କନକ ବ୍ୟୁରୋ : ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ପରେ ଆକ୍ସନରେ କ୍ରୀଡ଼ା ମନ୍ତ୍ରାଳୟ । ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କୁସ୍ତି ଯୋଦ୍ଧା ମହାସଂଘକୁ ନିର୍ଦ୍ଦେଶ ଦେଇଛି କ୍ରୀଡା ମନ୍ତ୍ରାଳୟ । ଏହି ସମୟ ମଧ୍ୟରେ ଜାବବ ନ ରଖିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ କରିଛନ୍ତି ବିଶ୍ୱ ଚାମ୍ପିଅନ୍ସିପ୍ ପଦକ ବିଜୟିନୀ ଭିନେଶ ଫୋଗାଟ୍ ।

Advertisment

ବ୍ରିଜ ମୋହନ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ସେ ଅଭିଯୋଗ କରିଛନ୍ତି । ଭାରତ ପାଇଁ ପଦକ ଆଣିଥିବା ଭିନେଶ ଫୋଗାଟ୍ ଯୌନ ନିର୍ଯାତନା ଅଭିଯୋଗ ଆଣିବା ବେଳେ ବଜରଙ୍ଗ ପୁନିଆ ମାଡ଼ ମାରିବା ଅଭିଯୋଗ କରିଛନ୍ତି । ଭାରତୀୟ କୁସ୍ତୀ ମହାସଂଘର ସଭାପତିଙ୍କ ବିରୁଦ୍ଧରେ ଦେଶର ଏକାଧିକ ରେସଲର୍ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ କରିଛନ୍ତି । ପ୍ରାୟ ୩୧ ଜଣ କୁସ୍ତିଯୋଦ୍ଧା ଏଥିରେ ସାମିଲ ହୋଇଛନ୍ତି ।