କନକ ବ୍ୟୁରୋ : ଦୁବାଇରେ ରବିବାର ଖେଳାଯିବ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ । ଚଳିତ ଏସିଆ କପ୍ର ଷଷ୍ଠ ମ୍ୟାଚ୍ ଉପରେ ପୂରା ବିଶ୍ୱର ନଜର । ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ସୂର୍ଯ୍ୟକୁମାର ଯାଦବ । ପାକିସ୍ତାନ କ୍ୟାପଟେନ୍ ଅଛନ୍ତି ସଲମାନ ଆଘା । ଏସିଆ କପ୍ ପ୍ରଥମ ମ୍ୟାଚ୍ରେ ଦମଦାର୍ ପ୍ରଦର୍ଶନ କରିଛି ଭାରତ । ଭାରତ ନିଜ ପ୍ରଥମ ମ୍ୟାଚ୍ରେ ୟୁଏଇକୁ ୯ ୱିକେଟ୍ରେ ହରାଇଛି । ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ଓମାନକୁ ହରାଇ ଅଭିଯାନ ଆରମ୍ଭ କରିଛି ।
ଭାରତର ପଲ୍ଲା ଭାରି
ଭାରତର ମନୋବଳ ଏବେ ଜୋରଦାର ରହିଛି । ଭାରତ ବିଶ୍ୱକପ୍ ସହ ଏସିଆ କପ୍ର ଚାମ୍ପିଅନ୍ ରାଷ୍ଟ୍ର । ଭାରତ ପୂର୍ବରୁ ୮ ଥର ଏସିଆ କପ୍ ଜିତିଛି । ପାକିସ୍ତାନ ମାତ୍ର ୨ ଥର ଚାମ୍ପିଅନ୍ ହୋଇପାରିଛି । ଶେଷ ଥର ଭାରତ ୨୦୨୩ରେ ଟ୍ରଫି ଜିତିଥିଲା । ପାକିସ୍ତାନ ୨୦୧୨ରେ ବିଜୟ ମୁକୁଟ ପାଇଥିଲା । ୨୦୨୩ରେ ଏସିଆ କପ୍ ଫାଇନାଲ୍ରେ ଶ୍ରୀଲଙ୍କାକୁ ହରାଇଥିଲା । ୬ ଥର ଚାମ୍ପିଅନ୍ ଶ୍ରୀଲଙ୍କାକୁ ପରାସ୍ତ କରି ବିଜେତା ହୋଇଥିଲା ଭାରତ । ୨୦୨୩ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯାଇଥିଲା । ଏଥର ଟ୍ୱେଣ୍ଟି-୨୦ରେ ଖେଳାଯାଉଛି ଏସିଆ କପ୍ ।
ଏସିଆ କପ୍ ଇତିହାସରେ ଭାରତ ଓ ପାକିସ୍ତାନ ଚର୍ଚ୍ଚାରେ ରହେ । ଏଯାଏଁ ପରସ୍ପର ସହ ୧୯ ଥର ମୁକାବିଲା କରିଛନ୍ତି ଉଭୟ ଦେଶ । ଭାରତ ୧୦ଟି ଏବଂ ପାକିସ୍ତାନ ୬ଟି ମ୍ୟାଚ୍ ଜିତିଥିବା ରିପୋର୍ଟ କହେ । ରିପୋର୍ଟ ଅନୁସାରେ, ତିନିଟି ମ୍ୟାଚ୍ ନିଷ୍ଫଳ ବା ବାତିଲ ହୋଇଛି । ୧୩ ଥର ମୁହାଁମୁହାଁ ହୋଇଛନ୍ତି ଉଭୟ ଦଳ । ଟ୍ୱେଣ୍ଟି-୨୦ ଫର୍ମାଟ୍ ରିପୋର୍ଟ ବି ରୋଚକ । ଭାରତ ଓ ପାକିସ୍ତାନ ୧୩ ଥର ଭେଟିଛନ୍ତି । ଭାରତ ୯-୩ରେ ପ୍ରାଧାନ୍ୟ ବିସ୍ତାର କରୁଛି । ଗୋଟିଏ ମ୍ୟାଚ୍ ଟାଇ ରହିଥିବା ରିପୋର୍ଟ କହେ । ୨୦୦୭ ବିଶ୍ୱକପ୍ର ଫଳାଫଳ ବି ମନେରଖିବା ଭଳି ଥିଲା । ସେହି ଟାଇ ମ୍ୟାଚ୍ଟି ବି ଭାରତ ବୋଲ୍ ଆଉଟ୍ରେ ଜିତିଥିଲା ।
ଭାରତୀୟ ଦଳ ନିଜ ପୂର୍ଣ୍ଣଶକ୍ତି ସମ୍ପନ୍ନ ଦଳକୁ ନେଇ ୟୁଏଇ ଗସ୍ତ କରିଛି । ପାକିସ୍ତାନ ମଧ୍ୟ ଯୁବ ପିଢ଼ି ଉପରେ ଭରସା ରଖି ପଡ଼ିଆକୁ ଓହ୍ଲାଇବ । ଭାରତୀୟ ଦଳର ପ୍ରଶିକ୍ଷକ ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର । ତାଙ୍କରି ପ୍ରଶିକ୍ଷଣରେ ଦମଦାର୍ ପ୍ରଦର୍ଶନର ସାହସ ଗୋଟାଇଛି ଭାରତ । ପାକିସ୍ତାନ ଦଳକୁ ପ୍ରଶିକ୍ଷଣ ଦେଉଛନ୍ତି ନ୍ୟୁଜିଲାଣ୍ଡ୍ର ମାଇକ୍ ହେସନ୍ ।
ତାରକା ଖେଳାଳିଙ୍କ ବିନା ଖେଳୁଛନ୍ତି ଉଭୟ ଦେଶ । ତାରକାଙ୍କ ବିନା ଖେଳ ପ୍ରଶଂସକଙ୍କ ଉତ୍ସାହ କମାଇଦେଇଛି । ଗତବର୍ଷ ଭାରତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଜିତିବା ପରେ ବଦଳିଛି ଟିମ୍ । ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜା ନେଇସାରିଛନ୍ତି ଅବସର । ପାକିସ୍ତାନ ବି ବାବର ଆଜମ ଓ ମହମ୍ମଦ ରିଜୱାନଙ୍କ ବିନା ଖେଳୁଛି । ପହଲଗାମ୍ରେ ଉଗ୍ରବାଦୀ ଆକ୍ରମଣ ପରେ ପରସ୍ପରକୁ ଭେଟୁଛନ୍ତି ଉଭୟ ଦେଶ । ଭାରତୀୟ ସେନାଙ୍କ ଅପରେସନ୍ ସିନ୍ଦୂର ସଫଳତା ପରେ ହେଉଛି କ୍ରିକେଟ୍ ମ୍ୟାଚ୍ । ପଡ଼ିଆରେ ପ୍ରଥମ ଥର ପାଇଁ ପରସ୍ପରକୁ ସାମ୍ନା କରିବେ ଭାରତ-ପାକିସ୍ତାନ । ଉଭୟ ଦେଶର ମ୍ୟାଚ୍କୁ ନେଇ ଜୋରଦାର ହେଲାଣି ବିତର୍କ । ରାଜ୍ୟସଭା ସାଂସଦ ତଥା ପୂର୍ବତନ କ୍ରିକେଟର୍ ହରଭଜନ ସିଂହଙ୍କ ବଡ଼ ବୟାନ । ଉଭୟ ଦେଶ ମଧ୍ୟରେ ମ୍ୟାଚ୍ ସପକ୍ଷରେ ନାହାନ୍ତି ହରଭଜନ ସିଂହ । ବହୁ କ୍ରିକେଟ୍ ପ୍ରେମୀ ଓ ରାଜନେତା ଚାହାନ୍ତି ପାକିସ୍ତାନ ସହ ଭାରତ ନ ଖେଳୁ
ସାମାଜିକ ଗଣମାଧ୍ୟମରେ ଜୋରଦାର ଚାଲିଛି ବିତର୍କ । ମ୍ୟାଚ୍କୁ ସ୍ଥଗିତ ରଖିବାକୁ ସୁପ୍ରିମ୍କୋର୍ଟରେ ପିଟିସନ୍ ବି ଖାରଜ ହୋଇଛି । ଆଇପିଏଲ୍ ଫ୍ରାଞ୍ଚାଇଜ୍ ପଞ୍ଜାବ କିଙ୍ଗ୍ସଙ୍କ ମନ୍ତବ୍ୟ ବି ଅନୁରୂପ ରହିଛି । ପରୋକ୍ଷରେ ଭାରତ-ପାକିସ୍ତାନ ମ୍ୟାଚ୍ ବିରୋଧରେ ସ୍ୱର ଉଠାଇ ଚର୍ଚ୍ଚାକୁ ଆସିଛନ୍ତି ।
ଭାରତ- ପାକିସ୍ତାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ । ଭାରତ-ପାକିସ୍ତାନ ମ୍ୟାଚ୍ରେ ଥାଏ ପ୍ରବଳ କ୍ରେଜ୍ । ଉଭୟ ଦଳ ପଡ଼ିଆକୁ ଓହ୍ଲାଇଲେ, ପୂରିଯାଏ ଷ୍ଟାଡିୟମ୍ । ଏଥର ହାଇ-ଭୋଲଟେଜ୍ ମ୍ୟାଚ୍ ପାଇଁ ହୋଇପାରୁନି ଟିକେଟ୍ ବିକ୍ରି । ଟିକେଟ୍ ମୂଲ୍ୟ ବଢ଼ିଥିବାରୁ, ବିକ୍ରି ହୋଇପାରୁନି । ଟିକେଟ୍ କିଣିବାକୁ ପଛଘୁଞ୍ଚା ଦେଉଛନ୍ତି ସାଧାରଣ ଦର୍ଶକ । VIP Suites Eastର ୨ଟି ସିଟ୍ ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା । ରୟାଲ୍ ବକ୍ସର ମୂଲ୍ୟ ପ୍ରାୟ ୨.୩ ଲକ୍ଷ ଟଙ୍କା । ସ୍କାଏ ବକ୍ସର ମୂଲ୍ୟ ପ୍ରାୟ ୧.୬ ଲକ୍ଷ ଟଙ୍କା । ପ୍ଲାଟିନମ୍ ଟିକେଟ୍ ପ୍ରାୟ ୭୫,୦୦୦ ଟଙ୍କା । ସବୁଠାରୁ ଶସ୍ତାରେ ୧୦,୦୦୦ ଟଙ୍କାରେ ଟିକେଟ୍ ଉପଲବ୍ଧ ।
କାହିଁକି କମିଲା ଟିକେଟ୍ ବିକ୍ରି?
ରୋ-କୋଙ୍କ ଅନୁପସ୍ଥିତି ଅନ୍ୟତମ କାରଣ । ଏଥରକ ମ୍ୟାଚ୍ ଖେଳୁନାହାନ୍ତି ରୋହିତ ଶର୍ମା । ବିରାଟ କୋହଲି ବି ଅଛନ୍ତି ଅନୁପସ୍ଥିତି । ପହଲଗାମ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା । ପାକ୍ ସହ ମ୍ୟାଚ୍ ନଖେଳିବାକୁ ହେଉଛି ଦାବି । ଦର୍ଶକ କମିବାର ଅନ୍ୟତମ କାରଣ ସିନ୍ଦୂର ମଧ୍ୟ । ରକ୍ତ ବଦଳରେ ମନୋରଞ୍ଜନ କରିବାକୁ ନାପସନ୍ଦ ।
ମ୍ୟାଚ୍କୁ ନେଇ ବୟାନବାଜି
ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ପ୍ରବଳ ବୟାନବାଜି । ମ୍ୟାଚ୍ ନ ଖେଳିବାକୁ ଭାରତ ଉପରେ ଚାପ । ସିନ୍ଦୂର ପରେ ପାକିସ୍ତାନ ସହ ନ ଖେଳିବାକୁ ଚାପ । ମ୍ୟାଚ୍ ଖେଳିବାକୁ ଚାରିଆଡ଼ୁ ବିରୋଧ । ପୂର୍ବତନ କ୍ରିକେଟର ହରଭଜନ ସିଂ କରିଛନ୍ତି ବିରୋଧ । ଏସିଆ କପ୍ ମ୍ୟାଚ୍ ଉପରେ ସଞ୍ଜୟ ରାଉତଙ୍କ ପ୍ରଶ୍ନ, ‘ଅପରେସନ୍ ସିନ୍ଦୂର ଚାଲିଛି, ଏ ସମୟରେ ମ୍ୟାଚ୍ ନିର୍ଲ୍ଲଜତା’ । ‘୨୬ ମା’ଙ୍କ ସିନ୍ଦୂର ପୋଛିଲେ ଆତଙ୍କୀ, ତଥାପି ମ୍ୟାଚ୍ ଜରୁରୀ କି?’ ମ୍ୟାଚ୍କୁ ପ୍ରତିବାଦ କରିବାକୁ ସଞ୍ଜୟଙ୍କ ଚେତାବନୀ ।
ମ୍ୟାଚ୍କୁ ବୟକଟ୍ ଦାବି
ଭାରତ-ପାକିସ୍ତାନ ମ୍ୟାଚ୍କୁ ବନ୍ଦ କରିବାକୁ ଦାବି । ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ବିରୋଧ ହାସ୍ଟ୍ୟାଗ୍ । ଟ୍ରେଣ୍ଡ୍ କରୁଛି #boycottindvspak । ଏକ୍ସରେ ଟ୍ରେଣ୍ଡିଂରେ ମ୍ୟାଚ୍ ବିରୋଧୀ ହାସ୍ଟ୍ୟାଗ୍ । ଲକ୍ଷାଧିକ ୟୁଜର ଉଠାଉଛନ୍ତି ବିରୋଧର ସ୍ୱର ।