ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା: ପ୍ରଥମ ୩ ଥର ନିୟମ ଉଲ୍ଲଂଘନ ପାଇଁ ୨୦୦ ଟଙ୍କା, ଏହାପରେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା; ସାରା ରାଜ୍ୟରେ କଡ଼ାକଡ଼ି ହେବ ନିୟମ

Advertisment
ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା:  ପ୍ରଥମ ୩ ଥର ନିୟମ ଉଲ୍ଲଂଘନ ପାଇଁ ୨୦୦ ଟଙ୍କା, ଏହାପରେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା; ସାରା ରାଜ୍ୟରେ କଡ଼ାକଡ଼ି ହେବ ନିୟମ

କନକ ବ୍ୟୁରୋ: ସାବଧାନ । ଏଣିକି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଫାଇନ । ସାରା ରାଜ୍ୟରେ ଥିବା ସର୍ବସାଧାରଣ ସ୍ଥାନମାନଙ୍କରେ ଛେପ ପକାଇବା ଏକ ଦଣ୍ଡନୀୟ ଅପରାଧ । ଏନେଇ ଚରମ ବାଣୀ ଶୁଣାଇଦେଇଛନ୍ତି ରାଜ୍ୟ ସରକାର ।  କରୋନା ମୁକାବିଲା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ତରରେ ଜାରି ରହିଛି ପ୍ରୟାସ  ଏବଂ ଏହି ମର୍ମରେ ଲୋକେ ଯେଭଳି ସୁରକ୍ଷିତ ଏବଂ କରୋନା ମୁକ୍ତ ରହିବେ ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି । ତେଣୁ କରୋନା ଯୁଦ୍ଧରେ ଜିତିବାକୁ ହେଲେ ସାମାଜିକ ଦୂରତା ଏବଂ ସଚେତନା ହିଁ ଏକ ମାତ୍ର ଅସ୍ତ୍ର ।

ସେହିଭଳି ଛେପ ଦ୍ବାରା କରୋନା ଭୁତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ରାଜ୍ୟ ସରକାର ଏଭଳି ନିୟମ ଲାଗୁ କରିଥିବା କଥା  ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି  ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । କରୋନା ଭାଇରସ୍ ସଂକ୍ରମଣ ରୋକିବାକୁ ଯେମିତି ମାସ୍କ୍‌ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ଏବଂ ଉଲ୍ଲଂଘନକାରୀମାନଙ୍କ ପ୍ରତି ଜରିମାନା ବ୍ୟବସ୍ଥା କରାଯାଇଛି । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ମଧ୍ୟ ଜରିମାନା ପଡ଼ିବ ବୋଲି କଡା ଚେତବନୀ ଦେଇଛନ୍ତି ରାଜ୍ୟ ସରକାର ।

କେବଳ ଏତିକି ନୁହେଁ ଯଦି କେହି ଏହି ନିୟମକୁ ପାଳନ ନକରନ୍ତି ବା ବାହାରେ ଛେପ ପକାଉଥିବାର ନଜର ଆସନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୨୦୦ରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ।  ଅର୍ଥାତ୍ ଖିଲାପକାରୀଙ୍କୁ  ପ୍ରଥମ ତିନି ଥର ଲାଗି ୨୦୦ ଟଙ୍କା ଜରିମାନାରେ ଦଣ୍ଡିତ କରାଯିବ। ଏହା ପରେ ସମ୍ପୃକ୍ତ ଉଲ୍ଲଂଘନକାରୀଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ସେହିଭଳି  ଜରିମାନା ଆଦାୟ କରିବାକୁ ବ୍ଲକ ସ୍ତରରେ ଏକ୍ସଟେନସନ ଅଫିସର, ଅତିରିକ୍ତ ତହସିଲଦାର ମଧ୍ୟ ଫାଇନ ଆଦାୟ କରିପାରିବେ, ପୁଲିସ ଏଏସଆଇ ଏବଂ ୱାର୍ଡ ଅଫିସରଙ୍କୁ ମଧ୍ୟ ଫାଇନ ଆଦାୟ କରିବାର ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe