ଛେପ ପକାଇଲେ ୫୦୦ ଫାଇନ୍ । ଗଞ୍ଜାମରେ ସର୍ବସାଧାରଣରେ ଛେପ ପକାଇବା ଉପରେ ଲାଗିଲା କଟକଣା । ଏଣିକି ବାହାରେ ଛେପ ପକାଇଲେ ପଡିବ ୫୦୦ ଟଙ୍କା ଜରିମାନା ।

Advertisment
ଛେପ ପକାଇଲେ ୫୦୦ ଫାଇନ୍ । ଗଞ୍ଜାମରେ ସର୍ବସାଧାରଣରେ ଛେପ ପକାଇବା ଉପରେ ଲାଗିଲା କଟକଣା । ଏଣିକି ବାହାରେ ଛେପ ପକାଇଲେ ପଡିବ ୫୦୦ ଟଙ୍କା ଜରିମାନା ।

କନକ ବ୍ୟୁରୋ: ଛେପ ପକାଇଲେ ପଡିବ ଫାଇନ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଜରିମାନା । ବାହାରେ ଏଣେତେଣେ ଛେପ ପକାଇବା ଉପରେ ଲାଗିଲା କଟକଣା । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଫାଇନ ପଡିବ । ଗଞ୍ଜାମ ଜିଲ୍ଲାରେ ଲାଗୁ ହେଲା ନିୟମ । ଏଥିସହ ଦୁଇରୁ ଅଧିକ ଜଣ ଏକାଠି ହେବା ଉପରେ କଟକଣା ଲଗାଯାଇଛି । ତେବେ ଜରିମାନା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି । ଟ୍ୱିଟ କରି ସୂଚନା ଦେଲା ଜିଲ୍ଲା ପ୍ରଶାସନ ।

ତେବେ ଛେପ ପକାଇବା ଉପରେ କଟକଣା ଲଗାଇବା ସହ ମାସ୍କ ପିନ୍ଧିବା ବି ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ମାସ୍କ ଉପରେ କଟକଣା ଲଗାଇଥିଲେ । ବିନା ମାସ୍କରେ ଘରୁ ବାହାରିବା ଉପରେ କଟକଣା ଜାରି ହୋଇଥିଲା । ଘରୁ ଗୋଡ କାଢିବେ ମାନେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସହରାଞ୍ଚଳରେ ବିନା ମାସ୍କରେ କେହି ବାହାରକୁ ବାହାରିଲେ ୧୦୦୦ ଟଙ୍କା ଫାଇନ ଗଣିବେ ଆଉ ଗ୍ରାମାଞ୍ଚଳରେ ମାସ୍କ କଟକଣା ଉଲ୍ଲଙ୍ଘନ କଲେ ୫୦୦ ଟଙ୍କା ଜରିମାନା ଲାଗୁ କରିଥିଲା ଜିଲ୍ଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe