ କରି ଆଉଟ ହୋଇଥିଲେ । କୁହାଯାଏ କେ. ଥିମ୍ମାପ୍ପିଆ ଟୁର୍ଣ୍ଣାମେଣ୍ଟ ଯୁବ କ୍ରିକେଟରଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହୋଇଥିବା ବେଳେ, ଅର୍ଜୁନଙ୍କ ଏହି ପ୍ରଦର୍ଶନ ତାଙ୍କୁ ଆଗାମୀ ଦିନରେ ଅଧିକ ସୁଯୋଗ ଆଣି ଦେଇପାରେ ।