କନକ ବ୍ୟୁରୋ: ଗତ କାଲି ମ୍ୟାଚରେ ଅର୍ଦ୍ଧଶତକ ପରେ ପାକିସ୍ତାନ ଓପନର ସାହିବ୍ଜାଦା ଫର୍ମାନଙ୍କ ନିର୍ଲଜତା ଆପଣ ଦେଖିଥିଲେ । ବ୍ୟାଟକୁ ବନ୍ଧୁକ ଭାବି ଏକେ-୪୭ ଷ୍ଟାଇଲ୍ରେ ସେଲିବ୍ରେସନ୍ କଲେ । ମ୍ୟାଚରେ ଶୋଚନୀୟ ପରାଜୟ ପରେ ପାକିସ୍ତାନରେ କ୍ରିକେଟ ପ୍ରେମୀଙ୍କ ଠାରୁ ପୂର୍ବତନ କ୍ରିକେଟର ଜାତୀୟ ଦଳକୁ ଛି..ଛି କହୁଛନ୍ତି । ଭାରତୀୟ ବ୍ୟାଟରଙ୍କ ମାଡ଼ରେ ଚେପା ହୋଇଥିଲେ ପାକିସ୍ତାନର ନାମକରା ବୋଲର୍ । ଜାଣୁଥାନ୍ତି ମ୍ୟାଚ ହାତରୁ ଯାଉଛି ଅନ୍ୟପଟେ ସ୍ଲେଜିଂ ଛାଡ଼ୁନଥିଲେ । ଓପନର ଫର୍ମାନଙ୍କ ସେଲିବ୍ରେସନ୍ର ଷ୍ଟାଇଲ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି .. ଥରେ ଭାବନ୍ତୁ ଖେଳ ମଝିରେ ଏମିତି ଉସୁକାଇବା ଭଳି ସେଲିବ୍ରେସନ୍ କେତେ ଦୂର ଠିକ?
ପାକିସ୍ତାନର ପରବର୍ତ୍ତୀ ମ୍ୟାଚ ଶ୍ରୀଲଙ୍କା ସହ ଅଛି , ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଫର୍ମାନଙ୍କୁ ପଚାର ଯାଇଥିଲା ସେଲିବ୍ରେସନ୍ ସମ୍ପର୍କରେ, ନିର୍ଲଜ ଭାବେ ଫର୍ମାନ କହିଛନ୍ତି, ଆଗକୁ ଆପଣ ଅନେକ ଏମିତି ଛକା ଦେଖିବେ ଆଉ ସେ ସେଲିବ୍ରେସନ୍ ସେହି ମୁହୂର୍ତ୍ତରେ ଥିଲା । ମୁଁ ବେଶି ସେଲିବ୍ରେସନ୍ କରେନାହିଁ କିନ୍ତୁ ମୋ ମନକୁ ଆସିଲା ଠିକ୍ ଅଛି ଆଜି ସେଲିବ୍ରେସନ୍ କରିବା ,ଲୋକ କେମିତି ଗ୍ରହଣ କରିବେ ମୁଁ ଜାଣି ନାହିଁ । ମୋର ସେଥିରେ ଯାଏ ଆସେ ନାହିଁ । ଆକ୍ରମଣାତ୍ମକ କ୍ରିକେଟ ଖେଳିବା ଦରକାର ବୋଲି ଫର୍ମାନ କହିଛନ୍ତି। ହେଲେ ଓପନିଂ ଆସି ୪୫ ବଲରେ ୫୮ରନ୍ କରି କେଉଁ ପ୍ରକାର ଆକ୍ରମଣାତ୍ମକ ବ୍ୟାଟିଂ କଲେ ତାହା କ୍ରିକେଟ ପ୍ରେମୀଙ୍କ ବୁଝିବା ବାହାରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/22/27-2025-09-22-21-20-10.jpg)