କନକ ବ୍ୟୁରୋ: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହେବାକୁ ଯାଉଛି କ୍ରୀଡା ମହାକୁମ୍ଭ । କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟସରକାର । ଏଥିସହ ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଦେବା ପାଇଁ ବିଜ୍ଞାପନ ଜରିଆରେ ଘୋଷଣା କରିଛି କ୍ରୀଡାବିଭାଗ ।

Advertisment

କ୍ରିକେଟ,ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ୍ ଭଳି ଖେଳରେ କମ୍ପିବ ଗାଁଠୁ ସହର । ଏଥିପାଇଁ ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ, ମ୍ୟୁନିସିପାଲଟି, ମହାନଗର ନିଗମରେ ଆୟୋଜନ ହେବ କୀଡା ପ୍ରତିଯୋଗିତା । ଏନେଇ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞାପନ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କ୍ରିକେଟ, ହକି, ଫୁଟବଲ, କବାଡି, ଖୋ-ଖୋ, ଭଲିବଲ,ଭଳି କ୍ରୀଡା ପ୍ରତିଯୋଗିତାର ଆୟୋଜନ କରିବେ ରାଜ୍ୟ ସରକାର । ଯେଉଁଥିରେ ବିଜେତା, ଉପ ବିଜେତାଙ୍କୁ ଟଙ୍କା ବର୍ଷା କରାଯିବ । ୧୩ରୁ ୩୫ ବର୍ଷ ପର୍ଯ୍ୟନ୍ତ ଯୁବବର୍ଗ ଅଂଶଗ୍ରହଣ କରିପାରିବେ ।

କେମିତି କରିବେ ଅଂଶଗ୍ରହଣ?

  • ଉଭୟ ଯୁବକ-ଯୁବତୀ ଅଂଶଗ୍ରହଣ କରିପାରିବେ
  • ବ୍ୟକ୍ତିବଶେଷ ଏକାଧିକ କ୍ରୀଡା ବିଭାଗରେ ଅଂଶଗ୍ରହଣ କରିପାରିବେ
  • sports.odisha.gov.in ୱେବସାଇଟକୁ ଯାଇ ଅନଲାଇନରେ କରିବେ ଆବେଦନ
  • ଆବେଦନର ଶେଷ ତାରିଖ ରହିଛି ୨୦ ନଭେମ୍ବର

ବିଜେତାଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ରାଶି ଘୋଷଣା କରାଯାଇଛି । ଚାମ୍ପିୟନ ଦଳ ଓ ଉପବିଜେତାଙ୍କ ପାଇଁ ରହିଛି ରହିଛି ନଗଦ ଅର୍ଥରାଶି ।

ଚାମ୍ପିୟନ ଦଳ

  • ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଚାମ୍ପିୟନ ଦଳ ପାଇଁ ୨୦ ହଜାର ଟଙ୍କା
  • ଜିଲ୍ଲା- ମହାନଗର ନିଗମ ପାଇଁ ରହିଛି ୫୦ ହଜାର ଟଙ୍କ
  • ରାଜ୍ୟ ପାଇଁ ରହିଛି ୨ ଲକ୍ଷ ଟଙ୍କା

ପ୍ରଥମ ଉପବିଜେତା

  • ବ୍ଲକ- ଏନଏସି ଓ ମ୍ୟୁନସିପାଲଟିର ଉପବିଜେତା ପାଇଁ ୧୫ ହଜାର ଟଙ୍କା
  • ଜିଲ୍ଲା- ମହାନଗର ନିଗମ ପାଇଁ ରହିଛି ୩୦ ହଜାର ଟଙ୍କ
  • ରାଜ୍ୟ ପାଇଁ ରହିଛି ୧ ଲକ୍ଷ ଟଙ୍କା

ସେପଟେ ସରକାରଙ୍କ ଏହି କ୍ରୀଡା ପ୍ରତିଯୋଗିତା ଆୟୋଜନ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କିନ୍ତୁ ଶାସକ ଦଳ କହିଛି, ଏବେ କ୍ରୀଡାହବ ପାଲଟିଛି ଓଡିଶା ।