କନକ ବ୍ୟୁରୋ: ରୋହିତ ଶର୍ମା ଓ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ ଗମ୍ଭୀରଙ୍କ ଭିତରେ କିଛିଟା ମନୋମାଳିନ୍ୟ ରହିଛି , ପୁରଷ୍କାର ବିତରଣ ଉତ୍ସବରେ ରୋହିତ ଚାମ୍ପିୟନ୍ସ ଟ୍ରଫି ବିଜୟର ଶ୍ରେୟ ସିଧା ପୂର୍ବତନ କୋଚ୍‌ ଦ୍ରାବିଡଙ୍କୁ ଦେଇଛନ୍ତି ଯେତେବେଳ କୋଚ ଗମ୍ଭୀର ରହିଥିଲେ । ନିଜ ବକ୍ତବ୍ୟରେ ଗମ୍ଭୀରଙ୍କ ନାଁ ମଧ୍ୟ ଧରିନଥିଲେ ହିଟ୍ ମ୍ୟାନ ।  

Advertisment

ଦିନିକିଆରେ ଅଧିନାୟକ ପଦ ଯିବା ପରେ ରୋହିତ ଶର୍ମାଙ୍କ ପ୍ରଥମ ପ୍ରତିକ୍ରିୟା ଚର୍ଚ୍ଚାରେ ରହିଛି ।  ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଜୟର ଶ୍ରେୟ ରାହୁଲ ଦ୍ରାବିଡ଼ଙ୍କୁ ଦେଇଛନ୍ତି ରୋହିତ । ରୋହିତ କହିଛନ୍ତି, ଦ୍ରାବିଡ଼ଙ୍କ ମାର୍ଗଦର୍ଶନ ଓ ରଣନୀତିର ପାଳନ ଦଳକୁ ନୂଆ ଉଚ୍ଚତାରେ ପହଞ୍ଚାଇଛି । ରୋହିତ ଓ ଦ୍ରାବିଡ଼ଙ୍କ ଯୋଡ଼ି ଭାରତୀୟ କ୍ରିକେଟରେ ଏକ ସ୍ମରଣୀୟ ଅଧ୍ୟାୟ ସୃଷ୍ଟି କରିଥିଲା । ରୋହିତ କହିଛନ୍ତି, ଏହା ଦଳ ପକ୍ଷରୁ ପ୍ରକୃତରେ ବହୁତ ଭଲ ଥିଲା ଏବଂ ମତେ ପରେ ଚାମ୍ପିଅନ୍ସ ଟ୍ରଫି ପାଇଁ ଯୋଜନା କରିବାରେ ସାହାଯ୍ୟ କରିଥିଲା ।

ରୋହିତ-ଦ୍ରାବିଡ ଯୋଡ଼ିଙ୍କ ନେତୃତ୍ୱରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲରେ ପହଞ୍ଚିଥିଲା, ଯଦିଓ ଭାରତ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ରୋହିତ ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ନେଇ ମତ ରଖିଛନ୍ତି । ରୋହିତ କହିଛନ୍ତି, ଅଷ୍ଟ୍ରେଲିଆରେ ଦିନିକିଆ  ଶୃଙ୍ଖଳା ଏକ ବଡ଼ ଚ୍ୟାଲେଞ୍ଜ, କିନ୍ତୁ ଭାରତ ପ୍ରସ୍ତୁତ । ଦ୍ରାବିଡ଼ଙ୍କ ସମୟରେ ଗଢ଼ା ଦଳୀୟ ଏକତା ଓ ରଣନୀତି ଏହି ଗସ୍ତରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ରୋହିତ ଆଶା ରଖିଛନ୍ତି । ଏହା ସହିତ, ରୋହିତ ଦ୍ରାବିଡ଼ଙ୍କ ସହ ନିଜର ସମ୍ପର୍କକୁ ‘ଅନନ୍ୟ’ ବୋଲି ବର୍ଣ୍ଣନା କରିଛନ୍ତି । ହେଲେ ଥରୁଟିଲ ବି ବର୍ତ୍ତମାନର କୋଚ ଗମ୍ଭୀରଙ୍କ ନାମ ନେଇନଥିଲେ ରୋହିତ । ସେପଟେ ରୋହିତ ଶର୍ମାଙ୍କ ଫିଟନେସ୍‌ ଲୁକ ଚର୍ଚ୍ଚାରେ। ୨୦ କେଜି କମିଲେ ପୂର୍ବ ଅଧିନାୟକ ରୋହିତ ଶର୍ମା । ସିଏଟ୍‌ କ୍ରିକେଟ ରେଟିଂ କାର୍ଯ୍ୟକ୍ରମରେ ନୂଆ ଲୁକ୍‌ରେ ରୋହିତ । ୩୮ ବର୍ଷୀୟ ରୋହିତ ଶର୍ମା ନିଜର ଶାରୀରିକ ଗଠଣରେ ଅଭୁତପୂର୍ବ ପରିବର୍ତ୍ତନ କରିଛନ୍ତି । ଓଜନ କମାଇବା ସହ ରୋହିତ ସ୍ଲିମ୍‌ ଓ ଫିଟ୍‌ ନଜର ଆସିଛନ୍ତି । ପୂର୍ବରୁ ନିଜର ମେଦ ବହୁଳତା ପାଇଁ ଅନେକ ସମୟରେ ଟ୍ରୋଲ ହୋଇଛନ୍ତି ରୋହିତ ।

ଆଇପିଏଲ୍‌ ସମୟରେ ରୋହିତଙ୍କ ପେଟ ବଢ଼ିଥିବା ଯୋଗୁଁ ଦର୍ଶକଙ୍କ ପାଖରେ ବେଶ୍‌ ଟ୍ରୋଲ ହୋଇଥିଲେ ହିଟ୍‌ମ୍ୟାନ । ବର୍ତ୍ତମାନ ତାଙ୍କର ଏହି ରାପିଡ୍‌ ଚେଞ୍ଜ ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି । ରୋହିତ, ଟି ଟ୍ବେଣ୍ଟି ଓ ଟେଷ୍ଟରୁ ଅବସର ନେଇସାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରୋହିତଙ୍କୁ ଅଧିନାୟକ ପଦରୁ ହଟାଯାଇଛି, ତେବେ ତାଙ୍କର ଏହି ଫିଟ୍‌ନେସ୍‌ ସମାଲୋଚକଙ୍କ ମୁହଁ ଚୁପ କରାଇ ଦେଇଛି ।