କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀଙ୍କ ସମୀକ୍ଷା । ସୁରଜ ସୂର୍ଯ୍ୟବଂଶୀ କହିଲେ, ବିଶ୍ୱ କ୍ରୀଡା ଜଗତରେ ଓଡ଼ିଶାକୁ କ୍ରୀଡା ରାଜଧାନୀ କରିବାକୁ ଲକ୍ଷ୍ୟ । 

Advertisment
କଳିଙ୍ଗ ଷ୍ଟାଡିୟମରେ କ୍ରୀଡାମନ୍ତ୍ରୀଙ୍କ ସମୀକ୍ଷା । ସୁରଜ ସୂର୍ଯ୍ୟବଂଶୀ କହିଲେ, ବିଶ୍ୱ କ୍ରୀଡା ଜଗତରେ ଓଡ଼ିଶାକୁ କ୍ରୀଡା ରାଜଧାନୀ କରିବାକୁ ଲକ୍ଷ୍ୟ । 

କନକ ବ୍ୟୁରୋ : କ୍ରୀଡା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ସମୀକ୍ଷା କରିଛନ୍ତି ସୂର୍ଯ୍ୟବଂଶୀ ସୁରଜ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ସୁରଜ କହିଛନ୍ତି, କ୍ରୀଡା ପାଇଁ ବିଗତ ଦିନରେ କି କି  ପଦକ୍ଷେପ ନିଆଯାଇଛି ଓ ବାସ୍ତବରେ କେତେ କାର୍ଯ୍ୟକ୍ଷମ ହୋଇଛି ତାର ସମୀକ୍ଷା କରାଯାଇଛି। ଆଗକୁ ପୁଙ୍ଖାନୁପୁଙ୍ଖ ଏହାର ସମୀକ୍ଷା ହେବ।

 ଓଡ଼ିଶା ପ୍ରାଦେଶିକ ସ୍ଥରରେ ଭଲ କରୁଛି ଆନ୍ତର୍ଜାତୀୟ ସ୍ତରରେ ପରିଚୟ ତିଆରି କରିବାକୁ ଆବଶ୍ୟକ ରହିଛି।ଆମେ ଲକ୍ଷ୍ୟ ରଖିଛୁ  ଯେତେବେଳେ ଓଡ଼ିଶା ଶତବାର୍ଷିକ ପୂରଣ କରିବ ସେତେବେଳେ ଓଡିଶା ବିଶ୍ଵ କ୍ରୀଡା ଜଗତରେ କ୍ରୀଡା ରାଜଧାନୀ ଭାବେ ପରିଚିତ ହେବ। ଆଜିଠୁ ପ୍ରୋଗ୍ରାମ ମୋଡରେ ନୁହେଁ ପ୍ରୋଜେକ୍ଟ ମୋଡରେ ଯିବୁ। ବିଶ୍ଵ ଯୋଗ ଦିବସ କିଭଳି ବଡ଼ ଆକାରରେ ପାଳନ ହୋଇପାରିବ ସେ ବିଷୟରେ ଆଜି ଆଲୋଚନା ହୋଇଛି। ଭିତ୍ତିଭୂମି ଉନ୍ନତିର ଆହୁରି ଆବଶ୍ୟକତା ରହିଛି। ଭିତ୍ତିଭୂମି ପହଞ୍ଚିଛି କିନ୍ତୁ ଭଲ ଭାବେ ତୃଣମୂଳସ୍ଥରରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe