ସୋମବାରଠୁ ରାଜ୍ୟରେ ସ୍ପୋର୍ଟସ ହଷ୍ଟେଲ ବନ୍ଦ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନଷ୍ପତ୍ତି । 

109

କନକ ବ୍ୟୁରୋ: ଏପ୍ରିଲ ୧୯ରୁ ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍ପୋର୍ଟସ ହଷ୍ଟେଲ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ପୋର୍ଟସ ହଷ୍ଟେଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । କରୋନା ସ୍ଥିତି ନସୁଧୁରିବା ଯାଏଁ ସ୍ପୋର୍ଟସ ହଷ୍ଟେଲ ବନ୍ଦ ରହିବ । କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ଧିରେ ଧିରେ କଟକଣା କଡାକଡି କରାଯାଇଛି । ପୁଣି ରାଜ୍ୟକୁ କଟକଣା ଫେରିଛି । ନାଇଟ କର୍ଫ୍ୟୁ ଫେରିବା ସହ ପୁଣି ମାସ୍କ କଟକଣା ମଧ୍ୟ ଜାରି କରାଯାଇଛି । ତେବେ ଏହାରି ଭିତରେ ସ୍ପୋର୍ଟସ ହଷ୍ଟେଲକୁ ମଧ୍ୟ ବନ୍ଦ କରିଦିଆଯାଇଛି ।